ETV Bharat / state

ବିଷ ପିଇଲେ ଦୁଇ ନାବାଳିକା, ଜଣେ ମୃତ ଜଣେ ଗୁରୁତର; କାରଣ ଅସ୍ପଷ୍ଟ

author img

By

Published : Apr 17, 2023, 10:52 PM IST

ରାୟଗଡାର ଉତକାପାଡୁ ଗ୍ରାମର ଦୁଇ ନାବାଳିକା ବନ୍ଧୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଜଣେ ନାବାଳିକାର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ । ଅଧିକ ପଢ଼ନ୍ତୁ

ବିଷ ପିଇଲେ ଦୁଇ ନାବାଳିକା ସାଙ୍ଗ, ଜଣେ ମୃତ ଜଣେ ଗୁରୁତର

ରାୟଗଡା: ବିଷ ପିଇଲେ ଦୁଇ ନାବାଳିକା ସାଙ୍ଗ । ଜଣେ ନାବାଳିକାର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ରାୟଗଡା ଜିଲ୍ଲାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା ଘଟିଛି । ରାୟଗଡାର ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ପଞ୍ଚାୟତର ଉତକାପାଡୁ ଗ୍ରାମର ଦୁଇ ନାବାଳିକା ବନ୍ଧୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ କହିଁକି ନବାଳିକା ବିଷ ପିଇଲେ କରାଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସୂଚନାନୁଯାୟୀ ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଉତକାପାଡୁ ଗ୍ରାମର ଦୁଇଟି ଝିଅ କୁଲି ଗ୍ରାମ ପଞ୍ଚାୟତ ସ୍ଥିତ 5 ଟି ବିଦ୍ୟାଳୟ ରେ ପାଠ ପଢୁଥିଲେ । ସେମାନଙ୍କ ନାମ ହେଲା ୧୪ ବର୍ଷୀୟ ମାମାଲି ପୁଲକା ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଝିଅ ସଂଗୀତା ହେପୃକା ବୟସ ୧୬ ବର୍ଷ ସେ ଦଶମ ଶ୍ରେଣୀରେ ପଢ଼ୁଥିଲା । ଘଟଣା ଅନୁଯାୟୀ ଉତକାପାଡୁ ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ରୀ ସଂଗୀତା ହେପୃକା ଏବଂ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ମାମାଲି ପୁଲକାଙ୍କ ମଧ୍ୟରୁ ବନ୍ଧୁତ୍ବ ଥିଲା । ଉଭୟେ ଏକାଠି ପାଠ ପଢ଼ୁଥିଲେ ଏବଂ ରହୁଥିଲେ । ଆଜି ସକାଳେ ଦୁହେଁ ବିଷପାନ କରି ଛଟପଟ ହେଉଥିବା ବେଳେ ଉଭୟଙ୍କ ପରିବାର ବର୍ଗ ଦୁଇ ଜଣକୁ ପ୍ରଥମେ ନିକଟସ୍ତ କୋଲନରା ବ୍ଲକର ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ । ସେଠାରେ ଗୁରୁତର ହେବାରୁ ଡାକ୍ତର ତୁରନ୍ତ ରାୟଗଡା ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ ।

ତେବେ ରାୟଗଡାରେ ଚିକିତ୍ସିତ ଅବସ୍ଥାରେ ଦଶମ ଶ୍ରେଣୀର ଛାତ୍ରୀ ସଂଗୀତା ହେପୃକା ମୃତ୍ୟୁବରଣ କରିଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି । ପରିବାର ଲୋକେ ଉଭୟ ଛାତ୍ରୀଙ୍କ ବିଷ ପିଇବାର କୌଣସି ସ୍ପଷ୍ଟ ସୂଚନା ଦେଉନଥିବା ବେଳେ ପୁଲିସର ତଦନ୍ତ ଜାରି କରିଛି । ତଦନ୍ତ ପରେ ଏମାନେ କେଉଁ କାରଣରୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଦୁଇ ବନ୍ଧୁ ବିଷପିଇବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ରାୟଗଡା ପୁଲିସ ସୂଚନା ଦେଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.