ETV Bharat / state

ସମ୍ବଲପୁରରେ ଥମୁନି ହାତୀ ମୃତ୍ୟୁ, ମାଈ ହାତୀର ମୃତଦେହ ଉଦ୍ଧାର

author img

By

Published : Dec 8, 2022, 12:41 PM IST

ସମ୍ବଲପୁରରେ ଥମୁନି ହାତୀ ମୃତ୍ୟୁ । ପୁଣି ଏକ ମାଈ ହାତୀର ମୃତ୍ୟୁ । ଜୁଯୋମୁରା ବ୍ଳକ ପଡିଆବାହାଲ ରେଞ୍ଜର ଲଦଲଦି ବିଟ ଧଲୋପାଲ ଠାରେ ଏକ ମାଈ ହାତୀର ମୄତଦେହ ଠାବ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

female elephant dead body rescue in sambalpur
ଥମୁନି ହାତୀ ମୃତ୍ୟୁ, ସମ୍ବଲପୁରରେ ମାଈ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରରେ ଥମୁନି ହାତୀ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକ ପଡିଆବାହାଲ ରେଞ୍ଜର ଲଦଲଦି ବିଟ ଧଲୋପାଲ ଠାରେ ଏକ ମାଈ ହାତୀର ମୄତଦେହ ଠାବ କରିଛି ବନ ବିଭାଗ । ଏନେଇ ସମ୍ବଲପୁର ଡିଏଫଓ ବିଶ୍ଵନାଥ ନୀଳାମ୍ବର ସୁଚନା ଦେଇଛନ୍ତି । ମୄତ ମାଈ ହାତୀଟି ପ୍ରାୟ 25 ରୁ 30 ବର୍ଷ ବୟସ୍କ ହେବ ବୋଲି ବନବିଭାଗ ତରଫରୁ ସୁଚନା ଦିଆଯାଇଛି ।

ସମ୍ବଲପୁରରେ ମାଈ ହାତୀର ମୃତଦେହ ଉଦ୍ଧାର

ବନବିଭାଗ ମୄତ ମାଈ ହାତୀର ମୄତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ହାତୀ ମୃତ୍ୟୁ "Gastrointestinal failure due to duodenal torsion" ଯୋଗୁଁ ହୋଇଥାଇପାରେ ବୋଲି ସୂଚନା ଦିଆଯାଇଛି । ହାତୀର ମୃତଦେହ ବ୍ୟବଚ୍ଛେଦ ସମୟରେ ସମ୍ବଲପୁର DFO 2 ସ୍ଥାନୀୟ ACF, ପଡ଼ିଆବାହାଲ ରେଞ୍ଜ ଅଫିସର, ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହିଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡି଼ବ ବୋଲି ବନ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.