ରାୟଗଡା: ସାଧାରଣ ନିର୍ବାଚନ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି। ଏହା ପରେ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ। ଚଳିତ ବର୍ଷ ନିର୍ବାଚନର ପ୍ରଥମେ ନାମାଙ୍କନ ଦାଖଲ କରିଛି ସିପିଆଇ(ଏମଏଲ)।
ପ୍ରାର୍ଥୀ ତ୍ରିପତି ଗମାଙ୍ଗ ଶତାଧିକ ଦଳୀୟ କର୍ମୀ ତଥା ସମର୍ଥକଙ୍କ ସହ ଗୁଣୁପୁରରେ ଶୋଭାଯାତ୍ରା କରିଛନ୍ତି। ଏହା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଦାଖଲ କରିଛନ୍ତି । ତେବେ ପ୍ରତ୍ୟେକ ଥର ସେ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ଆସୁଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ