ରାୟଗଡ଼ା: ରାୟଗଡ଼ା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ଗତ ଏକ ସପ୍ତାହ ପୂର୍ବରୁ ଦିବ୍ୟାଙ୍ଗ ନାବାଳିକା ଜଣକ ଘରେ ଏକୁଟିଆ ରହିଥିଲେ । ପରିବାର ଲୋକେ ଘରକୁ ଫେରିବା ବେଳେ ନାବାଳିକା ଜଣକ ଉଲଗ୍ନ ହୋଇ ପଡ଼ିରହିଥିଲେ । ତାଙ୍କ ବାପା ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ସୁଦ୍ଧା କାହାରିକୁ କିଛି ଜଣାଇନଥିଲେ ।
କିନ୍ତୁ ଗତକାଲି ନାବାଳିକାଙ୍କ ଅଧିକ ଅସୁସ୍ଥ ହେବାପରେ ତାଙ୍କ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ଯାଞ୍ଚ ପରେ ଦିବ୍ୟାଙ୍ଗ ନାବାଳିକାଙ୍କ ଯୌନାଙ୍ଗରେ କ୍ଷତ ଥିବା ଜଣାପଡ଼ିଥିଲା । ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । ନାବାଳିକାଙ୍କ ସହ କଣ ଘଟିଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ । ନାବାଳିକାଙ୍କ ବାପା ମଧ୍ୟ କୌଣସି ତଥ୍ୟ ଦେଇ ପାର ନାହାଁନ୍ତି । ଦିବ୍ୟାଙ୍ଗ ନାବାଳିକା ସହିତ ଦୁଷ୍କର୍ମ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ