ETV Bharat / state

ସମ୍ବଲପୁର ଫାଟକ ଷ୍ଟେସନ ଉଚ୍ଛେଦକୁ ବିଜେଡିର ପ୍ରତିବାଦ - sambalpur BJD protests

ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଐତିହାସିକ ଫାଟକ ରେଳ ଷ୍ଟେସନ ଉଚ୍ଛେଦ ନିଷ୍ପତ୍ତିକୁ ତୀବ୍ର ବିରୋଧ । ଅଧିକ ପଢନ୍ତୁ...

ସମ୍ବଲପୁର ଫାଟକ ଷ୍ଟେସନ ଉଚ୍ଛେଦକୁ ବିଜେଡିର ପ୍ରତିବାଦ

author img

By

Published : Mar 16, 2021, 5:56 PM IST

ସମ୍ବଲପୁର: ସହର ଜିଏମ ବିଶ୍ୱବିଦ୍ୟାଳୟ ନିକଟରେ ରହିଛି ଐତିହାସିକ ଫାଟକ ରେଳ ଷ୍ଟେସନ । ଏଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓହ୍ଲାଇଥିଲେ । ସେଥିପାଇଁ ଏହାର ଐତିହାସିକ ଗୁରୁତ୍ୱ ଥିବାବେଳେ ଏହି ଷ୍ଟେସନ ସହିତ ସମ୍ବଲପୁରବାସୀଙ୍କ ଭାବାବେଗ ଜଡିତ ହୋଇ ରହିଛି । ତେବେ ସମ୍ବଲପୁରର 125 ବର୍ଷ ପୁରୁଣା ରେଳ ଷ୍ଟେସନକୁ ବର୍ତ୍ତମାନ ରେଳ ବିଭାଗ ଉଚ୍ଛେଦ କରିବାକୁ ଯାଉଛି । ଯାହାକୁ ସମ୍ବଲପୁର ଯୁବ ଛାତ୍ର ବିଜେଡି ତୀବ୍ର ବିରୋଧ କରିବା ସହ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରିଛି।

ସମ୍ବଲପୁର ଫାଟକ ଷ୍ଟେସନ ଉଚ୍ଛେଦକୁ ବିଜେଡିର ପ୍ରତିବାଦ
ରେଳବାଇର ଫାଟକ ରେଳ ଷ୍ଟେସନ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫାଟକ ଷ୍ଟେସନ ସହ ସମ୍ବଲପୁରବାସୀଙ୍କ ଭାବାବେଗ ଜଡିତ ଥିବାବେଳେ ଛାତ୍ରଛାତ୍ରୀ ଏହି ଷ୍ଟେସନ ଦ୍ୱାରା ଉପକୃତ ହୋଇଆସୁଛନ୍ତି । ବର୍ତ୍ତମାନ ରେଳ ବିଭାଗ ଏହାର ଉଚ୍ଛେଦ କରି ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଯାଉଛି । ଏହାର ପ୍ରତିବାଦ କରାଯିବା ସହ ରେଳବାଇର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ ସମ୍ବଲପୁର ଡିଆରଏମଙ୍କ ଜରିଆରେ ରେଳ ମନ୍ତ୍ରଣାଳୟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ରେଳ ଲାଇନ ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.