ETV Bharat / technology

କର୍ମଚାରୀଙ୍କ ଆନ୍ଦୋଳନକୁ ପୂରିଲା 3ସପ୍ତାହ; ସମାଧାନ ପାଇଁ ରାଜି ହେଲା Samsung - Protest Against Samsung India

Protest Against Samsung India: ସାମସଙ୍ଗ ଇଣ୍ଡିଆ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିବା ଚେନ୍ନାଇ ୟୁନିଟର କର୍ମଚାରୀଙ୍କ ଧାରଣାକୁ ଆଜି 3 ସପ୍ତାହ ପୂରିଛି । ତେବେ ସମସ୍ୟାର ସମାଧାନ ପାଇଁ କମ୍ପାନୀ ସିଧାସଳଖ ଏହାର କର୍ମଚାରୀଙ୍କ ସହିତ ଆଲୋଚନା କରିବାକୁ ରାଜି ହୋଇଛି । ଅଧିକ ପଢନ୍ତୁ

Protest Against Samsung India
Protest Against Samsung India (ETV Bharat)
author img

By ETV Bharat Tech Team

Published : Sep 28, 2024, 12:18 PM IST

ଚେନ୍ନାଇ: ବିଭିନ୍ନ ଦାବି ନେଇ ତାମିଲନାଡୁ ଶ୍ରୀପରମ୍ବାଦୁରଠାରେ ସାମସଙ୍ଗ ଇଣ୍ଡିଆର ଚେନ୍ନାଇ ୟୁନିଟ କର୍ମଚାରୀଙ୍କ ଧାରଣାକୁ ଆଜି 3 ସପ୍ତାହ ପୂରିଛି । ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏବେ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛି । ନିକଟରେ ଧାରଣା ବନ୍ଦ କରି କାମକୁ ଫେରିବାକୁ କର୍ମଚାରୀଙ୍କୁ ନୋଟିସ କରିଥିଲା କମ୍ପାନୀ । କାମକୁ ନ ଫେରିଲେ ଦରମା କାଟିବାକୁ ଚେତାବନୀ ଦେଇଥିଲା । ମାତ୍ର କିଛି କର୍ମଚାରୀ କାମକୁ ଫେରିଥିବା ବେଳେ ଅନ୍ୟ କିଛି ଆନ୍ଦୋଳନ ଜାରି ରଖିଥିଲେ ।

ମାଡ୍ରାସ ହାଇକୋର୍ଟ ଏବଂ କାଞ୍ଚିପୁରାମ ଜିଲ୍ଲା କୋର୍ଟରେ ସାମସଙ୍ଗ ଇଣ୍ଡିଆ କମ୍ପାନୀକୁ ପ୍ରତିନିଧିତ୍ବ କରୁଥିବା ଓକିଲ କହିଛନ୍ତି ଯେ ତାମିଲନାଡୁର କାରଖାନା କର୍ମଚାରୀମାନେ ସମସ୍ତ ଆଇନଗତ ସୁବିଧା ପାଆନ୍ତି ଏବଂ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରମାଠାରୁ ସେମାନଙ୍କର ଅଧିକ ଦରମା । ଓକିଲ କହିଛନ୍ତି, "ସାମସଙ୍ଗ ଇଣ୍ଡିଆ ମ୍ୟାନେଜମେଣ୍ଟ ବିବାଦର ସମାଧାନ ପାଇଁ ଶ୍ରମିକମାନଙ୍କ ସହିତ ସିଧାସଳଖ ବୁଝାମଣା କରିବାକୁ ପ୍ରସ୍ତୁତ । ସାମସଙ୍ଗ ଇଣ୍ଡିଆ ମ୍ୟାନେଜମେଣ୍ଟ ଶ୍ରମ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଶ୍ରମିକମାନଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ।"

କଣ ପାଇଁ ଆନ୍ଦୋଳନ ?

ମଜୁରୀ ବୃଦ୍ଧି, ୟୁନିଅନର ମାନ୍ୟତା ଏବଂ 8 ଘଣ୍ଟିଆ କାର୍ଯ୍ୟ ସମେତ ଶ୍ରମିକମାନେ ସେମାନଙ୍କ ଦାବିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ସେପ୍ଟେମ୍ବର 9 ତାରିଖରୁ 1000ରୁ ଅଧିକ କର୍ମଚାରୀ ଧର୍ମଘଟ କରିଛନ୍ତି । କାରଖାନାରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରଥମରୁ ଟେଲିଭିଜନ୍, ରେଫ୍ରିଜରେଟର ଏବଂ ୱାଶିଂ ମେସିନ୍ ଭଳି ଉପଭୋକ୍ତା ସାମଗ୍ରୀର ଉତ୍ପାଦନ ପ୍ରଭାବିତ ହୋଇଥିଲା । ଓକିଲଙ୍କ କହିବାନୁସାରେ ଶ୍ରମିକମାନଙ୍କ ସହିତ ଦୀର୍ଘକାଳୀନ ଚୁକ୍ତି ସ୍ବାକ୍ଷର କରିବାକୁ ମ୍ୟାନେଜମେଣ୍ଟ ନିଜର ଇଚ୍ଛା ପ୍ରକାଶ କରିଛି ।

Also Read: ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S24 FE; ମିଳିବ ଜବରଦସ୍ତ କ୍ୟାମରା ଓ ବ୍ୟାଟେରୀ - Samsung Galaxy S24 FE launched

"ସାମସଙ୍ଗ ଇଣ୍ଡିଆ ମ୍ୟାନେଜମେଣ୍ଟ କେବଳ ଆମର ଶ୍ରମିକମାନଙ୍କ ସହ ଆଲୋଚନା କରେ ଏବଂ ତୃତୀୟ ପକ୍ଷ ସହିତ ନୁହେଁ । ସାମସଙ୍ଗ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଆମେ ଶ୍ରମିକମାନଙ୍କୁ ଅନୁରୋଧ କରୁଛୁ ଯେ ବେଆଇନ ଧର୍ମଘଟକୁ ବନ୍ଦ କରନ୍ତୁ, କାର୍ଯ୍ୟକୁ ଫେରନ୍ତୁ ଏବଂ ସମସ୍ତ ମତଭେଦକୁ ଶୀଘ୍ର ସମାଧାନ କରିବା ଉଦ୍ଦେଶ୍ୟରେ ବୁଝାମଣା କରିବାକୁ ଅନୁରୋଧ କରୁଛୁ" ବୋଲି କମ୍ପାନୀର ଓକିଲ କହିଛନ୍ତି ।

ଆନ୍ଦୋଳନରତ କର୍ମଚାରୀଙ୍କୁ ନୋଟିସ କରିଥିଲା କମ୍ପାନୀ:-

ଗତ କିଛି ଦିନ ତଳେ କମ୍ପାନୀ ଆନ୍ଦୋଳନରତ କର୍ମଚାରୀଙ୍କୁ କାମକୁ ଫେରିବାକୁ ନୋଟିସ କରିଥିଲା । କମ୍ପାନୀ କହିଥିଲା ଯେ ଯେଉଁ କର୍ମଚାରୀମାନେ କାମକୁ ଫେରିବେ ନାହିଁ ସେମାନଙ୍କର ଦରମା କଟାଯିବ । ଏହାପରେ କିଛି କର୍ମଚାରୀ କାମକୁ ଫେରିଥିଲେ । 'No work No Pay' ନୀତି ଅନୁସାରେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ କହି ଥିଲା । ବୁଝାମଣା ଦ୍ବାରା ସମସ୍ୟାର ସମାଧାନ ହେବ, ଏଣୁ କାମକୁ ଫେରିବାକୁ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । ମାତ୍ର ସମସ୍ୟାର ସମାଧାନ ନ ହେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ କର୍ମଚାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.