ETV Bharat / state

ଦଶମ ଦିନରେ ଚାଷୀ ଅନଶନ, ସମର୍ଥନରେ ସମ୍ବଲପୁର ଓ ରେଙ୍ଗାଲୀ ବିଧାୟକ - ସପକ୍ଷରେ ସମ୍ବଲପୁର ଓ ରେଙ୍ଗାଲୀ ବିଧାୟକ

ସମ୍ବଲପୁରରେ ଜାରି ରହିଥିବା ଚାଷୀ ଅନଶନ ଦଶମ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନକୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ସମର୍ଥନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 31, 2019, 11:38 PM IST

ସମ୍ବଲପୁର: ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଲିଥିବା ଚାଷୀ ଅନଶନ ଦଶମ ଦିନରେ ପହଞ୍ଚିଛି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ଦାବି ପୂରଣ ନେଇ କୌଣସି ଆଲୋଚନା କରାଯାଇନାହିଁ। ତେବେ ଏଭଳି ପରିସ୍ଥିତିରେ ଆଜି ସମ୍ବଲପୁର ଓ ରେଙ୍ଗାଲୀର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ ଖୋଲା ଖୋଲି ଭାବେ ଚାଷୀଙ୍କ ସମର୍ଥନ କରି ଅନଶନ ସ୍ଥଳରେ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁରରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି। ଅନ୍ୟ ପକ୍ଷରେ ରେଙ୍ଗାଲି ବିଜେପି ବିଧାୟକ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜିଲ୍ଲାରେ ଚାଷୀଙ୍କ ବୀମା ରାଶି ଦେଉନଥିବା କମ୍ପାନୀ ଉପରେ ରାଜ୍ୟ ସରକାର ଚାପ ପ୍ରୟୋଗ କରୁ ନାହାନ୍ତି ସେ ଅଭିଯୋଗ କରିଛନ୍ତି । ଫଳରେ ଚାଷୀ ବିଗତ ଥରର ପ୍ରାୟ 160 କୋଟି ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ନାଉରୀ ନାଏକ କହିଛନ୍ତି।

ଅନ୍ୟପଟେ ଏହି ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ର ବିଜେପି ସରକାରଙ୍କ ଆରସିଇପି ଟ୍ରେଡ଼ ଏଗ୍ରିମେଣ୍ଟକୁ ବିରୋଧ କରୁଥିବା ବେଳେ ସ୍ଥାନୀୟ ନେତା ଭାବେ ଚାଷୀଙ୍କୁ ସମର୍ଥନ କରିବେ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ନିକଟରେ ଚାଲିଥିବା ଚାଷୀ ଙ୍କ ରିଲେ ଅନଶନ ଆଜି 10 ଦିନରେ ପହଂଚିଛି। ସମ୍ବଲପୁର ଜିଲ୍ଲାର ବଭିନ୍ନ ଅଞ୍ଚଳ ର ଚାଷୀ ପର୍ଯ୍ୟାୟ କ୍ରମରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ରେ 10 ଦିନ ହେଲା ବସିଛନ୍ତି।ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ଙ୍କ ଦାବି ପୂରଣ ନେଇ କୌଣସି ଆଲୋଚନା ଆରମ୍ଭ ହୋଇନାହିଁ।ତେବେ ଏଭଳି ପରିସ୍ଥିରେ ରେ ଆଜି ସମ୍ବଲପୁର ଓ ରେଙ୍ଗାଲୀ ର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ ଖୋଲା ଖୋଲି ଭବେ ଚାଷୀ ଙ୍କ ସମର୍ଥନ ରେ ବାହାରି ଅନଶନ ସ୍ଥଳରେ ବସିଥିଲେ।

Body:ସମ୍ବଲପୁର ର ଚାଷୀ ନ୍କ ସମର୍ଥନରେ ରେ ବାହାରିଲେ ଜୟନାରାୟନ ଓ ନାଉରୀ ନାଏକ।ସମ୍ବଲପୁର ରେ ଆନ୍ଦୋଳନ କରୁଥିବା ଚାଷୀ ଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ଶରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟନ ମିଶ୍ର କହିଛନ୍ତି। ଅନ୍ୟ ପତ୍ର ରେଙ୍ଗାଲି ର ବିଜେପି ବିଧାୟକ ଏନେଇ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ।ସେ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାରେ ଚଷୀଙ୍କ ବୀମା ରାଶି ଦେଉନଥିବା କମ୍ପାନୀ ଉପରେ ରାଜ୍ୟ ସରକାର ଚାପ ପ୍ରୟୋଗ କରୁ ନାହାନ୍ତି।ଫଳରେ ଚଷୀ ବିଗତ ଥର ର ପ୍ରାୟ 160 କୋଟି ବୀମା ରାଶି ପାଇବାରୁ ବଞ୍ଚିତ ରହିଛନ୍ତି ବୋଲି ନାଉରୀ ନାଏକ କହିଛନ୍ତି।

Conclusion:ଅନ୍ୟପଟେ ଏହି ଆନ୍ଦୋଳନରତ ଚଷୀ ମାନେ କେନ୍ଦ୍ର ବିଜେପି ସରକାରଙ୍କ ଆରସିଇପି ଟ୍ରେଡ଼ ଏଗ୍ରିମେଣ୍ଟ କୁ ବିରୋଧ କରୁଥିବା ପ୍ରସଙ୍ଗରେ ଆମେ ସ୍ଥାନୀୟ ନେତା ଭାବେ ଚାଷୀ ଙ୍କୁ ସମର୍ଥନ କରିବୁ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।

ବାଇଟ-1-ଜୟନାରାୟନ ମିଶ୍ର,ବିଧାୟକ, ସମ୍ବଲପୁର।
ବାଇଟ-2-ନାଉରୀ ନାଏକ,ବିଧାୟକ, ରେଙ୍ଗାଲୀ,ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.