ETV Bharat / state

ବୁର୍ଲାରେ ପୂର୍ବ ଶତ୍ରୁତାର କରୁଣ ପରିଣତି: ସଂଘବଦ୍ଧ ଆକ୍ରମଣରେ 2 ଭାଇ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁର୍ଲାର ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ । ଏଥିରେ ଦୁଇଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅପରାଧୀଙ୍କ ଖଣ୍ଡାମାଡରେ ପରିବାରର ଅନ୍ୟ 3 ସଦସ୍ୟ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 11, 2020, 10:22 AM IST

again the sword turned in burla
ବୁର୍ଲାରେ ପୂର୍ବ ଶତ୍ରୁତାର କରୁଣ ପରିଣତି, ଗୋଟିଏ ପରିବାରର 2 ମୃତ, 3 ଗୁରୁତର

ସମ୍ବଲପୁର:ଶିକ୍ଷାନଗରୀ ବୁର୍ଲାରେ ପୁଣି ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ । ଏଥିରେ ଦୁଇଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅପରାଧୀଙ୍କ ଖଣ୍ଡାମାଡରେ ପରିବାରର ଅନ୍ୟ 3 ସଦସ୍ୟ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ 2 ଜଣକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାଟି ବୁର୍ଲା ସହରର ସେଣ୍ଟର ଲାଇନ କଲୋନୀରେ ଘଟିଥିବା ବେଳେ ଭୂଜାଲି ମାଡରେ ରକ୍ତ ରଂଜିତ ହୋଇ ପଡିଛି ଘଟଣା ସ୍ଥଳ । ତେବେ ଏହି ଘଟଣାଟି ବୁର୍ଲା ସହରକୁ ପୁରା ସ୍ଥବ୍ଧ କରିଦେଇଛି ।

ମେଡିକାଲରେ ବୁର୍ଲା ଏସଡିପିଓ ଶିଶୁରଂଜନ ମହାପାତ୍ର ପହଞ୍ଚି ଗୁରୁତରଙ୍କୁ ଭେଟିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତମାନ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ 4 ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାଇ, ସେଣ୍ଟ୍ରାଲ ଲାଇନ୍ କଲୋନୀର ବିଶୋଇ ପରିବାର ଉପରେ ଦିର୍ଘ ବର୍ଷ ତଳର ରାଗକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ପିତବାଶ ବିସୋଇ, ତାଙ୍କ ସ୍ତ୍ରୀ ସଂଗୀତା ବିସୋଇ ଏବଂ ତାଙ୍କର ଦୁଇ ପୁଅ ବୁଲୁ ବିଶୋଇ ଓ ମୁନା ବିଶୋଇ ଏବଂ ପିତବାଶଙ୍କ ଶଳା ନରେନ୍ଦ୍ର ଭାଣ୍ଡେକର ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ଉସ୍ତ୍ରା , ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁ ଓ ତାଙ୍କ ଭାଇ ମୁନାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ପିତବାସଙ୍କ ଅଵସ୍ଥା ମଧ୍ୟ ସଂକଟାପର୍ଣ୍ଣ ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନା ପଠାଇଥିଲା । ଘଟଣା ସ୍ଥଳରୁ ପୋଲିସ ଗୋଟାଏ ଭୁଜାଲି ଓ ହତ୍ୟାରେ ବ୍ୟବହୃତ ଗୋଟାଏ ଭଙ୍ଗା କାଚଵୋତଲ ଜବତ କରିଛି। ଅନ୍ୟପଟେ ଘଟଣାପରେ ଦୁର୍ବୃତମାନେ ଡ୍ୟାମ ରାସ୍ତା ଦେଇ ଅତାବିରା ପଟେ ଫେରାର ହୋଇଯାଇଥିବା ଜଣାପଡିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.