ETV Bharat / state

ଦାମୀ କାରର ସିକ୍ରେଟ ଚାମ୍ୱରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ

author img

By

Published : Mar 25, 2023, 8:25 AM IST

ଦାମୀ କାରର ସିକ୍ରେଟ ଚାମ୍ୱରରେ ହେଉଥିଲା ଗଞ୍ଜେଇ ଚାଲାଣ । ସମ୍ବଲପୁର ଜିଲ୍ଲାର ବିକାଶ ରେସିଡେଣ୍ଟ ସ୍କୁଲ ନିକଟରେ କାବୁ କଲା ଅବକାରୀ ବିଭାଗ । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ଗଞ୍ଜେଇ ଚାଲାଣ
ଗଞ୍ଜେଇ ଚାଲାଣ

ସମ୍ବଲପୁର:

ଗଞ୍ଜେଇ ଚାଲାଣ
ରାଜ୍ୟରେ ଥମୁନି ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଆଖିରେ ଧୂଳି ଦେଇ ଖୁଲମଖୁଲା ଗଞ୍ଜେଇ ଚାଲାଣ କରୁଛନ୍ତି ବ୍ୟବସାୟୀ । ଅଭିନବ ତରିକା ଆପଣାଇ ମାଲାମାଲ ହେଉଛନ୍ତି । ସେହିପରି ଭାବେ ଶୁକ୍ରବାର ସମ୍ବଲପୁର ଦେଇ ଏକ ଦାମୀ କାରର ସିକ୍ରେଟ ଚାମ୍ୱରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ ମାଡି ବସିଛି ଅବକାରୀ ବିଭାଗ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶାସନ ନିକଟରେ ଏହି ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

କୋରାପୁଟରୁ ଦିଲ୍ଲୀକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସମ୍ବଲପୁର ଶାସନ ବିକାଶ ଆବାସିକ ସ୍କୁଲ ନିକଟରେ ଅବକାରୀ ବିଭାଗ କାରକୁ କାବୁ କରି ଗଞ୍ଜେଇ ଜବତ କରିଛି । ଦିଲ୍ଲୀ ନମ୍ବର ବିଶିଷ୍ଟ ହୋଣ୍ଡା ଏକର୍ଡ କାର ଭିତରେ ସିକ୍ରେଟ ଚେମ୍ବର କରି ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଗାଡି ସହ ଜବତ ଗଞ୍ଜେଇର ମୂଲ୍ୟ ୨୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦିଆଯାଇଛି । ଏହି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଦିଲ୍ଲୀର ରାଜ କୁମାର ଓ ଉତ୍ତରପ୍ରଦେଶର ନରସିଂହ ଭାଟି । ଦୁହିଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛି ସମ୍ବଲପୁର ଅବକାରୀ ବିଭାଗ ।

ଏବେ ପ୍ରଶ୍ନ ଉଠୁଛି ଏତେ ପରିମାଣର ଗଞ୍ଜେଇ ଆସୁଛି କେଉଁଠୁ ? ଗଞ୍ଜେଇ ଉତ୍ପାଦନ ଉପରେ କିପରି ରୋକ ଲାଗୁନି ? କାହିଁକି ସ୍ଥାନୀୟ ଅବକାରୀ ବିଭାଗ ଅଥବା ପୋଲିସ ଏହାର ମୂଳକୁ ଧରି ପାରୁନି ? ତେବେ ସମ୍ବଲପୁରରେ ହିଁ କାହିଁକି ଧରାପଡୁଛି ଏହି ଗଞ୍ଜେଇ ? ସୂଚନା ଅନୁସାରେ, ଗତ ଏପ୍ରିଲ ୨୦୨୨ରୁ ବର୍ତ୍ତମାନ ସୁଦ୍ଧା ଅବକାରୀ ଗୁଇନ୍ଦା ବିଭାଗ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଲାଣ ମାମଲା ରୁଜୁ କରିଥିବା ବେଳେ ଏହି ମାମଲାରେ ମୋଟ ୮୨ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର ହେଉଥିବା ୩୫ଟି ଗାଡି ମଧ୍ୟ ଜବତ ହୋଇଛି ।

ଚଳିତ ବର୍ଷରେ ମୋଟ ୭୦.୩୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଗୁଇନ୍ଦା ଅବକାରୀ ବିଭାଗ । ଜବତ ହୋଇଥିବା ଗଞ୍ଜେଇ ଏବଂ ଗାଡିର ଆନୁମାନିକ ମୂଲ୍ୟ ୩କୋଟି ୩୮ ଲକ୍ଷ ୩୦ହଜାର ଟଙ୍କା ବୋଲି ଜଣାପଡିଛି । ଏହିସବୁ ମାମଲାଗୁଡିକ ଉପରେ ନଜର ପକାଇଲେ ଜଣାପଡିଛି ଯେ ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ NDPS କେସ୍ ସଂଖ୍ୟା ୨୯୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗିରଫ ସଂଖ୍ୟା ୧୨୭ ପ୍ରତିଶତ ବୃଦ୍ଧି ପାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.