ETV Bharat / state

MGNREGSରେ ଅନିୟମିତତା; ଭିନ୍ନକ୍ଷମଙ୍କ ଆକାଉଣ୍ଟରେ ପଡୁଛି ଟଙ୍କା, କାଢୁଛି ବନବିଭାଗ

author img

By

Published : Oct 26, 2021, 8:19 AM IST

ସମ୍ବଲପୁରରୁ ସାମ୍ନାକୁ ଆସିଲା ମନରେଗା ଯୋଜନାରେ ବଡ ଦୁର୍ନୀତି । ଭିନ୍ନକ୍ଷମଙ୍କ ଆକାଉଣ୍ଟକୁ ଆସୁଛି ମନରେଗା ଟଙ୍କା । ହେଲେ ବନ ବିଭାଗ କର୍ମଚାରୀ ଚଞ୍ଚକତା କରି ଆକାଉଣ୍ଟରୁ ଟଙ୍କା ହଡପ କରୁଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

MNREGAରେ ଅନିୟମିତତା; ଭିନ୍ନକ୍ଷମ ଯୁବକଙ୍କ ଆକାଉଣ୍ଟକୁ ଆସୁଛି ଟଙ୍କା, ପାଉନାହାନ୍ତି ପରିବାର

ସମ୍ବଲପୁର: ଗରିବ ଖଟିଖିଆମାନଙ୍କ ପାଇଁ ରହିଛି ସରକାରଙ୍କ ମନରେଗା ସ୍କିମ । ତେବେ ଏଥିରେ ଯେଉଁ ହିସାବରେ ଅନିୟମିତତା ହେଉଛି ତା'ର ଏକ ନଗ୍ନ ନମୁନା ସାମ୍ନାକୁ ଅସିଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ବଦୁଆପାଲି ଗ୍ରାମ ପଞ୍ଚାୟତରୁ । ଜଣେ 50 ପ୍ରତିଶତ ଭିନ୍ନକ୍ଷମ ଯୁବକଙ୍କ ନାଁରେ ଜବ କାର୍ଡ କରି ବନବିଭାଗର କେତେକ ଅସାଧୁ କର୍ମଚାରୀ କିପରି ତାଙ୍କ ଆକାଉଣ୍ଟରୁ ମନରେଗା ଟଙ୍କା ହଡପ କରୁଛନ୍ତି ତାହା ଏବେ ପଦାରେ ପଡିଛି।

MNREGAରେ ଅନିୟମିତତା; ଭିନ୍ନକ୍ଷମଙ୍କ ଆକାଉଣ୍ଟକୁ ଆସୁଛି ଟଙ୍କା, ପାଉନାହାନ୍ତି ପରିବାର

ସମ୍ପୂର୍ଣ୍ଣ ଘଟଣାଟି କିଛି ଏପରି ରହିଛି । ସମ୍ବଲପୁର ମାନେଶ୍ୱର ବ୍ଲକର ବଦୁଆପାଲି ପଞ୍ଚାୟତର ଯୁବକ ଶିକୁ ବିଶ୍ୱାଳ । ତାଙ୍କ ବୟସ 20 ବର୍ଷ ହୋଇଥିବା ବେଳେ ସେ ଛୋଟ ବେଳୁ ମାନସିକ ଓ ଶାରୀରିକ ସ୍ତରରେ 50 ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣପତ୍ର ମଧ୍ୟ ରହିଛି । ଏଥିପାଇଁ ସେ ଭିନ୍ନକ୍ଷମ ଭତ୍ତା ମଧ୍ୟ ପାଆନ୍ତି । ଶାରୀରିକ ଅକ୍ଷମତା ସତ୍ତ୍ବେ ମଧ୍ୟ ତାଙ୍କ ନାଁରେ ଜବ କାର୍ଡ ରହିଛି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ମନରେଗା ଟଙ୍କା । ହେଲେ ଆକାଉଣ୍ଟକୁ ଆସୁଥିବା ଟଙ୍କା ଏହି ଭିନ୍ନକ୍ଷମ ଯୁବକଙ୍କ ପରିବାର ଲୋକେ ପାଉନାହାଁନ୍ତି ।

ମନରେଗା ଯୋଜନାରେ ବନ ବିଭାଗ ପକ୍ଷରୁ ଚାଲିଥିବା ଟ୍ରେଞ୍ଜ କାମ ବାବଦରେ ଶିକୁଙ୍କ ଆକାଉଣ୍ଟକୁ ପ୍ରାୟ ୨୬ ହଜାର ଟଙ୍କା ଆସିଥିଲା । ଆକାଉଣ୍ଟକୁ ମନରେଗା ଟଙ୍କା ଆସିବା ପରେ ବନ ବିଭାଗର କର୍ମଚାରୀ ଚଞ୍ଚକତା କରି ସବୁ ଟଙ୍କା ଉଠାଇ ନେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ଜଣେ ମାନସିକ ଓ ଶାରୀରିକ ସ୍ତରର ଭିନ୍ନକ୍ଷମ ଯୁବକ ନାଁରେ କିପରି ଜବ କାର୍ଡ ହେଲା ଏବଂ ମନରେଗା କାର୍ଯ୍ୟ ନ କରି ତାଙ୍କ ଆକାଉଣ୍ଟକୁ କେମିତି ଟଙ୍କା ଆସୁଛି । ଏପରିକି ଟଙ୍କା ପଡିବା ପରେ ଏହାକୁ ବନ ବିଭାଗର କର୍ମଚାରୀ କାହିଁକି ନେଉଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ମନରେଗା ଯୋଜନାରେ ହେଉଥିବା ବ୍ୟାପକ ଦୁର୍ନୀତି ଉପରୁ ପରଦା ଉଠିଛି ।

ସେପଟେ ଏହିଭଳି ଅନିୟମିତତାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ । ତେବେ ଏନେଇ ବନ ବିଭାଗର କର୍ମଚାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.