ETV Bharat / state

ସାମାଜିକ କୁସଂସ୍କାର: ଜାତିରୁ ବାସନ୍ଦ ପରେ ହୋଇପାରୁନି ବିବାହ - ସାମାଜିକ କୁସଂସ୍କାର

ଏବେ ବି ରହିଛି ସାମାଜିକ କୁସଂସ୍କାର । ଏମିତି କୁପ୍ରଥା ଏବେବି ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳୁଛି । ଅନ୍ୟ ଜାତିର ମହିଳା ବିବାହ କରିବା ପରେ ପ୍ରଥମେ ନିଜ ଜାତିରୁ ବାସନ୍ଦ ଆଉ ତା ପରେ ଏବେ ଝିଅର ବାହାଘର ହୋଇପାରୁନି । ଏହି ଖବର ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 5, 2019, 11:40 PM IST

ସମ୍ବଲପୁର: ଏବେ ବି ବଞ୍ଚିଛି ସାମାଜିକ କୁସଂସ୍କାର । ଏମିତି କୁପ୍ରଥା ଏବେବି ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳୁଛି । ଅନ୍ୟ ଜାତିର ମହିଳା ବିବାହ କରିବା ପରେ ପ୍ରଥମେ ନିଜ ଜାତିରୁ ବାସନ୍ଦ ଆଉ ତା ପରେ ଏବେ ଝିଅର ବାହାଘର ହୋଇପାରୁନି । ଆଉ ଗୋଟିଏ ଘଟଣାରେ ବିବାହ ପୂର୍ବରୁ ଜଣେ ବ୍ୟକ୍ତି ଅନ୍ୟ ଜାତିର ମହିଳା ସହ ସମ୍ପର୍କ ରଖିଥିବାରୁ ବିବାହର 10 ବର୍ଷ ପରେ ଜାତିରୁ ବାସନ୍ଦ କରାଯାଇଛି । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ । ଉଭୟ ଅଭିଯୋଗ ଆସିଛି ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡ ମହୁଳପାଲି ଥାନା ଅଞ୍ଚଳରୁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ବଇଲି ମାଝୀ । ବୟସ ପ୍ରାୟ 55 । ଘର କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ କେସେଇବାହାଲ ଗାଁ । ହେଲେ ଆଜି ଏକ ଅଭିଯୋଗ ଆଣି ପହଞ୍ଚିଥିଲେ ଜିଲ୍ଲାପାଳଙ୍କ ନିକଟରେ । ତାଙ୍କ ସହିତ ଥିଲେ ତାଙ୍କର 22 ବର୍ଷୀୟ ଝିଅ । 25 ବର୍ଷ ପୂର୍ବେ ବଇଲି ଅନ୍ୟ ଜାତିରେ ବିବାହ କରିଥିବାରୁ ବହୁ ବର୍ଷ ପରେ ତାଙ୍କୁ ଗଣ୍ଡ ଜାତିରୁ 'ଉପର ବାମଣ୍ଡ ଷଡ଼ ବଂଶୀୟ ଗଣ୍ଡ ସମାଜ ପରିଷଦର ଷ୍ଟେଟ କମିଟି' ଜାତିରୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଫଳରେ ବଡ଼ ଝିଅର ବାହାଘର ଭାଙ୍ଗିଯାଇଥିବା ସହ ଆଉ ବିବାହ ଠିକ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।

ସମାନ ଘଟଣା ଘଟିଛି ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ସୋଲବଗା ଗାଁର ଦେବକରଣ ନାଏକଙ୍କ କ୍ଷେତ୍ରରେ । ତାଙ୍କର ଭୁଲ ଏତିକି ଯେ, ବିବାହ ପୂର୍ବରୁ ସେ ଅନ୍ୟ ଜାତିର ମହିଳାଙ୍କ ସହ କେବଳ ସମ୍ପର୍କରେ ଥିଲେ , ଏପରିକି ବିବାହ ମଧ୍ୟ କରିନଥିଲେ । ପରେ ସେ ନିଜ ଜାତିର ମହିଳାଙ୍କୁ ବିବାହ କରିବା ପରେ 10 ବର୍ଷ ପରେ ତାଙ୍କୁ ଏବେ ଗଣ୍ଡ ସମାଜରୁ ବାସନ୍ଦ କରାଯାଇଛି । ଏନେଇ ଦୁହେଁ ଭୁକ୍ତଭୋଗୀ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଘଟଣା ସମ୍ପର୍କରେ ଜାଣିବା ପରେ ସମ୍ବଲପୁର ଜିଲ୍ଲାପାଳ ଏହାକୁ ଗମ୍ଭୀରତାର ନେବା ସହ ଘଟଣାର ତଦନ୍ତ ପାଇଁ କୁଚିଣ୍ଡା ଉପଜିଲ୍ଲାପାଳ ଓ ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଏବେ ବି ବଞ୍ଚିଛି ସାମାଜିକ କୁସଂସ୍କାର। ଏମିତି କୁପ୍ରଥା ଏବେବି ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳୁଛି। ଅନ୍ୟ ଜାତିର ମହିଳା ସହ ବିବାହ କରିଥିବାରୁ ଗୋଟିଏ ଦମ୍ପତ୍ତି କୁ ନିଜ ଜାତିର ବାସନ୍ଦ ହେବାକୁ ପଡିଥିବା ବେଳେ ହୋଇ ପାରୁନି ଝିଅ ବାହାଘର। ଆଉ ଗୋଟିଏ ଘଟଣାରେ ବିବାହ ପୂର୍ବରୁ ଜଣେ ବ୍ୟକ୍ତି ଅନ୍ୟ ଜାତିର ମହିଳା ସହ ସମ୍ପର୍କ ରଖି ଥିବାରୁ ବିବାହର 10 ବର୍ଷ ପରେ ଜାତିରୁ ବାସନ୍ଦ କରାଯାଇଛି।ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ। ଉଭୟ ଅଭିଯୋଗ ଆସିଛି ସମ୍ବଲପୁର ର କୁଚିଣ୍ଡା ଉପଖଣ୍ଡ ମହୁଳପାଲି ଥାନା ଅଞ୍ଚଳରୁ।

Body:ଏ ହେଉଛନ୍ତି ବଇଲି ମାଝୀ।ବୟସ ପାଖାପାଖି 55 ବର୍ଷ। ଘର କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ କେସେଇବାହାଲ ଗାଁ। ଆଜି ସେ ଏକ ବିଚିତ୍ର ଅଭିଯୋଗ ଆଣି ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି।ତାଙ୍କ ସହିତ ଥିଲେ ତାଙ୍କର 22 ବର୍ଷୀୟ ଝିଅ ସତ୍ୟଭାମା ମାଝୀ। 25 ବର୍ଷ ପୂର୍ବେ ବଇଲି ଯିଏ କି ଭୁକ୍ତା ଜାତିର ଅଟନ୍ତି ଅନ୍ୟ ଜାତିର କୁସୁ ମାଝୀ ଯିଏ ଗଣ୍ଡ ଜାତିର ଅଟନ୍ତି ତାଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ୱାମୀଙ୍କ ସରନେମ ପାଇଲେ। ଘଟଣା କ୍ରମରେ ତାଙ୍କର 2 ଝିଅ ଓ 1 ପୁଅ ହେଲା।ସେମାନଙ୍କୁ ତାଙ୍କ ଗଣ୍ଡ ସମାଜ ମଧ୍ୟ ଗ୍ରହଣ କଲା।ତେବେ ଏତେ ବର୍ଷ ପରେ ଗତ 22-05-2019ରେ ହାଠାତ ତାଙ୍କୁ ଗଣ୍ଡ ଜାତିରୁ 'ଉପର ବାମଣ୍ଡ ଷଡ଼ ବଂଶୀୟ ଗଣ୍ଡ ସମାଜ ପରିଷଦ ର ଷ୍ଟେଟ କମିଟି' ଜାତିରୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି।ଫଳରେ ବଡ଼ ଝିଅ ସତ୍ୟଭାମା ମାଝୀର ବାହାଘର ଭାଙ୍ଗିଯିବ ସହ ଆଉ ବିଭାହ ଠିକ ହୋଇପାରୁନାହିଁ।ଏମିତି ଅଭିଯୋଗ ଜିଲ୍ଲାପାଳ ନ୍କ ଠାରେ ହୋଇଛି।

ଅନ୍ୟ ଏକ ଘଟଣାରେ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ମହୁଳପାଲି ଥାନା ଅନ୍ତର୍ଗତ ସୋଲବଗା ଗାଁ ର ଦେବକରଣ ନାଏକ ଙ୍କୁ ମଧ୍ୟ ଜାତିରୁ ବାସନ୍ଦ କରାଯାଇଛି।ତାଙ୍କର ଭୁଲ ଏତିକି ଯେ ବିବାହ ପୂର୍ବରୁ ସେ ଜଣେ ଅନ୍ୟ ଜାତିର ମହିଳା ସହ କେବଳ ସମ୍ପର୍କ ରଖିଥିଲେ ,ଏପରିକି ବିବାହ ମଧ୍ୟ କରିନଥିଲେ।ତେବେ ପରବର୍ତ୍ତୀ ସମୟରେ ସେ ନିଜ ଜାତିର ମହିଳା ସହ ବିବାହ କରି 10 ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତାଇଲା ପରେ ତାଙ୍କୁ ଏବେ ହଠାତ ଗଣ୍ଡ ସମାଜରୁ ବାସନ୍ଦ କରାଯାଇଛି। ଏନେଇ ସେ ମର୍ମାହତ ହୋଇ ଜିଲ୍ଳାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବାଇଟ-1-ଦେବକରଣ ନାଏକ,ବାସନ୍ଦ ହୋଇଥିବା ବ୍ୟକ୍ତି।
ବାଇଟ-2-ବଇଲି ମାଝୀ, ବାସନ୍ଦ ହୋଇଥିବା ମହିଳା।
ବାଇଟ-3-ସତ୍ୟଭାମା ମାଝୀ, ବାସନ୍ଦ ମହିଳାଙ୍କ ଝିଅ।

ଏପଟେ ସମ୍ବଲପୁର ଜିଲାପାଳ ଏହାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ନେଇ କୁଚିଣ୍ଡା ଉପଜିଲ୍ଲାପାଳ ଓ ଏସ ଡି ପି ଓ ଙ୍କୁ ନିର୍ଦେଶ ଦେଇଛନ୍ତି।

ବାଇଟ-4-ରବୀନ୍ଦ୍ର ନାୟକ,ସମାଜସେବୀ।
ବାଇଟ-5-ଶୁଭମ ଶକସେନା, ଜିଲ୍ଲାପାଳ।

Conclusion:ଆଜି ବି ସମାଜରେ ଏପରି କୁସଂସ୍କାର ବଞ୍ଚି ରହିବା ବୁଦ୍ଧିଜୀବୀ ଙ୍କୁ ଚିନ୍ତାରେ ପକାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.