ETV Bharat / state

ମହାନଦୀରେ ଭାସିଗଲେ 6 ନାବାଳିକା; 5 ଉଦ୍ଧାର, ଜଣେ ନିଖୋଜ

author img

By

Published : Oct 6, 2019, 2:26 PM IST

Updated : Oct 6, 2019, 2:38 PM IST

ସମ୍ବଲପୁର ମହାନଦୀକୁ ଗାଧେଇବାକୁ ଯାଇ ଭାସିଗଲେ 6 ନାବାଳିକା । ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ଏବଂ ଜଣେ ନାବାଳିକା ନିଖୋଜ ଅଛନ୍ତି ।

ମହାନଦୀରେ ବୁଡ଼ିଗଲେ ଜଣେ ନାବାଳିକା, 5 ଉଦ୍ଧାର

ସମ୍ବଲପୁର: ମହାନଦୀକୁ ଗାଧେଇବାକୁ ଯାଇ ଭାସିଗଲେ 6 ନାବାଳିକା । ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକା ଏବେ ବି ନିଖୋଜ ଅଛନ୍ତି । ନାବାଳିକା ଜଣକ ବଡ଼ବଜାର ଧୁବାପଡାର ପିଙ୍କି ବିଶ୍ବକର୍ମା ବୋଲି ଜଣାପଡିଛି।

ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ରବିବାର ଦିନ ପ୍ରାୟ ସାଢେ 11 ଟା ସମୟରେ ବଡବଜାର ଅଞ୍ଚଳର 6 ନାବାଳିକା ବଡ଼ବଜାର ମହାନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାର ଗୋଡ଼ ଖସିଯାଇ ଗଭୀର ଜଳ ସ୍ରୋତକୁ ଟାଣି ହୋଇ ଯାଇଥିଲା । ଅନ୍ୟ ବାଳିକାମାନେ ତାକୁ ଉଦ୍ଧାର କରିବାକୁ ଯାଇ ସମସ୍ତେ ପାଣିରେ ଭାସି ଯାଇଥିଲେ ।

କୌଣସି ପ୍ରକାରରେ 5 ଜଣ ବାଳିକା ତଳ ମୁଣ୍ଡରେ ନଦୀ ଗର୍ଭରେ ଥିବା ପଥର ଟାପୁରେ ଅଟକିଯାଇଥିଲେ । ସେପଟେ ବୁଡିଯାଇଥିବା ସମସ୍ତ ନାବାଳିକାଙ୍କୁ ଉଦ୍ଧାର କରି ସ୍ଥାନୟୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏବେ ବି ନାବାଳିକା ନିଖୋଜ ଅଛି। ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଛି । ଘଟଣାରସ୍ଥଳରେ କ୍ଷେତରାଜପୁର ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି । ଆଉ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ମହାନଦୀ ଜୁ ଗାଧେଇବା କୁ ଯାଇ ଜଣେ ବାଳିକା ନିଖୋଜ।5 ଜଣ ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ।Body:ମହାନଦୀ କୁ ଗାଧେଇ ବାକୁ ଯାଇଥିବା ବେଳେ ପାଣିରେ ଭାସିଗଲେ 6 ନାବାଳିକା।ତେବେ ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ଜଣେ ବାଳିକା ଏବେ ବି ନିଖୋଜ ଅଛନ୍ତି।ଏବେ ଅଗ୍ନିଶମ ବିଭାଗ ନିଖୋଜ ଥିବା ବାଳିକା କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି।ଆଜି ଦିନ ପ୍ରାୟ ସାଢେ 11 ଟା ସମୟରେ ବଡବଜାର ଅଂଚଳ 6 ବାଳିକା ବଡ଼ବଜାର ମହାନଦୀ ଘାଟ କୁ ଗାଧୋଇବା ପାଇଁ ଯାଇଥିଲେ।ତେବେ ସେମାନଙ୍କ ମଧ୍ୟରୁ ଜଣେ ବାଳିକା ର ଗୋଡ଼ ଖସିଯାଇ ଗଭୀର ଜଳ ସ୍ରୋତ କୁ ଯାଇଥିବା ବେଳେ ଅନ୍ୟ ବାଳିକା ମାନେ ତାକୁ ଉଦ୍ଧାର କରି ବାକୁ ଯାଇ ସମସ୍ତେ ପାଣିରେ ଭାସି ଯାଇଥିଲେ।ତେବେ କୌଣସି ପ୍ରକାରରେ 5 ଜଣ ବାଳିକା ତଳ ମୁଣ୍ଡରେ ନଦୀ ଗର୍ଭରେ ଥିବା ପଥର ଟାପୁରେ ଅଟକି ରହିଥିବା ବେଳେ ଗୋଟିଏ ବାଳିକା ଏବେବି ନିଖୋଜ ରହିଛି। ଅଗ୍ନିଶମ ବିଭାଗ ଏବେ ଖୋଜା ଖୋଜି ଜାରି ରଖିଛି।Conclusion:ଘଟଣାର ସ୍ଥଳରେ କ୍ଷେତରାଜପୁର ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି ଆଉ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।
Last Updated : Oct 6, 2019, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.