ETV Bharat / state

କୋଭିଡ କଟକଣାରେ ଇଦ-ଉଲ-ଜୁହା ପାଳିତ

author img

By

Published : Jul 21, 2021, 8:02 PM IST

କୋଭିଡ ଗାଇଡଲାଇନ ମଧ୍ୟରେ ଇସଲାମ ଧର୍ମାବଲମ୍ବୀ ପାଲିଲେ ଇଦ-ଉଲ-ଜୁହା । ସାର୍ବଜନୀନ ନମାଜ ପାଠ ଉପରେ ରୋକ । ଅଧିକ ପଢନ୍ତୁ...

ସମ୍ବଲପୁରରେ କୋଭିଡ କଟକଣା ମଧ୍ୟରେ ପାଲିତ ହେଲା ଇଦ-ଉଲ-ଜୁହା

ସମ୍ବଲପୁର : ଆଜି ହେଉଛି ଇସଲାମ ସମ୍ପ୍ରଦାୟର ପର୍ବ ବକ୍ରିଇଦ ବା ଇଦ-ଉଲ-ଜୁହା । ଏହି ଅବସରରେ ଆଜି ସମ୍ବଲପୁର ସହରରେ କୋଭିଡ କଟକଣା ମଧ୍ୟରେ ଇଦ ପାଳନ ହୋଇଛି । କୋଭିଡ କଟକଣା ଯୋଗୁଁ ମସଜିଦରେ ସାମୂହିକ ନମାଜ ପାଠ ଉପରେ କଟକଣା ଥିବାରୁ ଘରେ ଘରେ ନମାଜ ପାଠ କରି ଇଦ ପାଳନ କିରଛନ୍ତି ଇସଲାମ ଧର୍ମାବଲମ୍ବୀ ।

ଚଳିତ ବର୍ଷ କୋଭିଡ କଟକଣା ଯୋଗୁ ସାର୍ବଜନୀନ ପାଳନ ଉପରେ କଟକଣା ଥିବାରୁ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ନମାଜ ପାଠ କରି ପରସ୍ପର ସହିତ ଆଲିଙ୍ଗନ କରିବା ସହ ଅଭିନନ୍ଦନ ଜଣାଇ ପାଳିତ ହୋଇଛି ଇଦ । ସେହିପରି ପାରମ୍ପାରିକ ଢଙ୍ଗରେ ଘରେ ଘରେ ସିମେଇ ,ଖଜୁର ଓ ବିଭିନ୍ନ ମିଠାର ମଜା ନେଇଛନ୍ତି ଲୋକେ ।

ଅନ୍ୟପଟେ ସମ୍ବଲପୁର ସହରର କେତେକ ମସଜିଦରେ ପୋଲିସ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ 5 ଟି ଷ୍ଟାଟିକ ପଏଣ୍ଟ କରାଯିବା ସହ 2 ଟି ଫୁଟ ପାଟ୍ରୋଲିଂ ଟିମ, 2 ଟି ବାଇକ ପାଟ୍ରୋଲିଂ ଟିମ ସହ ସହରରେ 10 ପ୍ଲାଟୁନ ଫୋର୍ସ ମୁତୟନ ସହ 24 ଘଣ୍ଟିଆ ପେଟ୍ରୋଲିଂର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.