ETV Bharat / state

ବଉଳଣି ଘଣ୍ଟ ବିସର୍ଜନରେ ମାତିଲେ ମହୁମାଛି, ଆକ୍ରମଣରେ 13 ଆହତ - ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ

ବଉଳଣି ଘଣ୍ଟ ବିସର୍ଜନ ସମୟରେ ଅଘଟଣ । ମହୁମାଛି ଆକ୍ରମଣରେ ଦୁଇ ଗୁରୁତର ତେର ଜଣ ଆହତ । ଅଧିକ ପଢନ୍ତୁ

ବଉଳଣି ଘଣ୍ଟ ବିସର୍ଜନ ସମୟରେ ମହୁମାଛି ଆକ୍ରମଣ, ତେରଜଣ ଆହତ

author img

By

Published : May 12, 2023, 10:34 AM IST

ବଉଳଣି ଘଣ୍ଟ ବିସର୍ଜନ ସମୟରେ ମହୁମାଛି ଆକ୍ରମଣ, ତେରଜଣ ଆହତ

ରାୟଗଡ଼ା: ବଉଳଣି ଘଣ୍ଟ ବିସର୍ଜନ ସମୟରେ ଅଘଟଣ । ମହୁମାଛି ଆକ୍ରମଣରେ ଦୁଇ ଗୁରୁତର ୧୩ଜଣ ଆହତ । ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କରଞ୍ଜା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅଘଟଣ । ସମସ୍ତ ଆହତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଗତ ସୋମବାର ଠାରୁ କରଞ୍ଜା ଗ୍ରାମର ହରିଜନ ସାହିରେ ଗ୍ରାମଦେବୀ ଠାକୁରାଣୀଙ୍କ ଘଣ୍ଟପର୍ବ ମହା ଆଡମ୍ବରେ ଚାଲିଥିଲା । ଏହି ଘଣ୍ଟପର୍ବ ତିନି ଦିନ ଧରି ଚାଲୁଥିବା ବେଳେ ଗତକାଲି(ଗୁରୁବାର) ଭୋରରୁ ଗ୍ରାମର ସମସ୍ତ ଲୋକ ଖୁସିର ସହ ଏହି ଘଣ୍ଟପର୍ବକୁ ବିସର୍ଜନ କରିବାକୁ ଯାଉଥିଲେ । ଗାଁ ମୁଣ୍ଡରେ ଥିବା ନଦୀକୁ ବାଜା ବାଜଣା ସହ ଏକ ପଟୁଆରରେ ଯାଉଥିଲେ । ଏହି ସମୟରେ ଗାଁ ନିକଟର ଗୋଟିଏ ଆମ୍ବଗଛରେ ମହୁମାଛି ମାନେ ଅତର୍କିତ ଭାବେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଅନ୍ଧାର ହୋଇଥିବାରୁ ପଟୁଆରରେ ସାମିଲ ଗ୍ରାମବାସୀମାନେ ମହୁମାଛି ରହିଥିବା ସ୍ଥାନକୁ ଜାଣିପାରି ନାଥିଲେ । ସମ୍ଭବତଃ ଠାକୁରଙ୍କ ଶୋଭାଯାତ୍ରାରେ ଝୁଣାଧୂପ ଧୂଆଁ ଯୋଗୁଁ ମହୁମାଛି ଫଣାରୁ ବାହାରି ଘଣ୍ଟ ପର୍ବ ବିସର୍ଜନ ଶୋଭା ଯାତ୍ରାରେ ଆସିଥିବା ଲୋକଙ୍କୁ ଆକ୍ରମଣ କରିଥିଲା । ଫଳରେ ସମସ୍ତେ ପ୍ରାଣବିକଳେ ଏଣେତେଣେ ଧାଇଁଥିଲେ ।

ଏଥି ମଧ୍ୟରୁ ପ୍ରାୟ ପନ୍ଦର ଜଣଙ୍କୁ ମହୁମାଛି ବେଢି ଆକ୍ରମଣ କରିଥିଲେ । ଫଳରେ କିଛି ଲୋକ ଅଚେତ ହୋଇ ଘଟଣା ସ୍ଥଳରେ ପଡିଯାଇଥିଲେ । କାହାର ମୁହଁରେ ତ କାହାର ଦେହକୁ ଆକ୍ରମଣ କରିବାରୁ ମୁହଁ, ଆଖି ଫୁଲି ଯାଇଥିଲା । ମହୁମାଛି ଆକ୍ରମଣ ଦେଖି ଠାକୁରାଣୀ ବିସର୍ଜନ ଶୋଭା ଯାତ୍ରାରେ ଆସିଥିବା ବାକି ଲୋକମାନେ ନିଜ ଜୀବନ ବଞ୍ଚାଇ ସେଠାରୁ ଦୌଡିବାକୁ ଲାଗିଥିଲେ ।

ଅଧିକ ପଢନ୍ତୁ: Release of Imran Khan: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ ହେଲେ ଇମ୍ରାନ

ପରେ ନିଆଁ ହୁଳା କରି ଘଟଣାସ୍ଥଳରେ ଗ୍ରାମବାସୀମାନେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ତେବେ 13 ଜଣଙ୍କୁ ଏଠାରେ ଡାକ୍ତର ଚିକିତ୍ସା କରି ସାଲାଇନ, ଇଞ୍ଜେକସନ ଦେଇ ପ୍ରାଥମିକ ଚିକିତ୍ସା କରିଥିବାବେଳେ ବର୍ତ୍ତମାନ ତେର ଜଣ ସୁସ୍ଥ ଅଛନ୍ତି । ବାକି ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିରମାଲ୍ୟ ଗିରି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.