ETV Bharat / state

ରତ୍ନପଥର ଜବତ ଘଟଣାରେ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି, କିଛି ଲୋକ କରୁଛନ୍ତି ଶସ୍ତା ରାଜନୀତି - precious stone case in rayagada

ରାୟଗଡ଼ା ସହରରେ ରତ୍ନପଥର ଜବତ ଘଟଣାକୁ ନେଇ ମୁହଁ ଖୋଲିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। କିଛି ଲୋକ ଫୋଟକୁ ନେଇ ଶସ୍ତା ରାଜନୀତି କରିବାକୁ ଚହୁଁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଅଧିକ ପଢ଼ନ୍ତୁ...

tribal welfare minister jagannath saraka give his statement about precious stone case in rayagada
ରତ୍ନପଥର ଜବତ ଘଟଣାରେ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି, କିଛି ଲୋକ ଶସ୍ତା ରାଜନୀତି କରୁଛନ୍ତି
author img

By

Published : Dec 9, 2020, 7:24 PM IST

ରାୟଗଡ଼ା: ରାୟଗଡ଼ା ସହରରେ ରତ୍ନପଥର ଜବତ ଘଟଣାକୁ ନେଇ ମୁହଁ ଖୋଲିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ଘଟଣାକୁ ନେଇ ବିରୋଧି ଶସ୍ତା ରାଜନୀତି କରୁଛି ବୋଲି କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା। ଗତକାଲି(ମଙ୍ଗଳବାର) ଖଣଜ ସମ୍ପଦ ତଷ୍କରୀ ମାମଲାରେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଜେଡ଼ି ଲିଙ୍କ ଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ଏହାସହ ଆଜି(ବୁଧବାର) ବିଜେପି ପକ୍ଷରୁ ସମାନ ମନ୍ତ୍ରୀଙ୍କୁ ନେଇ ସମାନ ପ୍ରକାରର ଅଭିଯୋଗ କରିଛି।

tribal welfare minister jagannath saraka give his statement about precious stone case in rayagada
ରତ୍ନପଥର ଜବତ ଘଟଣାରେ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି, କିଛି ଲୋକ ଶସ୍ତା ରାଜନୀତି କରୁଛନ୍ତି

ଏହାକୁ ନେଇ ଆଜି(ବୁଧବାର) ଏକ ସାକ୍ଷାତକାରରେ ସ୍ପଷ୍ଟୋକ୍ତି ଦେଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ସେ କହିଛନ୍ତି ଯେ, "ମୋର ଆଉ ରତ୍ନପଥର ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଜିତେନ୍ଦ୍ର କୁମାର ବେହେରା ମଧ୍ୟରେ କିଛି ସମ୍ପର୍କ ନାହିଁ। ୧୯୯୭ରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ମୁଁ ଏହି ପାହ୍ୟାରେ ପହଞ୍ଚିଛି। କିଛି ଲୋକଙ୍କ ଫଟୋ ଉଠାଇବା ସଉକ ରହିଛି । ବିଭିନ୍ନ ସ୍ଥାନକୁ ଗସ୍ତ ବେଳେ କେହି କେହି ଫଟୋ ଉଠାଇ ନିଅନ୍ତି। ସେମାନଙ୍କୁ ଆମେ ମନା କରି ପାରିବୁ ନାହିଁ। ତେବେ କିଛି ଲୋକ ଫୋଟକୁ ନେଇ ଶସ୍ତା ରାଜନୀତି କରିବାକୁ ଚାହୁଁଛନ୍ତି। ଏଥିରେ ମୋର କହିବାର କିଛି ନାହିଁ । ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବ" ।

ରାୟଗଡ଼ା ସହରରେ ବିଜେଡି ମନ୍ତ୍ରୀ ସାଂସଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଛତ୍ରଛାୟା ତଳେ ରହି ଖଣିଜ ସଂପଦ ତସ୍କରି ହେଉଥିବା ଅଭିଯୋଗ କରିଛି ବିଜେପି। ଗତ ସୋମାବାର ଜଗନ୍ନାଥ କମ୍ପ୍ଲେକ୍ସ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର 5 ଜଣିଆ ଏସଟିଏଫ ଟିମ। ଏହି କମ୍ପ୍ଲେକ୍ସର ଏକ କୋଠୋରୀରେ ବିପୁଳ ପରିମାଣରେ ରତ୍ନ ପଥର ଗଛିତ ଥିବା ନେଇ ଖବର ପାଇଥିଲା କ୍ରାଇମବ୍ରାଞ୍ଚ। ଚଢ଼ାଉ ବେଳେ ସେଠାରେ ରତ୍ନ ପଥରକୁ ଉଦ୍ଧାର କରିବା ସହ ଜିତେନ୍ଦ୍ର କୁମାର ବେହେରା ନାମକ ଯୁବକଙ୍କୁ ଗିରଫ କରାଯାଇଥିଲା। ଏହାସହ ଜିତେନ୍ଦ୍ରର କାର ଭିତରୁ ଦୁଇ ବସ୍ତା ରତ୍ନ ପଥର ଜବତ ହୋଇଥିଲା। ଜବତ ହୋଇଥିବା ରତ୍ନ ପଥରର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ ଟିମ ଆକଳନ କରିଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.