ETV Bharat / state

ଜନଜାତିଙ୍କ ମେରୁଦଣ୍ଡ ସଜାଡୁଛି ସୂର୍ଯ୍ୟମୁଖୀ, ହେକ୍ଟର ପିଛା 60 ହଜାର ପ୍ରଫିଟ

author img

By

Published : Mar 24, 2021, 10:07 PM IST

ସୂର୍ଯ୍ୟମୁଖୀ ଫୁଲ ଆଦିବାସୀଙ୍କୁ ଯୋଗାଇଛି ଜୀବନ ପନ୍ଥା । ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ ସୁଦୃଢ କରିବା ସହ ଦେଉଛି ପର୍ଯ୍ୟାପ୍ତ ଲାଭ । ଆଉ ଏହି ଲାଭର ହସ ଜଳଜଳ ଦିଶୁଛି ଚାଷୀ ଓଠରେ ..

ଜନଜାତିଙ୍କ ମେରୁଦଣ୍ଡ ସଳଖୁଛି ସୂର୍ଯ୍ୟମୁଖୀ, ହେକ୍ଟର ପିଛା 60 ହଜାର ପ୍ରଫିଟ

ରାୟଗଡା: ଡ଼ଙ୍ଗରପାହାଡ଼ର ପୋଡ଼ୁଚାଷ ଛାଡ଼ି ଏବେ ସୁର୍ଯ୍ୟମୁଖୀ ଆଡ଼େ ମୁହାଁଇଛନ୍ତି ଆଦିମ ଅଧିବାସୀ । ରାୟଗଡ଼ା ଜିଲ୍ଲାର ଆଦିବାସୀଙ୍କ ଅର୍ଥ ନୈତିକ ମାନଦଣ୍ଡରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି ସୂର୍ଯ୍ୟମୁଖୀ ଚାଷ । ମାଣ୍ଡିଆ ପରେ ଏବେ ସୁର୍ଯ୍ୟମୁଖି ଚାଷ ପାଇଁ ସରକାରଙ୍କ ପ୍ରାେତ୍ସାହନର ବରଦାନ ସାଜିଛି ଆଦବାସୀ ଅଧ୍ୟୁଷିତ ଅଞ୍ଚଳ ଡ଼ଙ୍ଗର ପାହାଡ଼ ଘେରା ରାୟଗଡ଼ା ଜିଲ୍ଲା ।

ଏଠାକାର ଅଧିବାସୀ ଧାନ, ମାଣ୍ଡିଆ , କପା , ମକା ଭଳି ଚାଷକୁ ପ୍ରମୁଖ ଚାଷ ଭାବେ ଗ୍ରହଣ କରି ଆସୁଥିବା ବେଳେ ଏବେ ସୁର୍ଯ୍ୟମୁଖୀ ଭଳି ଅର୍ଥକାରୀ ଚାଷ କରି ଆର୍ଥିକ ମେରୁଦଣ୍ଡ ସଳଖୁଛନ୍ତି । ଭୌଗୋଳିକ ସ୍ଥିତ ତଥା ଅନୁକୁଳ ପାଣିପାଗ ଦୃଷ୍ଟିରୁ ରାୟଗଡ଼ା ଜିଲ୍ଲା ସୁର୍ଯ୍ୟମୁଖି ଚାଷ ପାଇଁ ଉପଯୁକ୍ତ ହୋଇଥିବା ବେଳେ ଏ ଦିଗରେ ଦିନକୁ ଦିନ ଆଦିବାସୀଙ୍କ ମଧ୍ୟରେ ଏ ଚାଷକୁ ନେଇ ବେଶ ଆଗ୍ରହ ଦେଖିବାକୁ ମିଳୁଛି ।

ନିୟମଗିରିରେ ଏବେ ଆଦିବାସୀଙ୍କ ମୁହଁରେ ହସ ଫୁଟାଇଛି ସୁର୍ଯ୍ୟମୁଖୀ ଚାଷ । ଦିନ ଥିଲା ଅକ୍ଳାନ୍ତ ପରିଶ୍ରମ କରି ପାହାଡ଼ କାଟି ସୋପାନ ପ୍ରଣାଳୀ କିମ୍ବା ପୋଡ଼ୁ ଚାଷ କରି ସେମାନେ ଜିବିକା ନିର୍ବାହ କରୁଥିଲେ । ସୁର୍ଯ୍ୟମୁଖୀ ଚାଷ କରି କମ ପରିଶ୍ରମ ଏବଂ କମ ଖର୍ଚ୍ଚରେ ଅଧିକ ଲାଭ ପାଉଛି ଚାଷୀ ଟିଏ ।

ଅନ୍ୟ ଚାଷ ଅପେକ୍ଷା ଏହି ଚାଷ ୧୦୫ ଦିନ ମଧ୍ୟରେ ଅମଳ ହେଉଥିବା ବେଳେ ପ୍ରତି ହେକ୍ଟର ପିଛା ୨୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ୱ ସୁର୍ଯ୍ୟମୁଖୀ ମଞ୍ଜି ଉତ୍ପାଦନ ହୋଇପାରୁଛି । ଫଳରେ ଚାଷୀ ପ୍ରତି ହେକ୍ଟର ପିଛା ଲାଗୁ ଖର୍ଚ୍ଚ ଛାଡ଼ି ୫୦ ରୁ ୬୦ ହଜାର ମଧ୍ୟରେ ଲାଭ କମାଉଛି । ଏପରିକି ବର୍ଷ ସାରା ପାଇଁ ଉନ୍ନତ ମାନର ଖାଇବା ତେଲ ଏଥିରୁ ମିଳିପାରୁଛି । ତେବେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ ସଂସ୍ଥା (ଓପିଲିପି) ପକ୍ଷରୁ ସମସ୍ତ ଆନୁସାଙ୍ଗିକ ସହାୟତା ଆଦିବାସୀଙ୍କୁ ପ୍ରଦାନ କରାଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

ରାୟଗଡାରୁ ରଞ୍ଜନ କୁମାର ରଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.