ETV Bharat / state

ଡ଼ଙ୍ଗରିଆରେ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ - ଉନ୍ନୟନ କାର୍ଯ୍ୟକ୍ରମ

ରାୟଗଡ଼ା ଡଙ୍ଗରିଆରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଉନ୍ନୟନ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଡ଼ଙ୍ଗରିଆରେ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

author img

By

Published : Jun 23, 2021, 6:03 AM IST

ରାୟଗଡ଼ା: ଜିଲ୍ଲାର ଡ଼ଙ୍ଗରିଆ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । ଏହାସହିତ ଖମ୍ବେସିଠାରେ ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ନିମନ୍ତେ 18ରୁ 44 ବୟସର ସମସ୍ତ କୋଭିଡ ଟିକା କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଛନ୍ତି ।

ଡ଼ଙ୍ଗରିଆରେ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଦାସବର୍ମା ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ଡ଼ଙ୍ଗରିଆ ଆଦିବାସୀ ଅଧ୍ୟୁଷିତ ଚାଟିକଣ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳ ଗସ୍ତ କରିଥିଲେ । ଖମ୍ବେସିଠାରେ ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ପାଇଁ 18ରୁ 44 ବୟସର ସମସ୍ତ କୋଭିଡ ଟିକା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ଚାଟିକଣ ଆଦିବାସୀ ଦକ୍ଷତା ବିକାଶ କେନ୍ଦ୍ରଠାରେ ଏକ ସମୀକ୍ଷା ବୈଠକ କରିଥିଲେ । ବର୍ତ୍ତମାନ କୋଭିଡ ପରିସ୍ଥିତି ସମୟରେ ଡ଼ଙ୍ଗରିଆମାନଙ୍କ କୋଭିଡ ପରୀକ୍ଷା, ସେମାନଙ୍କୁ ଶତପ୍ରତିଶତ ଟୀକାକରଣ, NREGEA ମାଧ୍ୟମରେ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ, ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବା ଉପରେ ସମ୍ପୃକ୍ତ ବିଭାଗୀୟ ଅଧକାରୀ ପ୍ରାଥମିକତା ଦେବା ନିମନ୍ତେ ଗୁରୁତ୍ବ ଆରୋପ ଦେଇଥିଲେ ।

ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପହଞ୍ଚିବା ପରେ ରାଜ୍ୟ ଆଦିବାସୀ, ହରିଜନ ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରମୁଖ ଏହି ସମୀକ୍ଷାରେ ଯୋଗ ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.