ETV Bharat / state

ସମ୍ବଲପୁରରେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଆୟୋଜିତ - Jiban Bindu

ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବି ପ୍ରସାଦ ମିଶ୍ର ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି।

ସମ୍ବଲପୁରରେ ବିଜେଡିର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ

author img

By

Published : Aug 11, 2020, 9:53 PM IST

ସମ୍ବଲପୁର: କୋରୋନା କାଳରେ ରକ୍ତ ଦାନ ଶିବିର ଆୟୋଜନ ବହୁ ମାତ୍ରାରେ କମିଯାଇଛି । ଏଭଳି ସ୍ଥିତିରେ ରାଜ୍ୟରେ ରୋଗୀ ମାନେ ରକ୍ତ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ବର୍ତ୍ତମାନ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ଚାଲିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବି ପ୍ରସାଦ ମିଶ୍ର ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି ।

ସମ୍ବଲପୁରରେ ବିଜେଡିର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ
ଏହି କାର୍ଯ୍ୟକ୍ରମ ‘‘ଓଡ଼ିଶା-ମୋ ପରିବାର’’ ତରଫରୁ ହେଉଥିବା ବେଳେ ଏହା ଗତ ଅଗଷ୍ଟ 9 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ରାଜ୍ୟରେ ସିକଲସେଲ ଓ ଥାଲାସେମିଆ ରୋଗୀଙ୍କୁ ବହୁ ରକ୍ତ ଆବଶ୍ୟକ ପଡିଥାଏ । ଏହି ପରିପ୍ରେକ୍ଷୀରେ କୋଭିଡ ସମୟରେ ଦେଖା ଯାଇଥିବା ରକ୍ତଭାବକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ଏହି ରକ୍ତ ଦାନ ଶିବିରରେ ବିଜେଡି କାର୍ଯ୍ୟକର୍ତାଙ୍କ ସହ ଅନ୍ୟ ସାଧାରଣ ଲୋକ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ସାମାଜିକ ଦୂରତ୍ୱ ବଜାୟ ରଖି, ମାସ୍କ ପିନ୍ଧି ରକ୍ତଦାନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.