ETV Bharat / state

ଭୀମସାରରେ ମେଡିକାଲ ଛାତ୍ର ଓ ସିକ୍ୟୁରିଟି ଗାର୍ଡ ମାରପିଟ୍; ୩ଟି ମାମଲା ରୁଜୁ

ଭୀମସାରରେ ମେଡିକାଲ ଛାତ୍ର ଓ ସିକ୍ୟୁରିଟି ଗାର୍ଡ ମାରପିଟ୍ । ବୁର୍ଲା ଥାନାରେ ୩ଟି ମାମଲା ରୁଜୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 6, 2023, 9:51 AM IST

ଭୀମସାରରେ ମେଡିକାଲ ଛାତ୍ର ଓ ସିକ୍ୟୁରିଟି ଗାର୍ଡ ମାରପିଟ୍

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ ଡାକ୍ତରୀ ଛାତ୍ର ଓ ସିକ୍ୟୁରିଟି ଗାର୍ଡ ଗଣ୍ଡଗୋଳ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବୁର୍ଲା / ହୀରାକୁଦ ଏସଡିପିଓ ସତ୍ୟବ୍ରତ ଦାସ l ଏହି ମାରପିଟ୍ ଘଟଣାରେ ବୁର୍ଲା ଥାନାରେ ୩ଟି ମାମଲା ରୁଜୁ ହୋଇଛି l ଡାକ୍ତରୀ ଛାତ୍ରଙ୍କ ମାଡ଼ରେ ଆହତ ହୋଇଥିବାର ଅଭିଯୋଗ ଆଣିଥିବା ସିକ୍ୟୁରିଟି ଗାର୍ଡ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ଭାଇଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଅଭିଯୋଗ କରୁଥିବା ଡାକ୍ତରୀ ଛାତ୍ରଙ୍କ ପକ୍ଷରୁ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । ସେପଟେ ବୁର୍ଲା ଫାଣ୍ଡିରେ କିଛି ଲୋକ ଭଙ୍ଗାରୁଜା କରିଥିବାରୁ ପୋଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରିଛି ବୋଲି ସୂଚନା ଦେଇଛନ୍ତି ଏସଡିପିଓ l

ଅନ୍ୟପଟେ ଆହତ ସିକ୍ୟୁରିଟି ଗାର୍ଡ ଯିଏକି ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସେ କହିଛନ୍ତି ଯେ, ସେ ହଷ୍ଟେଲକୁ ପାଣି ମାଗିବାକୁ ଯାଇଥିବା ବେଳେ କିଛି ପିଜି ଡାକ୍ତରୀ ଛାତ୍ର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ମାଡ଼ ମାରିଥିଲେ । ଏହି ଘଟଣାରେ ପୋଲିସ ଏବେ ଛାନଭିନ୍ ଚଳାଇଛି । ଫାଣ୍ଡି ଭଙ୍ଗାରୁଜା ଘଟଣା ନେଇ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭୀମସାରରେ ଡାକ୍ତର ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ମାରପିଟ୍

ପ୍ରକାଶ ଥାଉକି, ବୁଧବାର ବିଳମ୍ବିତ ରାତିରେ ବୁର୍ଲା ଭୀମସାରରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାତି ପ୍ରାୟ ୧ଟାରୁ ୩ଟା ମଧ୍ୟରେ JH-1 ହଷ୍ଟେଲରେ ଜଣେ ସିକ୍ୟୁରିଟି ଗାର୍ଡ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣକୁ ନେଇ କିଛି ଡାକ୍ତରୀ ଛାତ୍ର ତାଙ୍କୁ ମାରପିଟ୍ କରିଥିଲେ । ଛାତ୍ରମାନେ ସିକ୍ୟୁରିଟି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ଗଣ୍ଡଗୋଳରେ ସିକ୍ୟୁରିଟି ଗାର୍ଡ ଜଣକ ଆହତ ହୋଇଥିଲେ । ସେଠାରେ କୌଣସି ଡାକ୍ତର ଆହତଙ୍କ ଚିକିତ୍ସା ନକରିବାରୁ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ପଶ୍ଚିମ ଓଡ଼ିଶା ସୁରକ୍ଷାକର୍ମୀ ସଂଘ ପକ୍ଷରୁ ବୁର୍ଲା ଥାନା ଘେରାଉ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ତେବେ ଘଟଣା ସମ୍ପର୍କରେ କୌଣସି ଡାକ୍ତରୀ ଛାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହାମଧ୍ୟ ପଢନ୍ତୁ : ଭୀମସାର ମେଡ଼ିକାଲ ଛାତ୍ରଙ୍କ ଦୌରତ୍ମ୍ୟ, ବ୍ରହ୍ମପୁର MKCG ଛାତ୍ରଙ୍କ ଉପରେ ଆକ୍ରମଣ କଲେ VIMSAR ଛାତ୍ର

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.