ETV Bharat / state

ଶ୍ବେତା ଆତ୍ମହତ୍ୟା ମାମଲା, ଘର ଛାଡିଲେ ସୋମ୍ୟଜିତଙ୍କ ପରିବାର ଲୋକେ - ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା ମାମଲା

ଭୁବନେଶ୍ବର ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଆତ୍ମହତ୍ୟା ମାମଲା । ଘର ଛାଡିଲେ ବୟଫ୍ରେଣ୍ଡ ସୋମ୍ୟଜିତଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

ଶ୍ବେତା ଆତ୍ମହତ୍ୟା ମାମଲା, ଘର ଛାଡିଲେ ସୋମ୍ୟଜିତଙ୍କ ପରିବାର ଲୋକେ

author img

By

Published : Aug 24, 2022, 12:02 PM IST

Updated : Aug 24, 2022, 12:57 PM IST

ସମ୍ବଲପୁର: ଭୁବନେଶ୍ବର ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଆତ୍ମହତ୍ୟା ମାମଲାରେ ଛାନଭିନ୍ ଜାରି ରହିଛି । ଶ୍ବେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ନାଁ ସନ୍ଦେହ ଘେରକୁ ଆସିଥିବା ବେଳେ ଗତ ରାତିରେ ସେ ଘରୁ କୁଆଡେ ଯାଉଥିବାର ସିସିଟିଭିରେ ଜଣାପଡିଥିଲା । ତେବେ ଆଜି ସକାଳୁ ସୌମ୍ୟଜିତଙ୍କ ପରିବାର ଲୋକେ ମଧ୍ୟ ଏକ କାରରେ ସମ୍ବଲପୁର ବଂଶୀଧର ନଗର ସ୍ଥିତ ନିଜ ଘରୁ କୁଆଡେ ପଳାଇଛନ୍ତି । ସେମାନେ ଘରୁ ବାହାରି ଯାଉଥିବାର ଦୃଶ୍ୟ ସେଠାରେ ଥିବା ଏକ ସିସିଟିଭି ଫୁଟେଜରୁ ଜଣାପଡିଛି ।

ଶ୍ବେତା ଆତ୍ମହତ୍ୟା ମାମଲା, ଘର ଛାଡିଲେ ସୋମ୍ୟଜିତଙ୍କ ପରିବାର ଲୋକେ

ସୂଚନା ମୁତାବକ, ସୌମ୍ୟଜିତଙ୍କ ପରିବାର ଲୋକେ ଆଜି ସକାଳ 7ଟା 20 ସମୟରେ ଘରୁ ବାହାରି କାର୍ ଯୋଗେ କେଉଁଆଡେ ଯାଇଛନ୍ତି । ତେବେ ସେମାନେ ଭୁବନେଶ୍ବର ଯାଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରକାଶଥାଉ କି, ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବା ଧମକରେ ଝିଅ ଆତ୍ମହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ଶ୍ବେତାଙ୍କ ବାପା । ଏହାସହ ସୌମ୍ୟଙ୍କ ପରିବାର ବିବାହ ପାଇଁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ବଢିଲା ବଏଫ୍ରେଣ୍ଡଙ୍କ ପାଇଁ ଅଡୁଆ, ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା

ଶ୍ବେତାଙ୍କ ବାପା ଓ ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି, ''ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳେ ଲିଭ-ଇନରେ ରହୁଥିଲେ । ଏହାପରେ ଶ୍ବେତାଙ୍କ ବାପା ବିବାହ ପାଇଁ ପୁଅଘରକୁ ଯାଇଥିଲେ । ମାତ୍ର ସେମାନେ ବିବାହ ପାଇଁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ କରିବା ପରେ ଶ୍ବେତାଙ୍କ ପରିବାର ବିବାହ ପାଇଁ ରାଜି ହୋଇନଥିଲେ । ଟଙ୍କା ନ ଦେଲେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ଭାଇରାଲ କରିଦେବାକୁ ସୌମ୍ୟଜିତ ଧମକ ଦେଇଥିଲେ ।''

ଏହାମଧ୍ୟ ପଢନ୍ତୁ: ଲେଡି ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ସମ୍ୱଲପୁର ଲିଙ୍କ୍ : ରାତି ଅଧିଆ ଫେରାର ବଏଫ୍ରେଣ୍ଡ !

ଗତ ୧୯ ତାରିଖରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର‌ରୁ ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତାଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଥିଲା । ତାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବାବେଳେ ସେଠାରେ ସେ ଭଡାରେ ରହୁଥିଲେ । ପୋଲିସ ଏହି ବହୁ ଚର୍ଚ୍ଚିତ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏବେ ଆତ୍ମହତ୍ୟା କରିବା ପାଇଁ ଉସକେଇବା ମାମଲକୁ କେଶ ଟର୍ଣ୍ଣ କରିଛି । ଆତ୍ମହତ୍ୟା କରିବା ପାଇଁ ଉସକେଇବା ନେଇ ଦଫା ୩୦୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 24, 2022, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.