ETV Bharat / state

ଡାକ୍ତରଙ୍କ ମୋବାଇଲ ଚୋରୀକରି ରୋଗୀଙ୍କ ସଂପର୍କୀୟ ହଟ୍ଟହଟା

author img

By

Published : Jun 26, 2020, 3:08 AM IST

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ଆଣ୍ଠୁମାଡି ଜଣେ ଡାକ୍ତରଙ୍କୁ କ୍ଷମା ମାଗୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

Viral video of attacking doctor
ଡାକ୍ତରଙ୍କ ମୋବାଇଲ ଚୋରୀକରି ରୋଗୀଙ୍କ ସଂପର୍କୀୟ ହଟ୍ଟହଟା

ରାୟଗଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ଆଣ୍ଠୁମାଡି ଜଣେ ଡାକ୍ତରଙ୍କୁ କ୍ଷମା ମାଗୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଉକ୍ତ ମହିଳାଙ୍କ ସ୍ବାମୀଙ୍କ ଉପରେ ଡାକ୍ତରବାବୁ ମାଡ ମାରିବା ପାଇଁ ଜୋତା ବାହାର କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ରାୟଗଡ଼ା ସହରର ଏକ ଦମ୍ପତି ଚିକିତ୍ସା ପାଇଁ ମେଡ଼ିକାଲକୁ ଆସିଥିଲେ। ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀକୁ ସ୍ତ୍ରୀ ଓ ପ୍ରସୂତି ବର୍ହି ବିଭାଗରେ ଛାଡ଼ି ଦନ୍ତ ବିଭାଗକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କ ମୋବାଇଲ ଚୋରୀ କରି ନିଜ ସ୍କୁଟି ଡିକିରେ ଲୁଚାଇଥିଲେ ।

ଦନ୍ତ ଚିକିତ୍ସକ ଡାକ୍ତର ଜ୍ଞାନରଂଜନ ମେହେରଙ୍କ କ୍ୟାବିନରୁ ତାଙ୍କର ମୋବାଇଲ୍‍ ଫୋନ୍‍ ଚୋରି ହୋଇଥିଲା । ମୋବାଇଲ୍‍ ହଜିବା ସଂପର୍କରେ ସିସିଟିଭି ଫୁଟେଜରୁ ଜଣେ ଦମ୍ପତ୍ତିଙ୍କୁ ସନ୍ଦେହ କରି ଠାବ କରାଯାଇଥିଲା । ଦମ୍ପତ୍ତିଙ୍କ ସ୍କୁଟି ଡିକିରୁ ଚୋରି ମୋବାଇଲ୍‍ ମିଳିବା ପରେ ଦମ୍ପତ୍ତିଙ୍କ ସହ ଡାକ୍ତର ଓ ସିକ୍ୟୁରିଟି କର୍ମଚାରୀଙ୍କ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଡାକ୍ତର ଜଣକ ଉତ୍ୟକ୍ତ ହୋଇ ଜୋତା ବାହାର କରି ମାଡ ମାରିବାକୁ ଚେଷ୍ଟା କରିଥିଲେ । ପୋଲିସରେ ଜିମା ଦେବାକୁ କହିବାପରେ

ସ୍ବାମୀଙ୍କୁ କ୍ଷମା କରିଦେବାକୁ ମହିଳା ଜଣକ ଆଣ୍ଠୁମାଡି ନେହୁରା ହେଉଥିଲେ ବୋଲି ଜଣାପଡିଛି । ଅନ୍ୟପଟେ ମହିଳାଙ୍କ ପ୍ରତି କୌଣସି ଅଶାଳୀନ ବ୍ୟବହାର କରିନଥିବା ସଫେଇ ଦେଇଛନ୍ତି ଡାକ୍ତର ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.