ସମ୍ବଲପୁର: 2015 ବ୍ୟାଚ ଆଇଏଏସ ଅଫିସର, ଭାରତୀୟ ପ୍ରଶାସନିକ ସେବା ସର୍ବ ଭାରତୀୟ ସ୍ତରରେ 16 ନମ୍ବର ସ୍ଥାନ ଅଧିକାର କରିଥିବା ଅନନ୍ୟା ଦାସ ଆଜି(ବୁଧବାର) ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ନୂତନ ଜିଲ୍ଲାପାଳ ଡୁଡ଼ା ପିଡି କୋରାପୁଟ ଏବଂ ଐତିହାସିକ କଟକ ସହର (CMC)ର କମିଶନର ଭାବେ କାର୍ଯ୍ୟ କରି ନିଜର ଦକ୍ଷତାର ସହ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି ।

ଆଜି ପ୍ରଥମ ଦିନରେ ବିଭିନ୍ନ ଜିଲ୍ଳାସ୍ତରୀୟ ଅଧିକାରୀଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିବା ସହ ଜନସାଧାରଣଙ୍କ ପ୍ରୀତିଭାଜନ ହେବା ସହ ପ୍ରଶାସନିକ କ୍ଷେତ୍ରରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗେଇ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମେ ଜିଲ୍ଲାପାଳ ସମ୍ବଲପୁର ଅଧଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କୁ ଦର୍ଶନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲ୍ଲାରେ ଚାଲିଥିବା ବିଭିନ୍ନ ଅଧୁରା କାମଙ୍କୁ ଆଗକୁ ନେବା ସହ ନୂତନ ପ୍ରକଳ୍ପ ଗୁଡିକୁ ହାତକୁ ନେଇ ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି । ଏହାସହ ସମଲେଇ ଯୋଜନା କିପରି ତ୍ବରାନ୍ବିତ ହେବ ସେନେଇ ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ନୂତନ ଜିଲ୍ଲାପାଳ ।
ଇଟିଭି ଭାରତ, ସମ୍ବଲପୁର