ETV Bharat / state

ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅପହରଣ କଲା କିଏ ? ଲୋକଙ୍କ ସନ୍ଦେହରେ ପୋଲିସ - ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅପହରଣ କଲା ପୋଲିସ

ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ରାୟଗଡ଼ାରୁ ଅପହରଣ କରି ବ୍ରହ୍ମପୁରରେ ଛାଡ଼ିବା ପଛରେ କିଏ ରହିଛି, ତାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ସେ ନିଜେ ଏହା ପଛରେ ପୋଲିସ ରହିଥିବା ଅଭିଯୋଗ କରିଥିବାବେଳେ ପୋଲିସର ଏଭଳି ଘଟଣାକୁ ନିନ୍ଦା କରିଛି ସିପିଆଇ(ଏମଏଲ୍‌) । ଅଧିକ ପଢ଼ନ୍ତୁ

ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅପହରଣ କଲା କିଏ ?
ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅପହରଣ କଲା କିଏ ?
author img

By ETV Bharat Odisha Team

Published : Aug 30, 2023, 10:03 PM IST

Updated : Aug 30, 2023, 10:14 PM IST

ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅପହରଣ କଲା କିଏ ?

ରାୟଗଡ଼ା: ରାୟଗଡାର ଏକ ହୋଟେଲରୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅପହରଣ କରି ବ୍ରହ୍ମପୁର ନିଜ ଘରେ ଛାଡ଼ାଯାଇଥିବା ଅଭିଯୋଗ ହୋଇଥିଲା । ଖୋଦ ପ୍ରଫୁଲ୍ଲ ସାମନ୍ତରାୟ ବ୍ରହ୍ମପୁରରେ ପହଞ୍ଚିବା ପରେ ଏନେଇ ପ୍ରତିକ୍ରିୟା ଦେଇଥିଲେ । ଆଜି ଏହି ଘଟଣାକୁ ନେଇ ବିଭିନ୍ନ ସଂଗଠନ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି । ରାୟଗଡ଼ାର ଏକ ହୋଟେଲରେ ମାନବାଧିକାର କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀକୁ ଯାଉଥିବା ସମୟରେ ସାଦା ପୋଷାକଧାରୀ ପୋଲିସ ତାଙ୍କୁ ଉଠାଇ ନେଇଥିଲେ ବୋଲି ଅଭିଯୋଗ କରିଥିଲେ ।

ଏହାପରେ ଖବର ଭାଇରାଲ ହେବାପରେ ତାଙ୍କୁ ବ୍ରହ୍ମପୁରରେ ଛଡ଼ାଯାଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ । ତେବେ ଏହାକୁ ସିପିଆଇ(ଏମଏଲ୍‌) ଲିବରେସନ ତୀବ୍ର ବିରୋଧ କରିଛି । ସିପିଆଇ(ଏମଏଲ) ସମ୍ପାଦକ ତ୍ରିପତି ଗମାଙ୍ଗ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ପ୍ରସ୍ତାବିତ ଖଣି ଅଞ୍ଚଳରେ ସାଦା ପୋଲିସ ଯେଭଳି ଭାବରେ ଲୋକମାନଙ୍କୁ ମିଛ କେସ୍‌ରେ ଫସାଇ ଗିରଫ କରୁଛି ତାହା ରାୟଗଡା ଜିଲ୍ଲାର ଖଣି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ବିରୋଧ କରି ଗତକାଲି ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ରାୟଗଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ହେଲେ ଏହା ପୂର୍ବରୁ ସେଠାକାର ଏକ ହୋଟେଲରୁ ରାୟଗଡା ପୋଲିସ ସାଦା ପୋଷାକରେ ତାଙ୍କୁ ବେଆଇନ ଭାବେ ଉଠାଇନେଇ ବ୍ରହ୍ମପୁରରେ ଛାଡିଥିବା ଅଭିଯୋଗ କରିବା ସହ ତୁରନ୍ତ ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସିପିଆଇ(ଏମଏଲ) ଲିବରେସନ ରାୟଗଡା ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାୟଗଡାରୁ ଅପହରଣ କରି ବ୍ରହ୍ମପୁରରେ ଛାଡ଼ିଦେଲେ: ପ୍ରଫୁଲ୍ଲ ସାମନ୍ତରାୟ

ସୂଚନାଯୋଗ୍ୟ, ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଗତକାଲି ରାୟଗଡ଼ାରୁ ଅପହରଣ କରାଯାଇ ଏକ ବୁଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ସ୍ଥାନୀୟ ଏକ ହୋଟେଲରୁ ତାଙ୍କୁ ୩ରୁ ୪ ଜଣ ଅଚିହ୍ନା ଯୁବକ ହାତ ବାନ୍ଧି ମୁହଁ ବନ୍ଦ କରି ଅପହରଣ ନେଇଥିବା ସେ ନିଜେ କହିଥିଲେ । ଏହା ପଛରେ ପୋଲିସ ରହିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ସେ ଗତକାଲି ରାୟଗଡ଼ା ଆସି ରାୟଗଡ଼ ଉପଖଣ୍ଡୀୟ କାରାଗାର ଏବଂ କୋର୍ଟକୁ ଯାଇ କାଶିପୁର ଅଞ୍ଚଳରେ ଗିରଫ ହୋଇଥିବା ବକ୍ସାଇଟ ଖଣି ବିରୋଧୀ ୨୧ ଆନ୍ଦୋଳନକାରୀ ଆଦିବାସୀଙ୍କୁ ଭେଟି ତାଙ୍କୁ ସହାୟତା ଦେବାପାଇଁ ଆଲୋଚନା କରିବା ପରେ ପୁଣି ହୋଟେଲ ଫେରିଆସିଥିଲେ । ଏହାପରେ ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଥ୍ୟା ମକଦ୍ଦମାରେ ଗିରଫ କରାଯାଇଥିବା ୨୧ ଜଣ ନୀରିହ ଆଦିବାସୀଙ୍କ ସବିଶେଷ ତଥ୍ୟ ରଖିବାର ଯୋଜନା ରହିଥିଲା । ଠିକ ଏହାପୂର୍ବରୁ ତାଙ୍କୁ ଅପହରଣ କରାଯାଇଥିଲା । ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କରିଥିଲେ, ତାହା ଏଯାଏଁ ଖୁଲାସା କରିପାରିନି ପୋଲିସ । ଯହାଫଳରେ ଘଟଣା ଅଧିକ ରହସ୍ୟ ଭିତରକୁ ଠେଲି ହୋଇଯାଇଛି ।

ହେଲେ ତାଙ୍କୁ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କାହିଁକି ଅପହରଣ କରାଗଲା ସେନେଇ ଏବେ ସନ୍ଦେହ ଉପୁଜିଛି । ଏ ସମ୍ପର୍କରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସହିତ ଯୋଗାଯୋଗ କାରିବାରୁ ସେ କହିଛନ୍ତି, "ଏଭଳି କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନି । ତଥାପି ଅନୁସନ୍ଧାନ କରାଯିବ ।" ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏମିତି କଣ ତଥ୍ୟ ତାଙ୍କ ନିକଟରେ ରହିଥିଲା, ଯାହା ସାମ୍ବାଦିକ ସମ୍ମିଳନୀରେ ପ୍ରଘଟର ଭୟଥିଲା । କାହାକୁ ଏଭଳି ଭୟ ଥିଲା, ଯିଏ ତାଙ୍କୁ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଅପହରଣ କରିନେଲା । ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Aug 30, 2023, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.