ETV Bharat / state

ଅସ୍ତରଙ୍ଗରେ ବିଲୁଆ ଆତଙ୍କ, ୨ ଦିନରେ ୧୧ ଜଣଙ୍କୁ ଆକ୍ରମଣ, ସଂଧ୍ୟା ହେଲେ ପଡୁଛି ତାଟି କବାଟ - JACKAL TERROR

author img

By ETV Bharat Odisha Team

Published : 3 hours ago

Updated : 2 hours ago

Jackal Terror: ପୁରୀ ଅସ୍ତରଙ୍ଗ ଅଞ୍ଚଳରେ ବିଲୁଆ ଆତଙ୍କ । ସଂଧ୍ୟା ନଇଁଲେ ଗୋଡେଇ ଗୋଡେଇ ଆକ୍ରମଣ କରୁଛି ବିଲୁଆ । ମଣିଷ ଏବଂ ଗୃହ ପାଳିତ ପଶୁଙ୍କୁ କାମୁଡି କରୁଛି ଲହୁ ଲୁହାଣ ।

JACKAL TERROR
JACKAL TERROR (ETV Bharat Odisha)
JACKAL TERROR (Etv Bharat)

ନିମାପଡା(ପୁରୀ): ଅସ୍ତରଙ୍ଗରେ ବିଲୁଆ ଆତଙ୍କ । ଗୋଡେଇ ଗୋଡେଇ ଆକ୍ରମଣ କରୁଛି ବିଲୁଆ ସନ୍ଧ୍ୟା ହେଲେ ଲୋକଙ୍କ ମନରେ ପଶୁଛି ଛନକା । ହାତରେ ବାଡି ଧରି ରାସ୍ତା ଚାଲିବାକୁ ପଡୁଛି । ଏକା ନୁହଁ ବରଂ ମେଳି ବାନ୍ଧି ଚଳ ପ୍ରଚଳ କରୁଛନ୍ତି ଲୋକେ । କେତେବେଳେ କେଉଁ ସମୟରେ ବିଲୁଆ କାମୁଡି ଭୟ ରହୁଛି ଲୋକଙ୍କ ମନରେ ।

ଏହା ମଧ୍ୟ ପଢନ୍ତୁ-ଗାଁ ଦାଣ୍ଡରେ ବୁଲୁଛି ବାଘ; CCTVରେ କଏଦ, ଆତଙ୍କିତ ଅଞ୍ଚଳବାସୀ - Tiger Spotted In Dhenkanal

ଅସ୍ତରଙ୍ଗରେ ବିଲୁଆ ଆତଙ୍କ:

ଅସ୍ତରଙ୍ଗର ଦୁଇଟି ପଞ୍ଚାୟତର ୪ଟି ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ବିଲୁଆ । ବର୍ତ୍ତମାନ ସୁଦ୍ଧା ୧୧ ଜଣ ମଣିଷ ଓ ୨ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରି କଲାଣି ଲହୁ ଲୁହାଣ କରିିଛି ବିଲୁଆ । ବନ ବିଭାଗ ସନ୍ଧ୍ୟା ସମୟରେ ବିଭିନ୍ନ ଗାଁରେ ପାଟ୍ରୋଲିଂ କରିବା ସହ ବିଲୁଆର ଗତିବିଧି ଉପରେ ନଜର ରଖିଥିବା କହିଛି । ସନ୍ଧ୍ୟା ସମୟରେ କାମ ନଥିଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ବନ ବିଭାଗ ।

JACKAL ATTACK
JACKAL ATTACK (Etv Bharat)

କୋରଣା ପଞ୍ଚାୟତର ବଙ୍କୁରି ଗ୍ରାମରେ ୫ ଜଣଙ୍କୁ ପାଗଳ ବିଲୁଆ କରିଛି ଆକ୍ରମଣ । ସେମାନଙ୍କ ମଧ୍ୟରେ ଜଣେ ୮୨ ବର୍ଷୀୟ ବୃଦ୍ଧ ଓ ତାଙ୍କ ପୁଅ ଗୁରୁତର ହୋଇଥିଲା ବେଳେ ଭୁବନେଶ୍ୱରରୁ ଚିକିତ୍ସା ହୋଇ ଫେରିଛନ୍ତି । ବଙ୍କୁରି ଗ୍ରାମକୁ ବାଦ ଦେଲେ, ଵନ୍ଦାରୀ ଗ୍ରାମରେ ୨ ଜଣ, କରାଳ ଗ୍ରାମରେ ୨ ଜଣ, ତିରିକଣା ଗ୍ରାମର ୨ ଜଣ ବିଲୁଆ ଆକ୍ରମଣର ଶିକାର ହୋଇଛନ୍ତି । ସେହିପରି ବାଙ୍କୁରି ଗ୍ରାମରେ ଗୋଟିଏ ଗାଈ ଓ ବାଛୁରୀକୁ ବିଲୁଆ ଆକ୍ରମଣ କରିଛି । ଆକ୍ରମଣ କରିବାକୁ ଆସୁଥିବା ବିଲୁଆମାନଙ୍କ ମଧ୍ୟରୁ ୨ଟି ବିଲୁଆକୁ ସ୍ଥାନୀୟ ଲୋକେ ବାଡେଇ ବାଡେଇ ମାରି ଦେଇଥିବା ସୂଚନା ମିଳିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଧରାପଡ଼ିଲା ମଣିଷ ଖିଆ କଲରାପତରିଆ, ୨ଦିନରେ ୯ଜଣଙ୍କୁ କରିଥିଲା ଘାଇଲା

ଏହା ମଧ୍ୟ ପଢନ୍ତୁ-ଆତଙ୍କ ଖେଳାଇଲା କଲରାପତରିଆ, ଜଙ୍ଗଲକୁ ଯିବା ମନା ! - leopard spotted in nuapada

ନିଦ ହଜାଇ ଦେଲେଣି ବିଲୁଆ:

JACKAL ATTACK
JACKAL ATTACK (Etv Bharat)

ବିଲୁଆ ଆତଙ୍କରେ ଲୋକମାନଙ୍କ ନିଦ ହଜିଗଲାଣି । ବିଲୁଆ ଭୟ ୪ଟି ଗ୍ରାମର ଚିନ୍ତାର କାରଣ ପାଲଟିଛି । ସେପଟେ ବିଲୁଆର ଗତିବିଧି ବନ ବିଭାଗ ଜାଣି ପାରୁ ନଥିବାରୁ ଚିନ୍ତା ଆହୁରି ବଢିଯାଇଛି । ଗାଁରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ୨ଟି ବିଲୁଆଙ୍କୁ ଲୋକମାନେ ବାଡେଇ ମାରି ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ବେଳେ ପ୍ରକୃତ ଏହି ଅଞ୍ଚଳରେ କେତୋଟି ବିଲୁଆ ଆତଙ୍କ ଖେଳାଉଛନ୍ତି ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ନିମାପଡା

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.