ETV Bharat / state

ଇତିହାସରେ ପ୍ରଥମ: ଚଳିତବର୍ଷ ଜୁନ 25ରେ ଖୋଲିବ ପ୍ରଥମ ହୀରାକୁଦ ଗେଟ - ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ

ଆସନ୍ତା ଜୁନ 25ରେ ହୀରାକୁଦର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ । ଚଳିତବର୍ଷ ହୀରାକୁଦ ଡ୍ୟାମ ପରିଚାଳନା ଇତିହାସରେ ପ୍ରଥମଥର ପାଇଁ ଜୁନ ମାସରେ ହୀରାକୁଦ ଗେଟ ଖୋଲିବାକୁ ଯାଉଛି ।

hirakud gate
ଜୁନ 25ରେ ଖୋଲିବ ପ୍ରଥମ ହୀରାକୁଦ ଗେଟ
author img

By

Published : Jun 22, 2020, 6:53 PM IST

Updated : Jun 22, 2020, 7:41 PM IST

ସମ୍ବଲପୁର: ଆସନ୍ତା ଜୁନ 25ରେ ହୀରାକୁଦର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଚଳିତବର୍ଷ ହୀରାକୁଦ ଡ୍ୟାମ ପରିଚାଳନା ଇତିହାସରେ ପ୍ରଥମଥର ପାଇଁ ଜୁନ ମାସରେ ହୀରାକୁଦ ଗେଟ ଖୋଲିବାକୁ ଯାଉଛି ।

ଜୁନ 25ରେ ଖୋଲିବ ପ୍ରଥମ ହୀରାକୁଦ ଗେଟ

ଯାହା ପୂର୍ବରୁ ଏମିତି କେବେ ହୋଇ ନଥିଲା । ବିଗତବର୍ଷ ଗୁଡ଼ିକରେ ଜୁଲାଇ ମାସରେ ହିଁ ହୀରାକୁଦର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଥିଲା । ମାତ୍ର ଚଳିତବର୍ଷ ଜୁନ ମାସରୁ ଭଲ ବର୍ଷା ହୋଇଥିବାରୁ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ସୋମବାର ଏହା 614 ଫୁଟରେ ପହଞ୍ଚିଛି । ଏପଟେ ବିଗତ 3 ଦିନ ହେଲା ସମ୍ବଲପୁର ଓ ହୀରାକୁଦର ଉପର ମୁଣ୍ଡରେ ବର୍ଷା ଜାରି ରହିଛି । ଏଭଳି ପରିସ୍ଥିତିରେ ଏଥର ଜୁନ 25 ରେ ହିଁ ହୀରାକୁଦ ଗେଟ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ଆସନ୍ତା 25ରେ ପୂର୍ବାହ୍ନ 10 ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦ ଡ୍ୟାମର 7 ନମ୍ବର ସ୍ଲୁଇସ ଗେଟ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏହାପରେ ଜଳସ୍ତରକୁ ଦେଖି ପରେ କେତୋଟି ଗେଟ ଖୋଲାଯିବ ତାହା ନୁଷ୍ପତି ନିଆଯିବ । ତେବେ ହୀରାକୁଦ ଗେଟ ଖୋଲିବା ନେଇ ତଳ ମୁଣ୍ଡରେ ଥିବା 9 ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯିବା ସହ ସେହିଦିନ ଯେପରି କୌଣସି ଲୋକ ମହାନଦୀକୁ ନଯାନ୍ତି ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 22, 2020, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.