ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ସମ୍ବଲପୁର ଜିଲ୍ଲାରେ ପୁଣି 107 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 10 ଜଣ କୋଭିଡ ଯୋଦ୍ଧା ଅଛନ୍ତି ।
ଅକ୍ରାନ୍ତଙ୍କ ମଧ୍ୟରେ 42 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 65 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ସମ୍ବଲପୁର ମଣ୍ଡଳ କାରାଗାରରୁ ମଧ୍ୟ 17 ଜଣ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଅକ୍ରାନ୍ତ ମାନେ ମୁଖ୍ୟତଃ ସମ୍ବଲପୁର ମହାନଗର ନିଗମ, ରେଙ୍ଗାଳୀ, ମାନେଶ୍ୱର, ବାମରା, କୁଚିଣ୍ଡା, ଚାରମାଳ, ରେଢାଖୋଲ ଓ ନାକଟିଦେଉଳ ଅଞ୍ଚଳର ଅଟନ୍ତି ।
ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ 2270 ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମଧ୍ୟରୁ 1349 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବର୍ତ୍ତମାନ ଜିଲ୍ଲାରେ 910 ଟି ଆକ୍ଟିବ କେସ ରହିଛି । ତେବେ ଆଜି ସମ୍ବଲପୁର ଜିଲ୍ଲାରେ 3 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ