ETV Bharat / state

ମେଜର ଓ ଚକବନ୍ଦୀ ବନ୍ଦୋବସ୍ତ ବ୍ୟବସ୍ଥା ଭିତରେ ପେଶି ହେଉଛନ୍ତି ଚାଷୀ - ସମ୍ବଲପୁର ନ୍ୟୁଜ

ସମସ୍ୟା ଭିତରେ ସମ୍ବଲପୁର ମାନେଶ୍ଵର ବ୍ଲକର ଦଣ୍ଡେଇପାଲି, କୁ୍ଦୋପାଲି ଗାଁର ଚାଷୀ l ୪୦ବର୍ଷ ହେଲା ଅଡୁଆ ପରିସ୍ଥିତିରେ ବଞ୍ଚି ଆସୁଛନ୍ତି ଏହି ଦୁଇଟି ଗାଁର ଚାଷୀ । ଅଧିକ ପଢନ୍ତୁ

land settlement problem
land settlement problem
author img

By

Published : Mar 28, 2023, 8:52 AM IST

land settlement problem

ସମ୍ବଲପୁର: ସମସ୍ୟା ଭିତରେ ସମ୍ବଲପୁର ମାନେଶ୍ଵର ବ୍ଲକର ଦଣ୍ଡେଇପାଲି, କୁ୍ଦୋପାଲି ଗାଁର ଚାଷୀ l ଦୀର୍ଘ ୪୦ ବର୍ଷ ଧରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଚାଷୀ । ସେମାନେ ଜାଣି ନାହାନ୍ତି ଚାଷ କରୁଥିବା ଜମି ମେଜର ବନ୍ଦୋବସ୍ତରେ ଅଛି ନା ଚକବନ୍ଦୀ ବ୍ୟବସ୍ଥାରେ ଅଛି । 1982 ମସିହାରେ ଏହି ଦୁଇଟି ଗାଁରେ ମେଜର ବନ୍ଦୋବସ୍ତ ଉଠାଇ ଚକବନ୍ଦୀ ବନ୍ଦୋବସ୍ତ କରିଥିଲେ ସରକାର । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଆଜି ପର୍ଯ୍ୟନ୍ତ ମେଜର ବନ୍ଦୋବସ୍ତ ଓ ଚକବନ୍ଦୀ ବନ୍ଦୋବସ୍ତ ଭିତରେ ଚାପି ହୋଇ ରହିଛନ୍ତି ଏହି ଗାଁର ଚାଷୀ । 1982 ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଦୁଇଟି ଗାଁରେ ସମ୍ପୂର୍ଣ ଭାବରେ ଚକବନ୍ଦୀ ବ୍ୟବସ୍ଥା ଲାଗୁ ହୋଇ ପାରିନଥିବାରୁ ଚାଷୀମାନେ ଚିନ୍ତାରେ । ମୁଖ୍ୟତଃ ଖଜଣା ଦେବାଠୁ ଆରମ୍ଭ କରି ଧାନ ବିକ୍ରି କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ l

ଏହି ଗାଁରେ ଚକୋବନ୍ଦୀ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ପରେ ମଧ୍ୟ ଚାଷୀଙ୍କୁ ଦଖଲ ଦିଆଯାଇନଥିଲା । ଏନେଇ 1982 ମସିହାରୁ 2019/20 ପର୍ଯ୍ୟନ୍ତ ସ୍ଥାନୀୟ ଚାଷୀମାନେ ମାଲଗୁଜାରୀ ଓ ଜଳକର ମେଜର ବନ୍ଦୋବସ୍ତ ଅନୁସାରେ ଦେଇ ଆସୁଥିଲେ l ତେବେ 2019/20 ମସିହାରେ ଏହି ଦୁଇଟି ଗାଁର ଜମି ଗୁଡିକରେ ଚକବନ୍ଦୀ ବନ୍ଦୋବସ୍ତ କଡାକଡି ଭାବରେ ଲାଗୁ କରାଯିବ ବୋଲି ରାଜ୍ୟ ସରକାର ଗେଜେଟ ନୋଟିଫିକେସନ ଜାରି କରିଥିଲେ । ଏଥିପାଇଁ ଏହି ନିର୍ଦ୍ଦେଶର କଡାକଡି ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଓ ଆରଆଇ ମାନଙ୍କୁ କଡାକଡି ନିର୍ଦ୍ଦେଶ ଦିଆଗଲା । ଏହାଫଳରେ ସରଳ ଓ ଗରିବ ଚାଷୀମାନେ ଚକବନ୍ଦୀ ବ୍ୟବସ୍ଥା ନେଇ ସଚେତନ ନ ଥିବାରୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବଡବଡ଼ିଆ ଓ ଧନୀ ଚାଷୀମାନେ ଅଧିକ ଲାଭବାନ ହୋଇଗଲେ ବୋଲି ସ୍ଥାନୀୟ ଅଞ୍ଚଳର 117 ଚାଷୀ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l

ତେବେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଏହି ଦୁଇଟି ଗାଁରେ ପୂର୍ବପରି ମେଜର ବନ୍ଦୋବସ୍ତ କରାଯାଉ । ସମ୍ବଲପୁର ମହାନଗର ଅଧୀନରେ 22 ଖଣ୍ଡ ଗାଁ ରହିଥିବା ବେଳେ ଏଥିରୁ ଅଧିକାଂଶ ଗାଁରେ ଚକବନ୍ଦୀ ବ୍ୟବସ୍ଥା ଲାଗୁ ହୋଇନଥିବା ବେଳେ ଏହି ଦୁଇଟି ଗାଁରେ କାହିଁକି ଚକବନ୍ଦୀ ବ୍ୟବସ୍ଥା ଲାଗୁ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ତେଣୁ ଯେଉଁ ମେଜର ବନ୍ଦୋବସ୍ତରେ ଏହି ଦୁଇଟି ଗାଁ ଥିଲା,ସେହି ଅନୁସାରେ ଏହାକୁ ରଖାଯାଉ ଓ ମାଲଗୁଜାରୀ, ଜଳକର, ଧାନ କିଣାବିକା ସେହି ମେଜର ବନ୍ଦୋବସ୍ତ ଅନୁସାରେ ରଖାଯାଉ ତଥା ଯେଉଁ ଚାଷୀମାନେ ନିଜେ ନିଜେ ପଟୁଆରୀ ଆଣି ଯୋର ଜବରଦସ୍ତି ଚକବନ୍ଦୀ ଦଖଲ କରୁଛନ୍ତି ତାହାକୁ ବନ୍ଦ କରାଯାଉ ବୋଲି ଜିଲ୍ଲପାଳଙ୍କୁ ଲିଖିତ ଭାବରେ ଦାବି କରିଛନ୍ତି ସ୍ଥାନୀୟ ଚାଷୀ । ଏହି ସମସ୍ୟା ନେଇ ଚାଷୀମାନେ ପୂର୍ବରୁ ମାନେଶ୍ଵର ବ୍ଲକ ଘେରାଓ କରି ଏହାର ସମାଧାନ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।

ଅନ୍ୟପଟେ ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଯେ ,ଏହାର ତଦନ୍ତ ଦାୟିତ୍ବ ସମ୍ବଲପୁର ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ତେବେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହି ସମସ୍ୟା ନେଇ ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.