ETV Bharat / state

ଆକ୍ସନ ମୁଡରେ ରାୟଗଡା ପୋଲିସ, ମଦମୁକ୍ତ ଜିଲ୍ଲା ଲକ୍ଷ୍ୟ - Raygada police

ରାୟଗଡା ପୋଲିସ ପକ୍ଷରୁ ନିଆଯାଇଛି ସ୍ୱାଗତଯୋଗ୍ୟ ଅଭିଯାନ । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଆରମ୍ଭ ହୋଇଛି ଦେଶୀ ମଦଭାଟି ଭଙ୍ଗା ଅଭିଯାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 20, 2019, 11:27 PM IST

ରାୟଗଡ଼ା: ଆଇନ ଶୃଙ୍ଖଳାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଜିଲ୍ଲା ପୋଲିସ । ଜିଲ୍ଲାରେ ଗୁଟକା ସାଙ୍ଗକୁ ବିଦେଶୀ ମଦ ଚୋରା ଚାଲାଣ ସହିତ ବେଆଇନ ଦେଶି ମଦଭାଟି ଉପରେ ଚଢ଼ାଉ ଆରମ୍ଭ କରିଦେଇଛି । ବିଶାକ୍ତ ମଦ ପିଇ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହାଉପରେ ରୋକ ଲଗାଇବାକୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ । ସବୁଠାରୁ ବଡ଼ କଥା ହେଲା ମଦୁଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ମହିଳା ଥାନାଅଧିକାରୀ ବିଜୟଲକ୍ଷ୍ମୀ ହିକ୍କା ।

ତେବେ ରାୟଗଡା ଜିଲ୍ଲାର ଭୌଗଳିକ ସୀମା ଆନ୍ଧ୍ର ସହିତ ଲାଗି ରହିଥିବାରୁ ଅନେକ ସମୟରେ ଦୁର୍ଗମ ଅଞ୍ଚଳରେ ଲୋକେ ମଦ ପିଇବା ସହ, ଅନ୍ଧ ବିଶ୍ୱାସର ଶିକାର ହୋଇ ହତ୍ୟା ଭଳି ଅପରାଧ ଘଟାଉଛନ୍ତି । ଆଉ କିଛି ଜଣ ନିଶାସକ୍ତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ସେଥିପାଇଁ ଏହା ଉପରେ ରୋକ ଲଗାଇବାକୁ ପ୍ରଥମଥର ଏହି ଅଞ୍ଚଳରୁ ନିଶା ନିବାରଣ ପାଇଁ ସେ ପ୍ରତିଦିନ ଦୁର୍ଗମ ଅଞ୍ଚଳ ବୁଲି ବେଆଇନ ମଦଭାଟି ଭଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଶନିବାର ଶେଷଖାଲ ଥାନାର ପୁଲିସ କର୍ମଚାରୀଙ୍କ ସହାୟତାରେ ପିପଲଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗେଲପାଡୁ ଏବଂ ଜୁମ୍ବୁକାଟି ଗାଁ ଉପରେ ଚଢ଼ାଉକରି ୩୦୦୦ ଲିଟର ମହୁଲ ପୋଚ ସହିତ ୨୦୦ ଲିଟର ପ୍ରସ୍ତୁତ ଦେଶି ମଦକୁ ନଷ୍ଟ କରିଛି ପୋଲିସ । ଏହାସହିତ ମଦ ରନ୍ଧାଭାଟି ଭାଙ୍ଗିବା ସହିତ ସମସ୍ତ ଉପକରଣ ମଧ୍ୟ ନଷ୍ଟ କରି ଦିଆଯାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଆଇନ ଶୃଙ୍ଖଳାକୁ ସଜାଡ଼ିବା ପାଇଁ ରାୟଗଡ଼ା ପୁଲିସ ଏବେ ଅଟାଂ ଭିଡ଼ିଛି । କେଉଁଠି ଘୁଟକା ସାଙ୍ଗକୁ ବିଦେଶିମଦ ଚୋରା ଚାଲାଣ ଉପରେ ଚଢ଼ାଉତ ପୁରି କେଉଁଠି ବେଆଇନ ଦେଶି ମଦଭାଟି ଉପରେ ଚଢ଼ାଉ । ଲକ୍ଷରହିଛି କସ୍ମିନ କାଳେ ବିଶାକ୍ତ ମଦ ପିଇ କାହାର ଯେମିତି ମୃତ୍ୟୁ ନହୁଏ । ତେବେ ସବୁଠାରୁ ବଡ଼ କଥା ହେଲା ମଦୁଆଙ୍କୁ ସାବାଡ଼ କରିବା ପାଇଁ ଅଟାଂ ଭିଡ଼ିଛନ୍ତି ଜଣେ ମହିଳା ଅଧିକାରୀ । ଏହେଲେ ରାୟଗଡ଼ା ଜିଲ୍ଲାର ଶେଷଖାଲ ଥାନାଅଧିକାରୀ ବିଜୟଲକ୍ଷ୍ମୀ ହିକକା । ଅଳ୍ପ ଦିନ ତଳେ ଏହି ଥାନାର ଦାୟୀତ୍ୱ ନେଇଥିଲେ । ତେବେ ଏହାର ଭୈଗଳିକ ଶିମା ଆନ୍ଧ୍ର ସହିତ ଲାଗି ରହିଥିବାରୁ ଅନେକ ସମୟରେ ଦୁର୍ଗମ ଅଚଂଳରେ ଲୋକମାନେ ମଦ ପିଇ ଅନ୍ଧ ବିଶ୍ୱାସର ଶିକାର ହୋଇ ହତ୍ୟା ଭଳି ଅପରାଧ ଘଟଉଥିବା ବେଳେ ଅନେକ ବୟସ ପୁର୍ବରୁ ନିଶାଯୁକ୍ତ ରୋଗରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି । ତେବେ କିଛି କରିବା ଲକ୍ଷ ନେଇ ପ୍ରଥମଥର ଏହି ଅଚଂଳରୁ ନିଶାନିବାରଣ ପାଇଁ ସେ ପ୍ରତିଦିନ ଦୁର୍ଗମ ଅଚଂଳ ବୁଲି ବେଆଇନ ମଦଭାଟି ଭାଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଅଜି ମଧ୍ୟ ଶେଷଖାଲ ଥାନାର ପୁଲିସକର୍ମଚାରିଙ୍କ ସହାୟତାରେ ପିପଲଗୁଡ଼ା ପଚାଂୟତ ଅନ୍ତର୍ଗତ ରେଙ୍ଗେଲପାଡୁ ଏବଂ ଜୁମ୍ବୁକାଟି ଗାଁ ଉପରେ ଚଢ଼ାଉକରି ୩୦୦୦ ଲିଟର ମହୁଲ ପୋଚ ସହିତ ୨୦୦ ଲିଟର ପ୍ରସ୍ତୁତ ଦେଶିମଦକୁ ନଷ୍ଟ କରିଥିଲେ । ତାସହିତ ମଦ ରନ୍ଧାଭାଟି ଭାଙ୍ଗିବା ସହିତ ମଦ ରାନ୍ଧିବା ଉପକରଣ ନଷ୍ଟ କରି ଦେଇଛନ୍ତି ।
ବାଇଟ - ତପନ ନାରାୟଣ ରଥ (ଏସଡ଼ିପିଓ , ରାୟଗଡ଼ା)
Body:aConclusion:b
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.