ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟର ଗ୍ରୀଲ୍‌ ପଡି ୩ ନାବାଳକ ଗୁରୁତର - minors injured after grill fall down in rayagada

ବିଷମ କଟକ ବ୍ଳକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖରେ ଗ୍ରୀଲ୍‌ ପଡ଼ି 3ଜଣ ନାବାଳକ ଗୁରୁତର ଆହତ। ଅଧିକ ପଢନ୍ତୁ

panchayat office grill
panchayat office grill
author img

By

Published : Jan 18, 2023, 3:52 PM IST

ଗ୍ରୀଲ୍‌ ପଡି ୩ ନାବାଳକ ଗୁରୁତର

ରାୟଗଡା: ପଞ୍ଚାୟତ କାର୍ଯ୍ୟାଳୟର ଗ୍ରୀଲ ପଡି 3ଜଣ ନାବାଳକ ଗୁରୁତର ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ହୋଇଥିବା ଆହତ ମାନେ ହେଲେ ଝିଗିଡି ଗ୍ରାମ ପଞ୍ଚାୟତର ବାପୁନୁ ପିଡିକାକା, ଗଣପତି ପିଡିକାକା ଏବଂ ଖଗେଶ୍ବର ପିଡିକାକା ବୋଲି ଜଣା ପଡିଛି ।

ସୂଚନା ମୁତାବକ, ଗତ ମଙ୍ଗଳବାର ସନ୍ଧ୍ୟାରେ ଝିଗିଡି ଗ୍ରାମ ପାଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯାଉଥିଲା । ସେହି ସମୟରେ ଝିଗିଡ଼ି ଗ୍ରାମର କିଛି ପିଲା ପାଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଲୁହା ଗ୍ରୀଲ୍ କବାଟକୁ ଧରି ଖେଳୁଥିବା ବେଳେ ଉକ୍ତ ଲୁହା ଗ୍ରୀଲ ଖସି ପଡିଥିଲା । ପିଲାମାନଙ୍କ ଉପରେ ଗ୍ରୀଲଟି ପଡିବା ପରେ ସେମାନେ ଗୁରୁତର ଆହତ ହୋଇ ଯାଇଥିଲେ । ଏଭଳି ଘଟଣା ଘଟିବା ପରେ କାର୍ଯ୍ୟାଳୟ ପରିସର ରହିଥିବା ଲୋକମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।

ଏମାନଙ୍କୁ ପ୍ରଥମେ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ବାପୁନୁ ପିଡିକାକା ଓ ଗଣପତି ପିଡିକାକା ଗୁରୁତର ହୋଇଥିବାରୁ ସେମାନଙ୍କୁ ପ୍ରଥମେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗତ ଜାନୁଆରୀ ୧୧ ତାରିଖରେ ମଧ୍ୟ ଟ୍ରାକ୍ଟରକୁ ଧକ୍କା ଦେଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ରିଭଲକଣା ଓ ରାମପୁର ରାସ୍ତାକଡ଼ରେ ମଝିରେ ଛିଡା ହୋଇ ରହିଥିବା ଏକ ଟ୍ରାକ୍ଟରକୁ ବାଇକଚାଳକ ଜଣକ ଧକ୍କା ଦେଇଥିଲେ । ଯାହା ଫଳରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଗୁରୁତର ଦ୍ବୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ରଇତ ହିମିରିକା । ସେହିପରି ଦୁଇ ଗୁରୁତର ହେଲେ ସୁନୀଲ ହିମିରିକା ଓ ଆନିସ ହୁଇକା । ଉଭୟଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

କଲ୍ୟାଣସିଂହପୁରର କରକରିଆ ଲୋଇଚନ ଚିପ୍ସ ବୋଝେଇ ଟ୍ରାକ୍ଟର ନେଇ କଲ୍ୟାଣସିଂହପୁର ଯାଉଥିଲେ । ରିଭଲକଣା ନିକଟରେ ହଠାତ୍ ଟ୍ରାକ୍ଟର ଚକା ପଂଚର ହୋଇଯାଇଥିଲା । କରକରିଆ ଟ୍ରାକ୍ଟରକୁ ରାସ୍ତା କଡ଼ରେ ଛିଡ଼ା କରିଥିଲେ । ସେହି ସମୟରେ ଗୋଟିଏ ବାଇକରେ ୩ ଜଣ ଯୁବକ କଲଟିଗୁଡାରୁ ବାହାରି ରାମପୁର ରସ୍ତାଦେଇ ଯିବା ସମୟରେ ଏହି ଟ୍ରାକ୍ଟର ଡାଲାକୁ ଶକ୍ତ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ୩ ବାଇକ ଆରୋହୀ ଛିଟିକି ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ୩ଜଣଙ୍କୁ ଉଦ୍ଧାର କରି ତୁରନ୍ତ ରାୟଗଡ଼ା ଜିଲ୍ଲା ହସ୍ପିଟାଲକୁ ନେଉଥିଲେ । ହେଲେ ବାଟରେ ରଇତ ହିମିରିକାଙ୍କ ମୃତ୍ୟୁ ହୋଇଥିଲା।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.