ETV Bharat / state

ସମଲେଶ୍ୱରୀ ମନ୍ଦିରରେ ପାଣ୍ଡିଆନ, ସମଲେଇ ଯୋଜନାର କଲେ ସମୀକ୍ଷା - ମଲେଶ୍ୱରୀ ମନ୍ଦିର ରୂପାନ୍ତରଣ

5T Chairman VK Pandian visits Sambalpur: ସମଲେଇ ଯୋଜନାରେ ସମଲେଶ୍ୱରୀ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

ସମଲେଶ୍ୱରୀ ମନ୍ଦିରରେ ଭିକେ ପାଣ୍ଡିଆନ
samaleswari temple
author img

By ETV Bharat Odisha Team

Published : Jan 13, 2024, 11:48 AM IST

samaleswari temple

ସମ୍ବଲପୁର: 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କର ଆଜି ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନ । ଆଜି ସକାଳେ ମା' ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ପାଣ୍ଡିଆନ । ମାଆଙ୍କୁ ଦର୍ଶନ କରିବା ପରେ 'ସମଲେଇ ଯୋଜନା'ରେ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । 27 ତାରିଖରେ ମୁଖ୍ୟମନ୍ତ୍ରୀ ମନ୍ଦିରର ଶୁଭ ଉଦଘାଟନ କରିବେ ।

ମନ୍ଦିର ରୂପାନ୍ତରଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 27 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରର ଶୁଭ ଉଦଘାଟନ କରିବେ l ଏହା ପରେ ଦିନ 11 ଟା ସମୟରେ ମନ୍ଦଲିଆ ପଡିଆରେ ଅନୁଷ୍ଠିତ ହେଉଥିବା "ନୂଆ-ଓ" କାର୍ଯ୍ୟକ୍ରମରେ ସାମିଲ ହେବ । ଏହାପରେ ସେ କୁଚିଣ୍ଡା ଓ଼ ରେଢ଼ାଖୋଲରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଆଜି (ଶନିବାର) ପାଣ୍ଡିଆନଙ୍କ ସମଲେଇ ଯୋଜନାରେ ମନ୍ଦିର ପରିଦର୍ଶନ ସମୟରେ ସମ୍ବଲପୁର ଜିଲ୍ଲପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ମୁକେଶ ଭାମୁ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସହ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ l

ଏହା ମଧ୍ୟ ପଢନ୍ତୁ-ମା' ସମଲେଶ୍ବରୀ ମନ୍ଦିରରେ 5T ଅଧ୍ୟକ୍ଷ; ରୂପାନ୍ତରଣ ପ୍ରକଳ୍ପର କଲେ ସମୀକ୍ଷା

ବର୍ତ୍ତମାନ ସମଲେଇ ଯୋଜନାର କନଷ୍ଟ୍ରକ୍ସନ ସାଇଟରେ ସେକେଣ୍ଡ ଲେୟାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି l ରିଭର ଫ୍ରଣ୍ଟ ସାଇଟ ଅଞ୍ଚଳରେ 3 ଟି ଜୋନ ଥିବା ବେଳେ ଆଗାମୀ କିଛି ଦିନ ଭିତରେ କାର୍ଯ୍ୟ ଶେଷ ହୋଇଯିବ l ଫୁଟଓଭର ବ୍ରିଜର ଫେବ୍ରିକେସନ ପ୍ରସ୍ତୁତ ହୋଇ ସାରିଛି, କିଛି ଦିନ ପରେ ତାକୁ ଇନଷ୍ଟଲ କରି ଦିଆଯିବ ବୋଲି ସୂଚନା ମିଳିଛି l ସମଲେଇ ଯୋଜନାକୁ ରାଜ୍ୟ ସରକାର 21 ଫେବୃଆରୀ 2021 ରେ ଘୋଷଣା କରିଥିଲେ l ଏଥିପାଇଁ 200 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ l ଏହି ଯୋଜନାରେ ମନ୍ଦିର ନିକଟ 108 ଏକର ପରିମିତ ଜମିରେ ବିକାଶ କରାଯାଉଛି l ଯୋଜନା ମୁତାବକ ମନ୍ଦିର ଚତୁପାର୍ଶ୍ଵରେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଶୌଚାଳୟ, ଭକ୍ତଙ୍କ ପାଇଁ ରହିବା ବ୍ୟବସ୍ଥା, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ ଓ ମହାନଦୀ ଆଳତୀ ବ୍ୟବସ୍ଥା କରାଯାଇଛି । ସେହିପରି 22 ଏକର ଆଦ୍ରଭୂମି, ରିଂ ରୋଡ୍ ସୌନ୍ଦର୍ଯ୍ୟକରଣ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଉଛି । ଏଭଳି ସ୍ଥିତିରେ ନିକଟରେ ଥିବା ଘୁନଘୁଟିପଡ଼ାକୁ ଉଚ୍ଛେଦ କରାଯାଇଥିବା ବେଳେ 220 ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.