ETV Bharat / state

କୋହଳ ହେଲା କୋରୋନା କଟକଣା, ରାୟଗଡାରେ ଖୋଲିଲା ଦୋକାନ ବଜାର

author img

By

Published : Sep 4, 2020, 10:55 PM IST

ରାୟଗଡା ଜିଲ୍ଲାରେ ଅନଲକ 4 ଅନୁଯାୟୀ କୋଭିଡ ମାର୍ଗଦର୍ଶିକା ଅନୁପାଳନ କରି ଖୋଲା ରହିବ ଦୋକାନ ବଜାର କିନ୍ତୁ ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସମାବେଶ ଓ ଧର୍ମିକ ସଭା ସମିତି ଓ କାର୍ଯ୍ୟକୁ ଅନୁରୂପ ଭାବେ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଖୋଲିଲା ତାଲା ,ଖୋଲିଲା ଦୋକାନ ବଜାର
ଖୋଲିଲା ତାଲା ,ଖୋଲିଲା ଦୋକାନ ବଜାର

ରାୟଗଡା: ଖୋଲିଲା ତାଲା । ଖୋଲିଲା ଦୋକାନ ବଜାର । କୋଭିଡ ମାର୍ଗଦର୍ଶିକା ଅନୁପାଳନ କରି ଖୋଲା ରହିବ ଦୋକାନ ବଜାର କିନ୍ତୁ ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସମାବେଶ ଓ ଧର୍ମିକ ସଭା ସମିତି ଓ କାର୍ଯ୍ୟକୁ ଅନୁରୂପ ଭାବେ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାୟଗଡା ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ନିଦ୍ଧିଷ୍ଟ ସମୟ ଧାର୍ଯ୍ୟ କରାଯାଇ ନଥିବାବେଳେ କୋରୋନା ମାର୍ଗଦର୍ଶିକା ଅନୁପାଳନ କରି ଦୋକାନ ବଜାର ଖୋଲା ରହିବ ବୋଲି ସୂଚନା ମିଳିଛି । ତେବେ ସିନେମା ହଲ, ସୁଇମିଂ ପୁଲ, ଧାର୍ମିକ ସ୍ଥଳୀ, ଅଡିଟୋରିୟମ, ସ୍କୁଲ, କଲେଜ ଇତ୍ୟାଦି ବନ୍ଦ ରଖାଯିବାକୁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ସେହିଭଳି କୋରୋନା ପ୍ରଭାବିତ ଅଞ୍ଚଳ ତଥା କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବ ।

ରାୟଗଡାରେ ଖୋଲିଲା କୋରୋନା ତାଲା ,ଖୋଲିଲା ଦୋକାନ ବଜାର

ଅନ୍ୟପଟେ ଅନ୍ୟ ସମସ୍ତ ଅର୍ଥିକ ଲାଗାଣ ସଂସ୍ଥା, ବ୍ୟାଙ୍କ, ବ୍ୟବସାୟିକ ପ୍ରତିଷ୍ଠାନ, ଆସାବପତ୍ର ଦୋକାନ, ଇଲେକ୍ଟୋନିକ୍ସ ସାମଗ୍ରୀ ଦୋକାନ, ରାଶନ, ପନିପରିବା, ଆମିଶ ଇତ୍ୟାଦି ଦୋକାନ ଗୁଡାକି ଉପରେ ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ । ତେବେ ମାସ୍କ ପରିଧାନ ଓ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତା ଅନୁପାଳନ କରିବା ବାଧ୍ୟତାମୂଳକ ରହିବ ।

ଅନ୍ୟପକ୍ଷେ ଭାରି ଯାନ ଯାତାୟତ ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିଛି । ସେହିପରି ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଓ କ୍ରିୟା କାର୍ଯ୍ୟରେ ୨୦ଜଣ ବ୍ୟକ୍ତି ଉପସ୍ଥିତ ରହି ପାରିବେ ବୋଲି ଜଣାଯାଇଛି । ଉପରୋକ୍ତ କୋଭିଡ ମାର୍ଗଦର୍ଶିକା ଅନୁପାଳନ ନକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିୟମ ଅନୁଯାୟୀ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ଏହି ନିୟମ ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଳବତ୍ତର ରହିବ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.