ETV Bharat / state

ଗଳାକାଟି ଯୁବକଙ୍କୁ ହତ୍ୟା, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଜାରି - ଚାନ୍ଦିଲି ପୋଲିସ

ରାସ୍ତା କଡରେ ଯୁବକଙ୍କୁ ଧାରୁଆ ଛୁରୀ ସାହାଯ୍ୟରେ ହତ୍ୟା କଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ସନ୍ଧାନୀ କୁକୁର ସହ ତଦନ୍ତ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଅନ୍ୟ ରାଜ୍ୟକୁ ଫଟୋ ଜାରି କରିଛି । ଅଧିକ ପଢନ୍ତୁ...

ଗଳା କାଟି ଯୁବକଙ୍କୁ ହତ୍ୟା, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

author img

By

Published : Aug 22, 2021, 8:57 PM IST

ରାୟଗଡା: ଯୁବକଙ୍କୁ ବିଭତ୍ସ ହତ୍ୟା । ଏଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ଅଧିନ ଚାନ୍ଦିଲି ଥାନା କତାପେଟା ଓ ଜେକେପୁର ରାସ୍ତାରେ । ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ୫୦ ବର୍ଷୀୟ ଯୁବକଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି । ଆଉ ଏହି ଘଟଣାରେ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଛି । ତେବେ ବୃଦ୍ଧଙ୍କ ଗଳାରେ ଓ ମୁଣ୍ଡରେ ଧାରୁଆ ଛୁରୀ ସାହାଯ୍ୟରେ ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

ଗଳା କାଟି ଯୁବକଙ୍କୁ ହତ୍ୟା, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହ ପହଞ୍ଚି ହତ୍ୟାକାଣ୍ଡର ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଛି । ସେଠାରୁ ରକ୍ତ ଭିଜା ଛୁରୀ, ଟଙ୍କା, ଚାବିରିଙ୍ଗ, ଗୁଟୁକା ଆଦି ଜବତ ହୋଇଥିବା ଜଣାପଡିଛି । ସେପଟେ ଖୁବଶୀଘ୍ର ହତ୍ୟାକାରୀଙ୍କ ଅନୁସନ୍ଧାନ କରାଯିବ ବୋଲି ଏସଡ଼ିପିଓ ଦିବ୍ୟଜ୍ୟୋତି ଦାସ କହିଥିବାବେଳେ ମ଼ତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଲୟକୁ ପଠାଯିବା ସହ ଚାନ୍ଦିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ତେବେ ପୋଲିସ ମୃତକଙ୍କ ପରିଚୟ ପାଇ ନଥିବା ବେଳେ ମୃତଦେହ ନିୟମ ଅନୁଯାୟୀ ଜିଲ୍ଲା ମୃତଦେହ ସଂରକ୍ଷିତ ଗୃହରେ ରଖାଯାଇ ନିକଟବର୍ତ୍ତୀ ଜିଲ୍ଲା ଏବଂ ଆନ୍ଧ୍ର କ୍ରାଇମ ବ୍ୟୁରୋକୁ ଚିହ୍ନଟ ପାଇଁ ଫଟୋ ଜାରି କରିଛି । ଏହି ଘଟଣାରେ ମୃତକଙ୍କ ପରିଚୟ ମିଳିପାରିଲେ ତଦନ୍ତ ଆଗକୁ ବଢିବା ନେଇ ଚାନ୍ଦିଲି ଥାନା ଆଇଆଇସି ବିଜୟଲଷ୍ମୀ ହିକକା ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.