ETV Bharat / state

ଫେରିଲା ବାଂଲାଦେଶୀ ଟେନସନ: ଆଗକୁ DG ସମ୍ମିଳନୀ, ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ ? - BANGLADESHI INFILTRATION TENSION

ଓଡ଼ିଶା ପୋଲିସକୁ ବାଂଲାଦେଶୀ ଟେନସନ । ଆଗକୁ DG ସମ୍ମିଳନୀ, ନୌସେନା ଦିବସ । କଣ ରହିବ ପୋଲିସ ପାଇଁ ଚ୍ୟାଲେଞ୍ଜ ।

ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ
ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ (ETV Bharat Odisha)
author img

By ETV Bharat Odisha Team

Published : Nov 24, 2024, 9:37 PM IST

ଭୁବନେଶ୍ବର: ଓଡ଼ିଶାକୁ ପୁଣି ବାଂଲାଦେଶୀ ଟେନସନ ! କଟକରୁ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ପରେ ଏବେ ପୁଣି ରାଜ୍ୟରେ ବାଂଲା କନେକ୍ସନ ସାମନାକୁ ଆସିଛି । ଆଗକୁ ସର୍ବଭାରତୀୟ ସ୍ତରରେ ଡିଜି ସମ୍ମିଳନୀ ହେବାକୁ ଯାଉଛି । ତାହା ସହ ଡିସେମ୍ବର 4ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ଏହାରି ଭିତରେ କଟକରୁ ଜଣେ ବାଂଲା ନାବାଳିକା ଉଦ୍ଧାର ପରେ କମିଶନରେଟ ପୋଲିସର ଚିନ୍ତା ବଢି ଯାଇଛି ।

ତୀକ୍ଷ୍ଣ ନଜର ରଖିଛି ପୋଲିସ:

ଫେରିଲା ବାଂଲାଦେଶୀ ଟେନସନ (ETV Bharat Odisha)

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଯେଉଁ ଘଟଣାଟି ଘଟିଛି କଟକରେ ହୋଇଛି । ସେ ସକ୍ରାନ୍ତରେ ଯାହା ବି ଆଇନଗତ କାର୍ଯାନୁଷ୍ଠାନ ନିଆଯାଇଛି । ଭୁବନେଶ୍ୱର ମଧ୍ୟ ଆମେ ତୀକ୍ଷ୍ଣ ନଜର ରଖିଛୁ । ଏ ପ୍ରକାର କୌଣସି ଅଭିଯୋଗ ଆମର ହସ୍ତଗତ ହୁଏ ତା ଉପରେ ଆମେ କାର୍ଯାନୁଷ୍ଠାନ ଗ୍ରହଣ କରିବୁ । ପୋଲିସ ତରଫରୁ ଆମେ ଖବର ସଂଗ୍ରହ କରୁଛୁ ଗୁଇନ୍ଦା ନଜର ମଧ୍ୟ ରଖିଛୁ । କୌଣସି ପ୍ରକାର ବାହାରୁ କିଏ ଆସିକି କିଏ ଯଦି ଅସାମାଜିକ କାମରେ ଲିପ୍ତ ହେଉଛି । ଆଇନରେ ପ୍ରାବଧାନ ଅଛି ସେଇଟା ନିଆଯିବ ତାଙ୍କୁ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ ।’

29ରୁ DG ସମ୍ମିଳନୀ:

ଆସନ୍ତା 29ରୁ ଭୁବନେଶ୍ୱର ହେବାକୁ ଯାଉଛି ପୋଲିସ ଡିଜି ସମ୍ମିଳନୀ । ଯେଉଁଠି ସହରରେ ଏକାଠି ସାରା ଭାରତବର୍ଷର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଡିଜି ଓ ଆଇଜି ଭଳି ଆଇପିଏସ ଅଧିକାରୀ । ଏଥି ସହ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ରହିବେ । ଯେଉଁଠି ସାରା ଭାରତବର୍ଷର ଆଇନଗତ ଦିଗ ଓ ଅପରାଧି କାର୍ଯ୍ୟକଳାପ ଓ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ରହିଛି ସ୍ଥିତି, ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ଗୁପ୍ତଚରୀ ଓ ଦେଶଦ୍ରୋହୀ ଭଳି ଅପରାଧିକ କାର୍ଯ୍ୟକଳାପ ନେଇ ମଧ୍ୟ ଆଲୋଚନା କରାଯିବ । ତେଣୁ ସହରରେ ଉପସ୍ଥିତ ହେବାକୁ ଥିବା ଏହି ଭିଭିଆଇପି ଓ ଭିଆଇପି(VIP)ଙ୍କ ସୁରକ୍ଷା ଲାଗି ସହରରେ ଏବେ ପୋଲିସ ଛାଉଣିର ବ୍ୟବସ୍ଥା ଚାଲିଛି । ଏନେଇ ପୋଲିସର ସୁରକ୍ଷା ପ୍ରସ୍ତୁତି ଓ ମାହୋଲ ମଧ୍ୟରେ କଟକରେ ଏପରି ବାଂଲାଦେଶୀ ଠାବ ହେବା ପୋଲିସକୁ ଚିନ୍ତା ବଢ଼ାଇଛି ।

ଓଡ଼ିଶା ପୋଲିସ
ଓଡ଼ିଶା ପୋଲିସ (ETV Bharat Odisha)
ଆଲର୍ଟରେ ପୋଲିସ:

ଏପଟେ ସହର ଜିଲ୍ଲା ପୋଲିସର ଗୁଇନ୍ଦା ସମେତ ରାଜ୍ୟ ଗୁଇନ୍ଦା ବିଭାଗକୁ ମଧ୍ୟ ଏନେଇ ଆଲର୍ଟ କରଯାଇଛି । ସହରରେ ସେଭଳି କିଛି ସନ୍ଦେହଜନକ ଗତିବିଧି ବା ଅନୁପ୍ରବେଶକାରୀଙ୍କ ସୂଚନା ରହିଛି କି । ସେଭଳି କୌଣସି ତଥ୍ୟ ସଂଗ୍ରହ ସହ ସେମାନଙ୍କ ଉପରେ ନଜର ରଖିବା ପାଇଁଁ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିସହ ସହରର ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସ ଓ ଧର୍ମଶାଳା ଉପରେ ମଧ୍ୟ ପୋଲିସ ନଜର‌ ରଖିଛି । ସରାଇ ଆକ୍ଟ ନିୟମ ଅନୁସାରେ କେହି ହୋଟେଲ ବା ଗେଷ୍ଟ ହାଉସରେ ରହୁଥିଲେ ସେମାନଙ୍କର ତଥ୍ୟ ବା ବିବରଣୀ ପୋଲିସକୁ ହୋଟେଲ ବା ଗେଷ୍ଟ ହାଉସ କର୍ତ୍ତୃପକ୍ଷ ଦେବା କଥା । ତେବେ ସେହି ଆଧାରରେ ସେସବୁ ସଠିକ ଭାବେ ହେଉଛି କି ନାହିଁ । ସେନେଇ ସହରରେ ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସରେ ମଧ୍ୟ ରୀତିମତ ଭାବେ ପୋଲିସ ଯାଞ୍ଚ କରୁଛି । ଏଥି ସହ ଆଗକୁ ଡିଜି କନଫରେନ୍ସ ପାଇଁ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗୁଇନ୍ଦା ଓ ଭୁବନେଶ୍ୱର ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ଅଧିକ ସତର୍କତା ଭାବେ ସହର ସନ୍ଦିଗ୍ଧ ଗତିବିଧି ଉପରେ ଅଧିକ ଫୋକସ ଦେଇ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇଛି ।

ଓଡ଼ିଶା ପୋଲିସ
ଓଡ଼ିଶା ପୋଲିସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର, ପୋଲିସ ଟାର୍ଗେଟରେ ଅଭିଯୁକ୍ତ

କମ୍ପାନି ମାଲିକ ସିମ ବକ୍ସ ମାଷ୍ଟରମାଇଣ୍ଡ: ଭାରତର 2 ରାଜଧାନୀରେ ବିଛାଇଥିଲା ଜାଲ, ଢାକାରୁ ସ୍ମାର୍ଟ ସ୍ବିଚରେ କରୁଥିଲା ଅପରେଟ୍ - SIM Box Racket

ଖୋଜା ପଡ଼ିଛି ସିମ ବକ୍ସର ଆତଙ୍କୀ ଲିଙ୍କ; ଭୁବନେଶ୍ବରରେ NIA ଟିମର ଛାନଭିନ୍, ରାଜୁ ମଣ୍ଡଳକୁ ଚାଲିଛି ଜେରା - SIM Box racket

3 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ବାତ୍ୟା ‘ଦାନ’ କାରଣରୁ ସ୍ଥଗିତ ରହିଥିଲା ଗସ୍ତ

48 ଘଣ୍ଟାରେ ଧରାପଡିଲେଣି 74 ଜଣ:

ଏନେଇ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ । ସୁରକ୍ଷା ଦୃଷ୍ଟିକୋଣରୁ ଗତ ୪୮ଘଣ୍ଟା ମଧ୍ୟରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ୭୪ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଏଯାବତ ସ୍ବତନ୍ତ୍ର ଡ୍ରାଇଭରେ ୨୨୬ ଜଣଙ୍କୁ ଗିରଫ କରାଯାଇଛି । ତା ସହିତ ଏକ ହ୍ବାଟସପ 7077798111 ନମ୍ବର ମଧ୍ୟ ଜାରି କରାଯାଇଛି । ଯେ କୌଣସି ଅପରାଧି ଗତିବିଧି ଓ ସେଭଳି କିଛି ଅପରାଧ ନେଇ‌ ପୋଲିସକୁ ହ୍ବାଟସପ ଜରିଆରେ ସୂଚନା ଦେଇପାରିବେ ।

ହୋଟେଲରେ ଚେକିଂ
ହୋଟେଲରେ ଚେକିଂ (ETV Bharat Odisha)
ପୂର୍ବରୁ ଧରାପଡିଛି ସିମବକ୍ସ:

ଗତ କିଛି ଦିନ ତଳେ ଅର୍ଥାତ୍ ଅଗଷ୍ଟ ୧୬ରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳ କେଶୁରାରୁ ବେଆଇନ ସିମବକ୍ସ ଜବତ କରିଥିଲା କମିଶନରେଟ ପୋଲିସ । ତେବେ ଏହି ଘଟଣାରେ ଏସବୁ ସିମ ବକ୍ସ ଅପରେଟ କରୁଥିବା ରାଜୁ ମଣ୍ଡଳକୁ ଗିରଫ ପରେ ଏହା ପଛରେ ଜଣେ ବାଂଲାଦେଶୀ ମାଷ୍ଟର ମାଇଣ୍ଡ ଯେ କି ଆଶାଦୁର ଜମାନ ଏପରି ସିମବକ୍ସ ଲଗାଇଥିବା ଜାଣିବାକୁ ପାଇଥିଲା ପୋଲିସ । କେବଳ ଭୁବନେଶ୍ୱର ନୁହେଁ କଟକ ଓ ଝାଡଖଣ୍ଡରେ ମଧ୍ୟ ଏଭଳି ସିମବକ୍ସ ଲଗାଇଥିଲା । ଯାହା କି ଟୁରିଷ୍ଟ ଭିଜାରେ ଆସି ଭୁବନେଶ୍ବର ବିଭିନ୍ନ ହୋଟେଲରେ ରହି ଏପରି ବେଆଇନ କାର୍ଯ୍ୟକଳାପ କରୁଥିଲା । ତେଣୁ ଜାତୀୟ ସୁରକ୍ଷା ଓ ଦୃଷ୍ଟିରୁ ଏସବୁ ପୋଲିସ ପାଇଁ ମଧ୍ୟ ଏକ ଆଲର୍ଟ ରହିଥିଲା ।

ସନ୍ଦେହ ବଢାଇଥିଲା ସନ୍ଦିଗ୍ଧ ପାରା:

ସେହିପରି ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟ ବିଗତ କିଛି ଦିନ ବ୍ୟବଧାନରେ ସନ୍ଦିଗ୍ଧ ପାରାର ଗତିବିଧି ମଧ୍ୟ ଓଡ଼ିଶା ପୋଲିସର ଗୁଇନ୍ଦାର ଚିନ୍ତା ବଢାଇଥିଲା । ଏପରିକି ଅସ୍ତରଙ୍ଗ ପାରାଦୀପ, ଭଦ୍ରକ,କେନ୍ଦ୍ରାପଡାରେ ସନ୍ଦିଗ୍ଧ ପାରା ଠାବ ହେବା ଓ ପରେ ସେମାନଙ୍କ ଦେହରୁ ଚିପ ଓ ବିଦେଶୀ ଭାଷାରେ କିଛି ଲେଖା ଓ ନମ୍ବର ମଧ୍ୟ ଜାତୀୟ ସୁରକ୍ଷା ନେଇ ଏକ ଚିନ୍ତା ପାଇଥିଲା । ସେନେଇ ମଧ୍ୟ ଏକ ସୁରକ୍ଷା ଦିଗରୁ ପୋଲିସ ପାଇଁ ଏକ ଆଲର୍ଟର ରହିବା ପାଇଁ ଅନେକ ଦିଗକୁ ଦୃଷ୍ଟିରେ ରଖି ନଜର ଦେଇଥିଲା ପୋଲିସ ।

ପୋଲିସର ଚେକିଂ
ପୋଲିସର ଚେକିଂ (ETV Bharat Odisha)

ରାୟଗଡାରେ ଋଷ ନାଗରିକଙ୍କ ମୃତ୍ୟୁ:

ପୂର୍ବରୁ ମଧ୍ୟ ରାୟଗଡାରେ ଋଷ ନାଗରିକ ବ୍ୟବସାୟୀ ତଥା ସାଂସଦ ପାଭେଲ ଆଣ୍ଟୋଭଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ମଧ୍ୟ ସେତେବେଳେ ତନାଘନା କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚ ‌। ୨୦୨୨ ଡିସେମ୍ବର 22ରେ ଭ୍ଲାଦିମିର ବିଦୋନାଭ ଓ ୨୩ ତାରିଖରେ ପାଭେଲ ଆଣ୍ଟୋଭ ଦୁଇ ଋଷ ନାଗରିକଙ୍କ ହୋଟେଲ ରୁମକୁ ଆସିଥିଲେ । ତାଙ୍କ ମୃତ୍ୟୁ ନେଇ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚର ସିବି ଓ ସିଆଇଡି ଟିମ୍ । ଏଥି ସହ ସେଣ୍ଟ୍ରାଲ ଇଣ୍ଟେଲିଜେନସ ଟିମ୍ ମଧ୍ୟ ଏହାର ତନାଘନା କରିଥିଲା । ଯାହାକୁ ନେଇ ସେତେବେଳେ ପାଭେଲ ଆଣ୍ଟୋଭ ଭୁବନେଶ୍ୱର ବୁଲିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ତାର‌ ପଛରେ କଣ ଥିଲା କାରଣ ତାହା ସାମ୍ନାକୁ ଆସିନଥିଲା । ହେଲେ ଗୁପ୍ତଚରୀ ଓ ଦେଶର ସୁରକ୍ଷା ନେଇ ମଧ୍ୟ ସେତେବେଳେ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ନେତା ସଚିନ ପାଇଲଟ ।

ଏହା ମଧ୍ୟ ପଢନ୍ତୁ:

କେନ୍ଦ୍ରାପଡା ଉପକୂଳରୁ ଠାବ ହେଲା ସନ୍ଦିଗ୍ଧ ପାରା; ଗୋଡରେ ଲାଗିଛି ଟ୍ୟାଗ

ଅପରାଧୀଙ୍କ ଚରାଭୂଇଁ ପାଲଟିଛି କି ଭୁବନେଶ୍ୱର ? ଥମୁନି ଅପରାଧ, ବଢୁଛି ଆତଙ୍କ

ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ: ଏଥର ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିବ ନୌସେନା - Navy Day preparation 2024

ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ପ୍ରସ୍ତୁତ ହେବ ପୌର ନିର୍ବାଚନ ରଣନୀତି

ଆଗକୁ ବଡ଼ ବଡ଼ କାର୍ଯ୍ୟକ୍ରମ, ପୋଲିସ ପାଇଁ ଗୁରୁତ୍ବପୂର୍ଣ୍ଣ:

  • 26ରୁ ବିଧାନସଭା ଆରମ୍ଭ
  • 28ରେ ଡିଜି ସମ୍ମିଳନୀ

ଡିସେମ୍ବର 3ରେ ରାଷ୍ଟ୍ରପତିଙ୍କ ଗସ୍ତ, ପୁରୀରେ ପାଳନ ହେବ ନୌ-ସେନା ଦିବସ

ହୋଟେଲ ଚେକିିଂ
ହୋଟେଲ ଚେକିିଂ (ETV Bharat Odisha)
ଏବେ ଆଗକୁ ତିନି ତିନୋଟି କାର୍ଯ୍ୟକ୍ରମ ଓଡ଼ିଶା ପୋଲିସ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଆସନ୍ତା ୨୬ତାରିଖରେ ଓଡ଼ିଶା ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୮ରୁ ପୋଲିସ ଡିଜି ଆଇଜି କନଫରେନ୍ସ ସହ ଡିସେମ୍ବର‌ ୩ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସହ ପୁରୀରେ ନୌସେନା ଦିବସ କାର୍ଯ୍ୟକ୍ରମ ଓଡ଼ିଶା ପୋଲିସ ଓ କମିସନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । ଯେଉଁଠି ଜାତୀୟ ସୁରକ୍ଷା ସହ ଜଡିତ ଭିଭିଆଇପି ଓ ଭିଆଇପିଙ୍କ ଆଗମନ ସହ ସେମାନଙ୍କ ରହଣି ଓ କାର୍ଯ୍ୟକ୍ରମ ପୋଲିସ ପାଇଁ ସୁରୁଖୁରୁରେ ପାଳନ କରିବା ଏକ ଚାଲେଞ୍ଜ ରହିବ । ଏନେଇ ପୋଲିସ ଡିଜିପି କହିଛନ୍ତି ତିନି ତିନୋଟି କାର୍ଯାକ୍ରମ ଆମ ପାଇଁ ଚ୍ୟାଲେଞ୍ଜ ରହିଛି ସେଥିପାଇଁ ଆମେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.