ETV Bharat / state

ବଢୁଛି ରାମଗୋପାଳ ବର୍ମାଙ୍କ ଅଡୁଆ, ସମ୍ବଲପୁରରେ ଏତଲା ଦେଲା BJP

author img

By

Published : Jun 29, 2022, 9:21 AM IST

ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନାଁରେ ସମ୍ବଲପୁର ଟାଉନ ଥାନାରେ ଏତଲା । ତାଙ୍କ ନାମରେ ସମ୍ବଲପୁର ଜିଲ୍ଲା ବିଜେପି ଏତଲା ଦାଏର କରିଛି । ଅଧିକ ପଢ଼ନ୍ତୁ

ରାମଗୋପାଳ ବର୍ମାଙ୍କ ନାମରେ ଏତଲା ଦେଲା ସମ୍ୱଲପୁର ବିଜେପି, ରାଷ୍ଟ୍ରପତି ପ୍ରାର୍ଥଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ସମ୍ବଲପୁର: ହିନ୍ଦୀ ସିନେମା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ଏତଲା ଦେଲା ସମ୍ବଲପୁର ବିଜେପି । ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମଙ୍କ ବିବାଦୀୟ ଟ୍ୱିଟ ପାଇଁ ଆଜି ସମ୍ବଲପୁର ଟାଉନ ଥାନାରେ ରାମଙ୍କ ନାଁରେ ଏତଲା ଦେଇଛି ସମ୍ବଲପୁର ବିଜେପି । ଆସନ୍ତା ମାସ ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଝାରଖଣ୍ଡର ରାଜ୍ୟପାଳ ତଥା ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ଅନେକ ରାଜନୈତିକ, ସାମାଜିକ, ବୁଦ୍ଧିଜୀବୀ, ବିଶିଷ୍ଟ୍ ବ୍ୟକ୍ତି ବିଶେଷ ତାଙ୍କର ପ୍ରାର୍ଥୀ ଚୟନକୁ ନେଇ ଅନେକ ଉତ୍ସାହଜନକ ଓ ସକାରାତ୍ମକ ଟିପ୍ପଣୀ ଦେଇଛନ୍ତି ।

କିନ୍ତୁ ହିନ୍ଦୀ ସିନେମା ପ୍ରଯୋଜକ ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଟ୍ୱିଟ ମାଧ୍ୟମରେ ଦେଇଥିବା ତାଙ୍କର ବିବାଦୀୟ ଟିପ୍ପଣୀକୁ ନେଇ ଦେଶର ଅନେକ ସ୍ଥାନରେ ବିଜେପି କର୍ମୀ ଓ ସମର୍ଥକ ରାଜରାସ୍ତାକୁ ଓହ୍ଲେଇଛନ୍ତି । କେଉଁଠି ବର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଉଛି ତ କେଉଁଠି ତାଙ୍କ ବିରୁଦ୍ଧରେ ଏତଲା ଦିଆଯାଉଛି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସମ୍ୱଲପୁର ବିଜେପି ପକ୍ଷରୁ ମଧ୍ୟ ଟାଉନ ଥାନାରେ ରାମ ଗୋପାଳ ବର୍ମାଙ୍କ ନାଁରେ ଏତଲା ଦିଆଯାଇଛି । ବିଜେପି ଜିଲ୍ଲା ଉପସଭାପତି ତଥା ଆଇନଜୀବୀ ଫଣି ଭୂଷଣ ମିଶ୍ର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.