ରାୟଗଡା : କୋରୋନା ସ୍ବାବ ନମୂନା ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆରଏମଆସିର ବି.ଏସ-୨ ପରୀକ୍ଷାଗାରକୁ ଉଦଘାଟନ କରିଛନ୍ତି ।
ପୂର୍ବରୁ ସରକାରଙ୍କ ପକ୍ଷରୁ ରାୟଗଡା ଠାରେ କୋରୋନା ସ୍ବାବ ନମୂନା ପରୀକ୍ଷା ହେବା ନେଇ ଘୋଷଣା ହୋଇଥିଲା । କିନ୍ତୁ କିଛି ସରଞ୍ଜାମ ପହଞ୍ଚିବାରେ ଡେରି ହେବାରୁ ଏଥିରେ ବିଳମ୍ବ ଘଟିଥିଲା । ରାୟଗଡାରେ ସ୍ବାବ ନମୂନା ପରିକ୍ଷଣ ପାଇଁ ଜିଲ୍ଲାର ବୁଦ୍ଧିଜୀବି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ଦିନ ଧରି ଦାବି କରିଆସୁଥିଲେ ।

ତେବେ ଆଜି ଠାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋରୋନା ସ୍ବାବ ନମୂନା ପରିକ୍ଷା ହେବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବି.ଏସ-୨ ପରୀକ୍ଷାଗାରର ପରିଚାଳନା ନିମନ୍ତେ ସରକାରଙ୍କ ପକ୍ଷରୁ 4 ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଦୈନିକ ଦୁଇଟି ସିଫ୍ଟରେ 16 ଜଣଙ୍କ ସ୍ବାବ ପରୀକ୍ଷା କରାଯାଇପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆରଏମଆରସି ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ କୋଭିଡ ପରୀକ୍ଷଣ ମେସିନ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଗୋଟିଏ ସିଫ୍ଟରେ 98 ନମୂନା ପରୀକ୍ଷା କରାଯିବାର ଯୋଜନା ରହିଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ