ETV Bharat / state

ପ୍ରତିକୂଳ ପରିବେଶରେ ସମ୍ବଲପୁର ମାଟିରେ ଷ୍ଟ୍ରବେରୀ ଫଳାଇଲେ ଦମ୍ପତି, ଅନ୍ୟକୁ ଦେଉଛନ୍ତି ରୋଜଗାର - ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ

ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ । ସୁଦୂର ବିହାରରୁ ଆସି ସମ୍ବଲପୁର ମାଟିରେ ଷ୍ଟ୍ରବେରୀ ଫଳାଇବାରେ ସଫଳ ହୋଇଛନ୍ତି ଦମ୍ପତି । ଅଧିକ ପଢ଼ନ୍ତୁ

ସମ୍ବଲପୁର ମାଟିରେ ଷ୍ଟ୍ରବେରୀ ଚାଷ
strawberry farming in sambalpur
author img

By

Published : Feb 26, 2023, 10:21 PM IST

ପ୍ରତିକୂଳ ପରିବେଶରେ ସମ୍ବଲପୁର ମାଟିରେ ଷ୍ଟ୍ରବେରୀ ଫଳାଇଲେ ଦମ୍ପତି

ସମ୍ବଲପୁର: ବିପରୀତ ଓ ପ୍ରତିକୂଳ ପରିବେଶରେ ସମ୍ବଲପୁର ମାଟିରେ ଷ୍ଟ୍ରବେରୀ ଫଳେଇଛନ୍ତି ବିହାରୀ ଚାଷୀ ଦମ୍ପତି l ମୁଖ୍ୟତଃ ଓଡ଼ିଶାରେ ଷ୍ଟ୍ରବେରୀ ଚାଷ ପାଇଁ ଅନୁକୂଳ ପରିବେଶ ନଥିବା ବେଳେ ନିଜର କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ଏହା ସମ୍ଭବ ହୋଇ ପାରିଛି । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ପଟୁଆବାହାଲ ଗ୍ରାମରେ ଏକ ଏକର ଜମି ଲିଜରେ ନେଇ ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାରେ ଏହି ଦମ୍ପତି l ଏହି ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ସ୍ଥାନୀୟ ଯୁବକଙ୍କୁ ରୋଜାଗାର ଦେବାରେ ସଫଳ ହୋଇଛନ୍ତି ।

ସମ୍ବଲପୁରରେ ରହୁଥିବା ବିହାରୀ ଦମ୍ପତିଙ୍କ ନୂଆ ପ୍ରଚେଷ୍ଟା l ଓଡିଶା ମାଟିରେ ସଫଳତାର ସହ ଫଳେଇଲେ ଷ୍ଟ୍ରବେରୀ l ପ୍ରତିକୂଳ ପାଣିପାଗ ଓ ପରିବେଶ ଥିବା ସତ୍ତ୍ୱେ ବିହାର ରାଜ୍ୟର ଏକ ଦମ୍ପତିଙ୍କ ଦୄଢ ଇଚ୍ଛାଶକ୍ତି ତାଙ୍କୁ ଆଣି ଦେଇଛି ବଡ ସଫଳତା । ଆଉ ସଫଳତା ସହ ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ପଟୁଆବାହାଳ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କରି ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି । ବିହାର ରାଜ୍ୟର ଔରାଙ୍ଗାବାଦ୍ ନିକଟସ୍ଥ ଚିଲକିଭିଗା ଗ୍ରାମର ଜୀତେନ୍ଦ୍ର ବର୍ମା ଓ ପତ୍ନୀ ରୀନା ବର୍ମା 2021ରେ ମୋହନ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଏକର ଜମି 2024 ଯାଏ ଲିଜରେ ନେଇ ଏହି ଚାଷ ପ୍ରଣାଳୀ ଆରମ୍ଭ କରିଥିଲେ । ଦୁଇ ପୂର୍ବେ ଚାଷ ଆରମ୍ଭ କରିଥିଲେ ମଧ୍ୟ ଅନୁକୂଳ ପାଣିପାଗ ଅଭାବରୁ ସେତେଟା ସଫଳତା ପାଇ ନଥିଲା । ତେବେ ସେମାନେ ହାର ମାନି ନଥିଲେ ।

ଆତ୍ମ ବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ ଚଳିତ ବର୍ଷ ଏହି ସଫଳତା ପାଇଛନ୍ତି । ସେମାନଙ୍କ କହିବା ଅନୁସାରେ, ଦମ୍ପତି ଷ୍ଟ୍ରବେରୀ ଚାଷ ପୂର୍ବରୁ ବିହାର ରାଜ୍ୟରେ କରୁଥିଲେ ଓ ଏଥିପାଇଁ ସେମାନେ ବିଧିବଦ୍ଧ ତାଲିମ ମଧ୍ୟ ନେଇଛନ୍ତି । ତେବେ ସେଠାରେ ଜମି ସମସ୍ୟା କାରଣରୁ ନିଜ ପତ୍ନୀଙ୍କ ଘର ସମ୍ବଲପୁରୀ ଜିଲ୍ଲା ମାନେଶ୍ୱର ବ୍ଲକର ଗୁଲୁଣ୍ଡା ଚାଲିଆସିଥିଲେ । ଓଡିଶା ଆସି ସେମାନେ ପୁଣି ଏଠାରେ ଷ୍ଟବେରୀ ଚାଷ ପାଇଁ ଅଣ୍ଟା ଭିଡିଥିଲେ । ଏନେଇ ଦମ୍ପତି କହିଛନ୍ତି,"ଏହି ଚାଷ ପାଇଁ ଜିଲ୍ଲା ଉଦ୍ୟାନ ବିଭାଗର ବହୁ ଯୋଜନା ଓ ସବସିଡି ବା ରିହାତି ରହିଛି । ହେଲେ ପଟୁଆବାହାଲରେ ହୋଇଥିବା ଷ୍ଟ୍ରବେରୀ ଚାଷ ସୁଦୂର ପ୍ରସାରୀ ହୋଇଥିଲେ ସୁଦ୍ଧା ଜିଲ୍ଲା କିମ୍ବା ବ୍ଲକର କୌଣସି ଅଧିକାରୀଙ୍କ ଦୃଷ୍ଟି ପଡ଼ିନାହିଁ ।"

ଷ୍ଟ୍ରବେରୀ ଚାଷ କରି ଏମାନେ ବେଶ ଲାଭବାନ ହେଉଥିବା କହିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ସ୍ଥାନୀୟ ଅଞ୍ଚଳରେ ଅନ୍ୟ ଲୋକଙ୍କୁ ରୋଜଗାରର ମାଧ୍ୟମ ଦେଖାଇଛନ୍ତି । ଉକ୍ତ ଅଞ୍ଚଳର 8 ଜଣ ଯୁବକ ଏଠାରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ବର୍ତ୍ତମାନ ଦୈନିକ ପ୍ରାୟ 1 କ୍ୟୁଣ୍ଟାଲରୁ ଅଧିକ ଷ୍ଟ୍ରବେରୀ ଫଳ ସମ୍ବଲପୁର ଓ ଭୁବନେଶ୍ବର ପଠାଯାଉଛି । ନଭେମ୍ବରରୁ ଫେବୃଆରୀ ଏହି 4 ମାସ ମଧ୍ୟରେ ଫଳ ଆମଦାନୀ ହୋଇଥାଏ । ଶୀତ ରହିଲେ ଚାଷରେ ଅଧିକ ଫଳ ଉତ୍ପାଦନ ହୋଇଥାଏ l ତେବେ ସ୍ଥାନୀୟ ବଜାରରେ ଏହାର ଚାହିଦା ଅପେକ୍ଷାକୃତ କମ ଥିବାରୁ ଏହାକୁ ମୁଖ୍ୟତଃ ଭୁବନେଶ୍ୱରକୁ ପଠାଯାଉଛି ବୋଲି ଦମ୍ପତି କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.