ETV Bharat / state

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ, 72 କର୍ମଚାରୀ ସାମିଲ - ହୀରାକୁଦ ଜଳଭଣ୍ଡାରର ପକ୍ଷୀ ଗଣନା ଆରମ୍ଭ

ଆଜିଠୁ(ଗୁରୁବାର) ଆରମ୍ଭ ହେଲା ହୀରାକୁଦ ଜଳ ଭଣ୍ଡାରର ପକ୍ଷୀ ଗଣନା । ଆଜି ସକାଳ 6 ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ଅପରାହ୍ନ 2 ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ 72 କର୍ମଚାରୀ ହୋଇଛନ୍ତି ସାମିଲ । ଅଧିକ ପଢନ୍ତୁ...

ଆଜିଠୁ ହୀରାକୁଦ ଜଳଭଣ୍ଡାରର ପକ୍ଷୀ ଗଣନା ଆରମ୍ଭ

author img

By

Published : Jan 7, 2021, 9:59 AM IST

ସମ୍ବଲପୁର: ଆଜିଠାରୁ(ଗୁରୁବାର) ଆରମ୍ଭ ହେଲା ହୀରାକୁଦ ଜଳ ଭଣ୍ଡାରର ପକ୍ଷୀ ଗଣନା । ଆଜି ସକାଳ 6 ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ଅପରାହ୍ନ 2 ଟା ପର୍ଯ୍ୟନ୍ତ ଚାଲିବ । ଏହି ଗଣନାରେ ସମ୍ବଲପୁର, ହୀରାକୁଦ, ଝାରସୁଗୁଡା ବନ ବିଭାଗର ଏସି ଏଫ, ରେଞ୍ଜର, ଫରେଷ୍ଟର, ଲୋକଲ ବାର୍ଡ କ୍ଳବର ସଦସ୍ୟ, ଛାତ୍ରଛାତ୍ରୀ ଆଦି ସର୍ଵ ମୋଟ 72 ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଆଜିଠୁ ହୀରାକୁଦ ଜଳଭଣ୍ଡାରର ପକ୍ଷୀ ଗଣନା ଆରମ୍ଭ

ହୀରାକୁଦ ଡ୍ୟାମର 356 ସ୍କୋୟାର କିଲୋମିଟର ଅଞ୍ଚଳକୁ 21ଟି ସେକ୍ଟରରେ ଭାଗ କରାଯାଇ ଏହି ଗଣନା ଚାଲିଛି । ଏଥିରେ 14 ଟି ବୋଟ, 6 ଟି ଲଞ୍ଚ ଓ ଗୋଟିଏ ଗାଡି ବ୍ୟବହାର ହେଉଥିବା ସୂଚନା ଦିଆଯାଇଛି । ଗତ ବର୍ଷ 92 ପ୍ରଜାତିର 1ଲକ୍ଷ 45 ହଜାର 946 ପକ୍ଷୀ ଆସିଥିବା ବେଳେ ଏଥର ପକ୍ଷୀ ସଂଖ୍ୟା ବଢ଼ିପାରେ ବୋଲି ଆଶା କରାଯାଉଛି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.