ETV Bharat / state

ଉତ୍କଳ ଆଲୁମିନାରେ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ - ଉତ୍କଳ ଆଲୁମିନାରେ ଉତେଜନା

ଉତ୍କଳ ଆଲୁମିନା କାରଖାନାରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Nov 2, 2019, 9:11 AM IST

ରାୟଗଡ଼ା: ଦୋରାଗୁଡ଼ା ଠାରେ ଥିବା ଉତ୍କଳ ଆଲୁମିନା କାରଖାନାରେ ଦେଖାଦେଇଛି ଉତ୍ତେଜନା । ବିସ୍ଥାପିତ ଘୋଷଣା ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ । ଉତ୍କଳ ଆଲୁମିନା କାରଖାନା ପରିସରରେ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ ଏବଂ ପୋଲିସ ।

ଏପରିକି ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ କମ୍ପାନୀ ଗାଡ଼ି ଏବଂ କଣ୍ଟ୍ରୋଲ ରୁମ ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି । ଭଙ୍ଗାରୁଜାକାରୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଦୋରାଗୁଡ଼ା ପୋଲିସ ଗିରଫ କରିଥିବାବେଳେ ୨୦ ଜଣକୁ ଅଟକ ରଖିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଉତ୍କଳ ଆଲୁମିନାରେ ଉତେଜନା, ପୋଲିସ-ଜନତା ମୁହାଁମୁହିଁ

ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ ବିବେକ ଏମ୍ , ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷଣ୍ ନଜର ରଖିଛନ୍ତି । ତେବେ ଏନେଇ କାହାର ମତାମତ ମିଳିପାରିନାହିଁ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଉକ୍ରଳ ଆଲୁମିନାରେ କାରଖାନାରେ ଉତେଜନା
ବିସ୍ଥାପିତ - ପୁଲିସ ମୁହାଁମୁହିଁ ,ଘଟଣା ସ୍ଥଳରେ ୧୪୪ ଧରା ଜାରୀBody:ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଠାରେ ଥିବା ଉକ୍ରଳ ଆଲୁମିନା କାରଖାନାରେ ଦେଖା ଦେଇଛି ଉତେଜନା । ବିସ୍ଥାପିତ ଘୋଷଣା ଦାବିରେ ଅଡ଼ିବସିଛନ୍ତି ଗ୍ରାମବାସି । ଉକ୍ରଳ ଆଲୁମିନା କାରଖାନା ପରିସର ରେ ମୁହାଁମୁହିଁ ହୋଇଛନ୍ତି ବିସ୍ଥାପିତ ଦାବୀରେ ଗ୍ରାମବାସୀ ଏବଂ ପୁଲିସ । ଏପରିକି ଆନ୍ଦୋଳନ କାରିଙ୍କ ପଥର ମାଡ଼ରେ କମ୍ପାନି ଗାଡ଼ି ଏବଂ କଟେଂ୍ରଲ ରୁମ ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ଲାଠି ଲାଳନା କରିବାକୁ ପଡ଼ିଛି । ଭଙ୍ଗାରୁଜା କାରିଙ୍କ ମଧ୍ୟରୁ ୧୪ ଜଣଙ୍କୁ ଦୋରାଗୁଡ଼ା ପୁଲିସ ଗିରଫ କରିଥିବା ବେଳେ ୨୦ ଜଣକୁ ଅଟକ ରଖିଛି । ଉତେଜନାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ ବିବେକ ଏମ୍ , ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଁଚି ପରିସ୍ଥିତି ଉପରେ ତିକ୍ଷ୍ମୀଣ ନଜର ରଖିଛନ୍ତି । ତେବେ ଏନେଇ କାହାର ମତାମତ ମିଳିପାରିନାହିଁ ।Conclusion:ଉକ୍ରଳ ଆଲୁମିନାରେ କାରଖାନାରେ ଉତେଜନା
ବିସ୍ଥାପିତ - ପୁଲିସ ମୁହାଁମୁହିଁ ,ଘଟଣା ସ୍ଥଳରେ ୧୪୪ ଧରା ଜାରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.