ETV Bharat / state

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ - ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ହାଉସିଂବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ଏବେ ଝୁଲୁଛି ତାଲା । ଅଧିକ ପଢନ୍ତୁ...

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Nov 10, 2021, 10:49 PM IST

ରାୟଗଡା: ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକେଇଲେ ଅବିଭାବକ । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ହାଉସିଂବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ଏବେ ଝୁଲୁଛି ତାଲା । ଏହି ବିଦ୍ୟାଳୟରେ ମୋଟ 65 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ 6 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ତେବେ ଏଥି ମଧ୍ୟରୁ 5 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଦିବ୍ୟାଙ୍ଗ ଥିବାରୁ ପାଠପଢାରେ ବ୍ୟାଘାତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଏନେଇ ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଗ୍ରାମବାସୀଙ୍କ ତରଫରୁ କରାଯାଇଛି । ପୂର୍ବରୁ 5 ଜଣ ଶିକ୍ଷକଙ୍କ ମଧ୍ୟରୁ 4 ଜଣ ଦିବ୍ୟାଙ୍ଗ ଥିବା ବେଳେ ପୁଣି ଆଉ ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଏଠାରେ ନୂତନ ନିଯୁକ୍ତି ଦିଆଯାଇଛି । ଯାହାର ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଫଳ ସ୍ୱରୂପ ବିଦ୍ୟାଳୟରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏନେଇ ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ପ୍ରଥମେ ଉକ୍ତ ଶିକ୍ଷକଙ୍କୁ ସେଠାରେ ଯୋଗଦାନ କରିବା ସୁଯୋଗ ଦିଆଯାଉ । ତିନି ମାସ ପରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.