ETV Bharat / state

ଆତ୍ମହତ୍ୟା ପାଇଁ ପୋଖରୀକୁ ଡେଇଁଲା ଯୁବକ, ଉଦ୍ଧାର କଲା ଅଗ୍ନିଶମ ବିଭାଗ - ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଆତ୍ମହତ୍ୟା କରିବା ପାଇଁ ପୋଖରିରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ରାୟଗଡ଼ା ଅଗ୍ନିଶ୍ରମ ବାହିନୀ । ଅଧିକ ପଢନ୍ତୁ...

ଆତ୍ମହତ୍ୟା କରୁଥିବା ଯୁବକକୁ ଉଦ୍ଧାର କଲା ଅଗ୍ନିଶ୍ରମ ବାହିନୀ

author img

By

Published : Mar 3, 2020, 11:10 PM IST

ରାୟଗଡା: ପାଣିରେ ବୁଡ଼ି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଆତ୍ମହତ୍ୟା କରିବା ପାଇଁ ପୋଖରିରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ରାୟଗଡ଼ା ଅଗ୍ନିଶ୍ରମ ବାହିନୀ ।

ଆତ୍ମହତ୍ୟା କରୁଥିବା ଯୁବକକୁ ଉଦ୍ଧାର କଲା ଅଗ୍ନିଶ୍ରମ ବାହିନୀ

ମଙ୍ଗଳବାର ସକାଳେ ରାୟଗଡ଼ା ମଝିଘରିଆଣି ମନ୍ଦିର ରେଳଟ୍ରାକର ପ୍ରାୟ ୨୦୦ ଫୁଟ ତଳେଥିବା ଏକ ଜଳାଶୟରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଡ଼େଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନିୟ ଲୋକେ ଉଦ୍ଧାର ପାଇଁ ପୋଖରିକୁ ଡ଼େଇଁବା ସହ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ।

ତେବେ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ୨୦୦ ଫୁଟ ତଳେ ଥିବା ଜଳାଶୟରୁ ସୁରକ୍ଷିତ ଭାବେ ଉକ୍ତ ଯୁବକରୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସ ଡ଼ାକ୍ତରଖାନାରେ ପହଁଞ୍ଚି ଆତ୍ମହତ୍ୟାର କାରଣ ଖୋଜୁଥିବା ବେଳେ ଉଦ୍ଧାର ଯୁବକ କୋରାପୁଟ ଜିଲ୍ଲା ଲକ୍ଷ୍ମିପୁର ଥାନା ଅନ୍ତର୍ଗତ କଟଣିପଦର ଗାଁର ବୋଲି ଜଣାପଡିଛି । ତେବେ ଏଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.