ETV Bharat / state

ବାସନଗୁଡାରେ କୋରୋନା ସ୍ଥିତି ଯାଞ୍ଚ କଲେ ରାୟଗଡା ଜିଲ୍ଲାପାଳ - rayagada collector visit basanguda

ଆନ୍ଧ୍ର ଓଡିଶା ସୀମା ବାସନଗୁଡା ଚେକ ପଏଣ୍ଟ ପରିଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ । କୋରୋନାର ଦ୍ବିତୀୟ ଲହରକୁ ନେଇ ଲୋକଙ୍କୁ ମଧ୍ୟରେ ସଚେତନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ କରାଯାଉଛି ଉଦ୍ୟମ । ଅଧିକ ପଢନ୍ତୁ...

ବାସନଗୁଡାରେ କୋରୋନା ସ୍ଥିତି ଯାଞ୍ଚ କଲେ ରାୟଗଡା ଜିଲ୍ଲାପାଳ

author img

By

Published : Apr 13, 2021, 7:24 AM IST

ରାୟଗଡ: ଆନ୍ଧ୍ର ଓଡିଶା ସୀମା ବାସନାଗୁଡା ଚେକ୍‌ ପଏଣ୍ଟ ପରିଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ । ଗତ ସୋମବାର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାର ବିଷମ କଟକ, ଗୁଣପୁର ଆଦି ଗସ୍ତ କରିଥିଲେ । କୋରୋନାର ଦ୍ବିତୀୟ ଲହରି ବ୍ୟାପୁଥିବାବେଳେ ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନ କରାଯାଉଛି ।

ସୀମା ବିବାଦ ଭିତରେ ବାସନଗୁଡାରେ ପହଞ୍ଚିଲେ ରାୟଗଡା ଜିଲ୍ଲାପାଳ

ଅନ୍ୟପଟେ, ପଡୋଶୀ ରାଜ୍ୟରେ ପରିସ୍ଥିତି ଅତ୍ୟନ୍ତ ଉଦବେଗ ହୋଇପଡିଥିବାରୁ ରାୟଗଡାର ସୀମାକୁ ବନ୍ଦ କରିଦିଆାଇଛି । ଆଉ ଯେଉଁମାନେ ରାଜ୍ୟକୁ ପ୍ରବେଶ କରୁଛନ୍ତି ସେମାନେ ଆରଟି-ପିସିଆର , ଟିକାର ଦ୍ବିତୀୟ ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ । ନଚେତ ନିଜେ ଏକ ସ୍ବୀକାରୋକ୍ତି ପତ୍ର ପ୍ରଦାନ କରି ଘରେ 7 ଦିନ ପାଇଁ ସଙ୍ଗରୋଧ ରହିବା ଉପରେ ଜିଲ୍ଲାପ୍ରଶାସନ ଗୁରୁତ୍ବ ଦେଇଛି ।

ବିଷମ କଟକ ଓ ଗୁଣପୁର ଉପକାରାଗାର ଅଚାନକ ପରିଦର୍ଶନ କରି ଗୁଣପୁର ଆଦର୍ଶ ବିଦ୍ୟାଳୟକୁ କୋଭିଡ କେୟାର କେନ୍ଦ୍ର, ଗୁଣପୁର ବ୍ଲକ ଅନ୍ତର୍ଗତ ବାସନା ଗୁଡାସ୍ଥିତ ଆନ୍ତରାଜ୍ୟ ତନଖି କେନ୍ଦ୍ର ବୁଲି ସ୍ଥିତି ପରଖି ଥିଲେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.