ରାୟଗଡା: 2021 ଜନଗଣନା ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପ୍ରସ୍ତୁତିରୁ ବାଦ୍ ପଡିନି ରାୟଗଡା ଜିଲ୍ଲା । ଡ଼ିପିଆସି ସଭାଗୃହରେ ୨୦୨୧ ଜନଗଣନା ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଚାର୍ଜଅଫିସର ଏବଂ ଅତିରିକ୍ତ ଚାର୍ଜ ଅଫିସର ମାନଙ୍କ ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତତି ଏବଂ ରାଷ୍ଟୀୟ ଜନସଂଖ୍ୟା ରେଜିଷ୍ଟାରଙ୍କ ଗାଇଡ଼ ଲାଇନ ଅନୁଯାଇ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପିଡ଼ି ଡ଼ିଆରଡ଼ିଏ ଅମୃତ ଋତୁରାଜ ଉଦ୍ଯାପନ କରିଛନ୍ତି । ଏହି ଅବସରରେ ଜିଲ୍ଲା ସମସ୍ତ ଜନଗଣନା ଅଧିକାରୀଙ୍କୁ କିପରି ମୋବାଇଲ ଆପ ଦ୍ବାରା ଜିଲ୍ଲାର ୨୦୨୧ ଜନଗଣନା କରିବେ ସେଥିପାଇଁ ତାଲିମ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଉପନିର୍ଦ୍ଦେଶକ ଡ଼ା. ଅଭୟ ନାରାୟଣ ନାୟକ ଏବଂ ପରିସଂଖ୍ୟାନ ଅଧିକାରୀ ବି.ଟି. ରାଓ ଗୃହ ତାଲିକା, ଗୃହ ଗଣନା ଏବଂ ମୋବାଇଲ ଆପ ସମ୍ବନ୍ଧରେ ସବିଶେଷ ତାଲିମ ପ୍ରଦାନ କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ