ସମ୍ବଲପୁର: ଦେଶର ବିଭିନ୍ନ ସ୍ଥାନରେ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବୁର୍ଲା ସ୍ଥିତ ପ୍ଲାନେଟୋରିୟମକୁ ବନ୍ଦ କରି ଦିଆଯାଇଛି।
କୋରୋନା ସଂକ୍ରମଣ ରୋକିବା ପାଇଁ ଏହା ଏକ ସତର୍କତା ମୂଳକ ପଦକ୍ଷେପ ବୋଲି କୁହାଯାଇଛି । ଫଳରେ ଶନିବାର ପ୍ଲାନେଟୋରିୟମ ଖାଁ ଖାଁ ଲାଗୁଛି । ତେବେ ସ୍ଥାନୀୟ ଲୋକ ଏହାକୁ ସ୍ବାଗତ କରିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ