ETV Bharat / sports

ଭାରତ ପ୍ରଥମ ପାଳିରେ 376/10; ଆରମ୍ଭରୁ ସଂକଟରେ ବାଂଲାଦେଶ - IND vs BAN 1st Test - IND VS BAN 1ST TEST

IND vs BAN 1st Test : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ 376 ରନରେ ସମସ୍ତ ୱିକେଟ ହରାଇଛି । ଅନ୍ୟପଟେ ପାଳି ଆରମ୍ଭରୁ ବାଂଲାଦେଶକୁ ସଂକଟରେ ପକାଇଛନ୍ତି ଭାରତର ଷ୍ଟାର ପେସର ଜସପ୍ରୀତ ବୁମ୍‌ରା ଓ ଆକାଶ ଦୀପ । ଅଧିକ ପଢ଼ନ୍ତୁ

IND vs BAN 1st Test
IND vs BAN 1st Test (ANI and ETV Bharat Photo)
author img

By ETV Bharat Sports Team

Published : Sep 20, 2024, 12:20 PM IST

ଚେନ୍ନାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଲଞ୍ଚ-ବ୍ରେକ୍‌ ସୁଦ୍ଧା ଭାରତୀୟ ଦଳ ଏହାର ଦବଦବା ଜାରି ରଖିଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ 376 ରନ କରି ଅଲ୍‌ଆଉଟ୍‌ ହୋଇଥିବାବେଳେ ଦ୍ବିତୀୟ ଦିନରେ ପାଳି ଆରମ୍ଭରୁ ସଂକଟରେ ପଡ଼ିଛି ବାଂଲା ଦଳ । ଲଞ୍ଚ-ବ୍ରେକ ସୁଦ୍ଧା 9 ଓଭର ଖେଳି କେବଳ 26 ରନରେ 3ଟି ବହୁମୂଲ୍ୟ ୱିକେଟ ହରାଇଛି ବାଂଲାଦେଶ । ପ୍ରଥମ ଓଭରରେ ଜସପ୍ରୀତ ବୁମ୍‌ରା ଘରୋଇ ଦଳ ପାଇଁ ପ୍ରଥମ ସଫଳତା ହାସଲ କରିଥିବାବେଳେ ଆକାଶଦୀପ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।

ଦିନ-1 :-

ମ୍ୟାଚ୍‌ର ପ୍ରଥମ ଦିନରେ ପ୍ରାରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର 34 ରନରେ 3ଟି ବଡ଼ ୱିକେଟ ହରାଇଥିଲା । ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବାଂଲାଦେଶର ଯୁବ ପେସର ହାସନ ମହମ୍ମଦଙ୍କୁ ସାମ୍ନା କରିପାରି ନଥିଲେ ଭାରତୀୟ ଟିମର ଟପ୍ ଅର୍ଡର । ଏହାପରେ ଷ୍ଟାର ଓପନର ଜୟସ୍ବାଲ ଏବଂ ପନ୍ତଙ୍କ ମଧ୍ୟରେ 62 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ତେବେ ବ୍ୟକ୍ତିଗତ ସ୍କୋର 39 ରନ ସମୟରେ ପନ୍ତ ମଧ୍ୟ ହାସନଙ୍କ ଶିକାର ହୋଇଥିଲେ । ଏହା ପରେ କେଏଲ ରାହୁଲ ମଧ୍ୟ କିଛି ଖାସ କରିନଥିଲେ, ସେ ମାତ୍ର 16 ରନ ସ୍କୋର କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ଅଶ୍ବିନ-ଜାଡେଜା ସୋ' । ଦୁହେଁ 7ମ ୱିକେଟ ପାଇଁ 195 ରନର ରେକର୍ଡ ପାର୍ଟନରସିପ୍ ସହ ଭାରତର ସ୍କୋରକୁ 339 ରନରେ ପହଞ୍ଚାଇଥିଲେ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାରତ ପକ୍ଷରୁ 7ମ ୱିକେଟରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଭାଗିଦାରୀ ରେକର୍ଡ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସୁନୀଲ ଯୋଶୀ 24 ବର୍ଷ ପୂର୍ବେ 121 ରନ 7ମ ୱିକେଟ ପାଇଁ ସ୍କୋର କରିଥିଲେ ।

ଦିନ-2 :-

ଏହିଠାରୁ ଆଜି ଦ୍ବିତୀୟ ଦିନର ଖେଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ଜାଡେଜା (86) ଆଉଟ୍‌ ହୋଇଯାଇଥିଲେ । ଆକାଶ ଦୀପ 17 ରନର ପାଳି ଖେଳି ଆଉଟ୍‌ ହେବାପରେ ଅଶ୍ବିନ (113) ଆଉଟ୍‌ ହୋଇଥିଲେ । ବୁମ୍‌ରା (7) ଶେଷ ୱିକେଟ ଭାବେ ଆଉଟ୍‌ ହେବାବେଳକୁ ଭାରତ 376 ରନ କରିସାରିଥିଲା ।

ଏହାପରେ ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମ ଓଭରରେ ହିଁ ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ ଜସପ୍ରୀତ ବୁମ୍‌ରା । ସେ ପ୍ରଥମ ଓଭରର ଶେଷ ବଲରେ ଶଦମାନ ଇସଲାମଙ୍କୁ କ୍ଲିନ-ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ବାଂଲାଦେଶର ଦଳୀୟ ସ୍କୋର 22 ରନ ହୋଇଥିବାବେଳେ କ୍ରମାଗତ ଦୁଇଟି ବଲରେ ଦୁଇ ବାଂଲାଦେଶୀ ବ୍ୟାଟରଙ୍କ ୱିକେଟ ନେଇଥିଲେ ଆକାଶ ଦୀପ । ସେ ଜାକିର ହାସନ (3) ଓ ମୋମିନୁଲ ହକ୍‌ (0)ଙ୍କୁ କ୍ଲିନ-ବୋଲ୍ଡ କରିଥିଲେ । ଲଞ୍ଚ-ବ୍ରେକ୍‌ ସୁଦ୍ଧା ବାଂଲାଦେଶ କେବଳ 26 ରନରେ 3ଟି ବହୁମୂଲ୍ଯ ୱିକେଟ ହରାଇ ସଂକଟରେ ପଡ଼ିଥିଲା ।

ଖବର ଲେଖା ହେବା ପର୍ଯ୍ୟନ୍ତ ବାଂଲାଦେଶ 15 ଓଭର ଖେଳି 53 ରନ ପାଇଁ 5ଟି ୱିକେଟ୍‌ ହରାଇ ସାରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.