ETV Bharat / state

'ନୂଆ-ଓ' କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲ ଘଟଣା, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

author img

By ETV Bharat Odisha Team

Published : Jan 15, 2024, 10:38 PM IST

GM College Exams Postponed Issue: ସମ୍ବଲପୁରର ମନ୍ଦଲିଆ ପଡିଆରେ ଅନୁଷ୍ଠିତ ହୋଇଥିଲା ନୂଆ-ଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପାଇଁ ପିଲାଙ୍କ ପରୀକ୍ଷା ବାତିଲ କରାଯାଇଥିବା ନେଇ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ସମ୍ବଲପୁର: 'ନୂଆ-ଓ' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବାକୁ ବାଧ୍ୟ କରାଯାଇଥିବା ବିଜେପିର ଅଭିଯୋଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ଦଳ । ଗତ 13 ତାରିଖରେ ସମ୍ବଲପୁରର ମନ୍ଦଲିଆ ପଡିଆରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇଥିବା ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ।

ଏନେଇ ସମ୍ବଲପୁର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ କହିଛନ୍ତି, "ଯୁକ୍ତ 3ର ବିଭିନ୍ନ ସେମିଷ୍ଟର ପରୀକ୍ଷା ଜାନୁଆରୀ 13 ତାରିଖରେ ଥିବାବେଳେ ଜିଏମ ବିଶ୍ୱ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚିଠି ଲେଖି ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବାକୁ ଚାପ ପକାଇଥିଲେ ।" ଯେଉଁ ଛାତ୍ରମାନେ ଏହି ଘଟଣାର ପ୍ରତିବାଦ କରିଥିଲେ ସେମାନଙ୍କୁ ପୋଲିସ ଅକାରଣରେ ପ୍ରିଭେଣ୍ଟିଭ୍ ଆରେଷ୍ଟ କରିଥିଲା ଓ ଦୁର୍ବ୍ୟବହାର କରିଥିଲା ବୋଲି ଅଭିଯୋଗ କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏହିଭଳି ଆଭିମୁଖ୍ୟ ଜାରି ରହିଲେ ଆଗକୁ ବଡ଼ ଧରଣ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ନୂଆ-ଓ କାର୍ଯ୍ୟକ୍ରମ: ଜିଏମ ବିଶ୍ୱ ବିଦ୍ୟାଳୟରେ ଘୁଞ୍ଚିଲା ପରୀକ୍ଷା, ଛାତ୍ର ଅସନ୍ତୋଷ

ଏହା ମଧ୍ୟ ପଢନ୍ତୁ...'ନୂଆ-ଓ' କାର୍ଯ୍ୟକ୍ରମରେ ଅଘଟଣ ନେଇ ବିରୋଧୀଙ୍କ ହଙ୍ଗାମା, ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାନୁଆରୀ ୧୭ ଦିନ ରାଜ୍ୟରେ ଛୁଟି ଘୋଷଣା

ଏହାସହ ଯେଉଁ ପୋଲିସ କର୍ମଚାରୀମାନେ ପ୍ରତିବାଦ କରୁଥିବା ଛାତ୍ରଙ୍କୁ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ସୂଚନା ଦେଇଛି । ଅନ୍ୟପଟେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି, "ଆସନ୍ତା 22 ତାରି ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାବେଳେ ଏହି ଦିନକୁ ମଧ୍ୟ ଛୁଟି ଘୋଷଣା କରାଯାଉ ।" ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଥିବାବେଳେ ଏହି ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହିଭଳି ଆସନ୍ତା 22 ତାରିଖକୁ ମଧ୍ୟ ଛୁଟି ଘୋଷଣା କରାଯାଉ ବୋଲି ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଦାବି କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.