ETV Bharat / state

Hirakud@66: ସରିନି ବିସ୍ଥାପିତଙ୍କ ଦଶନ୍ଧି ଦଶନ୍ଧିର ଦୁର୍ଦ୍ଦଶା, କେବେ ଶୁଣିବେ ସରକାର ?

author img

By

Published : Jan 13, 2023, 10:54 PM IST

କୁହାଯାଏ ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିଛି ସିନା କେବେ କମିନାହିଁ ।

ସରିନି ବିସ୍ଥାପିତଙ୍କ ଦଶନ୍ଧି ଦଶନ୍ଧି  ଦୁର୍ଦ୍ଦଶା, କେବେ ଶୁଣିବେ ସରକାର?

ସମ୍ବଲପୁର: ଏସିଆର ଦୀର୍ଘତମ ମାଟିବନ୍ଧ ହୀରାକୁଦକୁ ପୁରିଛି 66 ବର୍ଷ । ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ ଉତ୍ପାଦନ, ଜଳଚେସନ ଉଦ୍ଦେଶ୍ୟରେ ଏହି ନଦୀବନ୍ଧ ପ୍ରକଳ୍ପର ପ୍ରତିଷ୍ଠା ହୋଇଥିଲା । 13 ଜାନୁୟାରୀ 1957ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଯେଉଁ ଲକ୍ଷ୍ୟ ନେଇ ହୀରାକୁଦ ନଦୀବନ୍ଧ ନିର୍ମାଣ ହୋଇଥିଲା, ସେହି ଲକ୍ଷ୍ୟ ଆଜି ଛ’ ଦଶନ୍ଧୀ ପରେ ସାର୍ଥକ ହୋଇଛି । କିନ୍ତୁ ଏସିଆର ସର୍ବବୃହତ ମାଟି ନଦୀବନ୍ଧ ନିର୍ମାଣ ପାଇଁ ଯେଉଁ ବିସ୍ତାପିତ କ୍ଷତିଗ୍ରସ୍ତ ପରିବାର ସବୁ ତ୍ୟାଗ କଲେ ସେମାନଙ୍କର ସର୍ବସ୍ୱ କିନ୍ତୁ ଉଜୁଡିଗଲା । ନଦୀବନ୍ଧ ଯୋଜନାରେ ଯେଉଁ ପରିବାବାର ଗୁଡିକ ବିସ୍ଥାପିତ ହୋଇ ନିଜର ସର୍ବସ୍ୱ ହରାଇଥିଲେ ସେହି ବିସ୍ଥାପିତ ପରିବାର ମାନଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କର ନ୍ୟାର୍ଯ୍ୟ ଦାବି ମିଳିପାରିନାହିଁ ।

ଆଜି ହୀରାକୁଦ ନଦୀବନ୍ଧକୁ ପୁରିଛି 66 ବର୍ଷ । ହେଲେ 24 ହଜାର ପରିବାର ନିଜର କ୍ଷତିପୂରଣ, ଘରଡିହ ଜମି, ଡିସି ପଟା, ପ୍ରମାଣ ପତ୍ର ପାଇଁ ସଂଘର୍ଷ କରୁଛନ୍ତି । ଆଜି ହୀରାକୁଦ ନଦୀବନ୍ଧର ପ୍ରତିଷ୍ଠା ଦିବସରେ ମଧ୍ୟ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ଦିବସ ଭାବେ ପାଳନ କରାଯିବା ସହ ଉତ୍ତରାଞ୍ଚଳ RDC ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହାବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

ପ୍ରତିଶୃତି, ପ୍ରତାରଣା ଓ ପ୍ରହେଳିକାର 66 ବର୍ଷ । ବିସ୍ଥାପନ ପରେ ବିସ୍ଥାପନ । ପୁଣି ଆକାଶରୁ ସ୍ବର୍ଗ ତୋଳି ଆଣିଦେବାର ଛଳନା । ଆଉ ଏହି ସାଂଘାତିକ ଛଳନା ଓ ପ୍ରତାରଣା କେବେ ଆଶା କରିନଥିଲେ ନିରୀହ ଗରିବ ଗୁରୁବା ଲୋକଗୁଡାକ । ତାଙ୍କର ଦୋଷ ଏହା ଯେ ଦେଶର ଗୌରବ ପାଇଁ ରାଜ୍ୟର ଦୃତ ବିକାଶ ପାଇଁ ଭିଟାମାଟି ତ୍ୟାଗ କରିଛନ୍ତି । ଆଉ ଏହି ତ୍ୟାଗ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସହ ଯେଉଁ ଛଳନା କରିଛନ୍ତି ତାହା ଆଜିର ତୃତୀୟ ପୀଢି ମଧ୍ୟ ଶୁଣି ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି ସିନା ହେଲେ ତାଙ୍କ କାନ୍ଦ କୌଣସି ନିର୍ବାଚିତ ସରକାର ପାଖରେ ପହଞ୍ଚୁନାହିଁ । ନ୍ୟାୟ ପାଇବାକୁ ଆଉ କେତେ ଦିନ ଅପେକ୍ଷା କରିବେ ? ସେମାନଙ୍କୁ ଥଇଥାନ କେବେ କରିବେ ସରକାର ? କେବେ ସ୍ଥାପିତ ହେବେ ବିସ୍ଥାପିତ ? କାହିଁକି ସରକାର କଲେ ଛଳନା ? ବିକାଶ ପାଇଁ ଭିଟାମାଟି ଛାଡିବା କଣ ତାଙ୍କର ଭୁଲ ଥିଲା ? ଆଜି ରକ୍ତର ସମ୍ପର୍କ ଯେଉଁ ଛିନଛତ୍ର ହୋଇଯାଇଛି ସେଥିପାଇଁ ଦାୟୀ କିଏ ? ଏମିତି ଅନେକ ଯନ୍ତ୍ରଣାଦାୟକ ବେଦନାଭରା ପ୍ରଶ୍ନ ସରକାରଙ୍କୁ ପଚାରୁଛନ୍ତି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ।

ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତିପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 66 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏହି ନଦୀବନ୍ଧ ନିର୍ମାଣ ପାଇଁ ଯେଉଁମାନଙ୍କ ଜୀବନ ମାଟିରେ ମାଟି ହୋଇଗଲା ପୀଢି ପରେ ପୀଢି ଲୋପ ପାଇଗଲା, ପେଟକୁ ଦାନ ମୁଠାଏ ଦେବାପାଇଁ ଛିନଛତ୍ର ହୋଇଗଲେ । ସେମାନଙ୍କୁ ଏ ସରକାର କେବେ ଉପଯୁକ୍ତ ଭାବେ ଖୋଜିଛି ନା ଥାଇଥାନ କରିଛି । କାରଣ ସେମାନେ ବିସ୍ଥାପିତ ଆଉ ଗରିବ । ସେମାନଙ୍କ ପାପ ଏହା ଯେ ନିଜ ଭିଟାମାଟିକୁ ହୀରାକୁଦ ଗର୍ଭରେ ବୁଡିଯିବାକୁ ଦେଲେ । ଯାହାର ଫଳ ବୋଧହୁଏ ଭୋଗୁଛନ୍ତି ବିସ୍ଥାପନ ଜୀବନ ।

ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁସାରେ ନଦୀବନ୍ଧ ପାଇଁ ସମଗ୍ର ଅଞ୍ଚଳର ଦେଢ ଲକ୍ଷ ହେକ୍ଟର ଚାଷ ଜମି ବୁଡିଗଲା । 750 ବର୍ଗ କିଲୋମିଟର ବ୍ୟାପି ଜଳ ଭଣ୍ଡାର ଅଞ୍ଚଳରେ ଥିବା 369 ଗାଁ ପାଣିରେ ସମାଧି ହୋଇଗଲା । ଶହ ଶହ ମଠ ମନ୍ଦିର, ଧର୍ମାନୁଷ୍ଠାନ ସହ ଘର ଦ୍ବାର ସମ୍ପର୍କ ସମ୍ପତ୍ତି ବୁଡିଲା । ଏଥିପାଇଁ 26 ହଜାରୁ ଅଧିକ ପରିବାର ହେଲେ ପ୍ରଭାବିତ । 19 ହଜାରରୁ ଅଧିକ ପରିବାର ହେଲେ ଚିରକାଳ ପାଇଁ ବିସ୍ଥାପିତ । ହେଲେ ସରକାରଙ୍କ ଛଳନା ପାଇଁ ଏହି ବିସ୍ଥାପିତ ପରିବାର ନିଶ୍ଚିହ୍ନ ହୋଇଯିବା ସ୍ଥିତିରେ ଏବେ । ଭିଟାମାଟିରୁ ଜନ୍ମଜନ୍ମାନ୍ତର ଯାଏ ବିଚ୍ଛିନ୍ନ ହୋଇଯିବାର ଦୁଃଖ ଯନ୍ତ୍ରଣା କୋହରେ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନ ଓ ପଡୋଶୀ ଛତିଶଗଡର କେଉଁ ଏକ ଅଚିହ୍ନା ଅଜଣା ଜାଗାରେ ଆଶ୍ରୟ ନେଇଛନ୍ତି ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢି । ଆଉ ଅପେକ୍ଷା କରିଛନ୍ତି ଆଖିରେ ପୁଟୁଳି ବାନ୍ଧୀ ଶାସନ କରୁଥିବା ସରକାରର ସହାୟତାକୁ ।

କୁହାଯାଏ ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିଛି ସିନା କେବେ କମିନାହିଁ। ଏହି ହୀରାକୁଦକୁ ବିଦେଶରୁ କେତେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଲେ, କେଉଁ ରଙ୍ଗର ପକ୍ଷୀ ଆସିଲେ, କେତେ ଦିନ ରହିଲେ, କେତେ ଅଣ୍ଡା ଦେଲେ କେତେଦିନ ବସବାସ କଲେ ସରକାର ଗୋଟି ଗୋଟି କରି ଗଣତି କରିପାରୁଛନ୍ତି । ଅଥଚ ସେହି ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ଯେଉଁ ଅଭାବୀ ଅଶିକ୍ଷିତ ଅଳ୍ପଶିକ୍ଷିତ ପରିବାର ଜନ୍ମଭୂମି କର୍ମଭୂମି ସହ ନିଜ କୂଳଦେବତାଙ୍କୁ ନଦୀବନ୍ଧରେ ବୁଡିଯିବାର ଦାରୁଣ କଷ୍ଟକୁ ସହିଲେ ଦେଖିଲେ ଓ ରାଜ୍ୟର ବିକାଶ ପାଇଁ ସର୍ବସ୍ବ ତ୍ୟାଗକଲେ ତାଙ୍କୁ ଏହି କର୍ମବୀର ବିକାଶ ବୀର ସରକାର ଗଣତି କରିପାରୁ ନାହିଁନ୍ତି । ଏହାଠାରୁ ଅଧିକ ଆଉ କଣ ବିଡମ୍ବନା ହୋଇପାରେ ।

ଏହାବି ପଢନ୍ତୁ- River Cruise Ganga Vilas: ସମସ୍ତ ଟିକେଟ ବିକ୍ରି, ଜଣେ ଯାତ୍ରୀ ପିଛା ୫୫ଲକ୍ଷ ଟଙ୍କା

ଅଧିକାର ପାଇଁ ଦାବି ଆପତ୍ତି ସଂଘର୍ଷ ଆନ୍ଦୋଳନ ବିକ୍ଷୋଭ ପରେ ସରକାର ଶୁଣିଥଲେ ବିସ୍ଥାପିତଙ୍କ ଚିତ୍କାର । ପ୍ରଭାବିତ ହୋଇଥିବା 26 ହଜାର ପରିବାରକୁ ପ୍ରତି ପରିବାର ପିଛା 10 ଡେସିମିଲ ଲେଖାଏଁ ଘର ଡିହ ଦେବାକୁ 1993 ମସିହାର ହୋଇଥିଲା ନିର୍ଦ୍ଦେଶ । କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିଙ୍କ କହିବା ଅନୁସାରେ ଏବେ ମାତ୍ର 2 ହଜାର ପରିବାରକୁ ମିଳିଛି ପଟ୍ଟା । 2 ହଜାରରୁ ଅଧିକ ପରିବାରକୁ ସରକାରୀ କ୍ୟାମ୍ପରେ କରାଯାଇଛି ଥଇଥାନ । ଆହୁରି ହଜାର ହଜାର ପରିବାର ଜୀବନ ଜୀବିକା ଅନ୍ବେଷଣରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା (ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ଦେବଗଡ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ସହ ପଡୋଶୀ ଛତିଶଗଡ, ବିହାରକୁ ଚାଲିଗଲେ । ଫଳରେ 1993 ମସିହାରେ ସରକାର ଘୋଷଣା କରିଥିବା ସହାୟତା ପାଇବାରୁ ସେମାନେ ବଞ୍ଚିତ ହେଲେ । ସରକାରୀ ତଥ୍ୟ ଅନୁସାରେ 26 ହଜାର ବିସ୍ଥାପିତ ପରିବାରରୁ ମୋଟ 6 ହଜାର ପରିବାରକୁ ମିଳିଛି ଜମି ବା ଘରବାଡି ପଟ୍ଟା ।

ଆଉ ଉଦବେଗର କଥା ହେଲା ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ଦେଇନଥିବା କଥା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ 11 ହଜାରୁ ଅଧିକ ପରିବାର କ୍ଷତିପୂରଣ ସହାୟତା ପାଇବାରୁ ବଞ୍ଚିତ ବୋଲି ସରକାର 1987 ମସିହାରେ ବିଧାନସଭାରେ କହିଛନ୍ତି । ଏହାସହ ଝାରସୁଗୁଡା ସମ୍ବଲପୁର ଜିଲାର ବିଭିନ୍ନ ତାପଜ ବିଦ୍ୟୁତ ପ୍ରକଳ୍ପ ଓ କୋଇଲା ଖଣି ପାଇଁ ସେମାନେ ଦ୍ବିତୀୟ ଥର ମଧ୍ୟ ବିସ୍ଥାପିତ ହୋଇଛନ୍ତି । ଯାହା ବୋଝ ଉପରେ ନଳିତା ବିଡା ।

ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଅଭିଯୋଗ । ସରକାର ବିସ୍ଥାପିତଙ୍କ ପ୍ରତି କେବେ ସମ୍ବେଦନଶୀଳ ହୋଇନାହାଁନ୍ତି । ସରକାରଙ୍କ ଅବହେଳା ପାଇଁ ଆଜି ସେମାନେ ଯାଯାବର ଜୀବନ ଜିଉଁଛନ୍ତି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢିଙ୍କ ପାଖରେ ଏବେ କୌଣସି ଭୋଟର କାର୍ଡ, ଆଧାର କାର୍ଡ, ପାନକାର୍ଡ ଭଳି ସରକାରୀ ପରିଚୟ ପତ୍ର ନାହିଁ । ଫଳରେ ସେମାନେ ଏବେ ଅନ୍ତହୀନ ଦୁର୍ଦ୍ଦଶାରେ ।

ଏନେଇ NHRC ରେ 3 ମାମଲା ଥିବା ସହ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ଠାରେ 3 ଟି ଅଭିଯୋଗ ହୋଇଛି। ତେବେ ଏନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଥିଲେ ମଧ୍ୟ ବିଭିନ୍ନ ଆଳରେ କ୍ଷତିପୂରଣ ଦେଉନଥିବା ଅଭିଯୋଗ ହୋଇଛି। ତେଣୁ ଆଜିର ଦିବସକୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି କଳା ଦିବସ ଭାବେ ପାଳନ କରୁଛି। ପ୍ରତ୍ୟେକ ବର୍ଷ ଆଜିର ଦିନରେ ହୀରାକୁଦ ବିସ୍ଥାପିତ ମାନେ ଅଭିନବ ଉପାୟରେ ପ୍ରତିବାଦ କରି ନିଜର ଦାବୀ ବିଭିନ୍ନ ମଞ୍ଚରେ ଉପସ୍ଥାପନ କରି ଆସୁଛନ୍ତି ହେଲେ କେବେ ତାଙ୍କର ଦାବି କେହି ଶୁଣିନାହାଁନ୍ତି ।

ବ୍ୟୁରୋ ଇନପୁଟ ସହ ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.