ETV Bharat / state

କୋହଳ କଟକଣାରେ ଅମାନିଆଙ୍କ ରାଜ, ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ

author img

By

Published : May 22, 2020, 10:17 PM IST

ଲୋକଙ୍କୁ ନୀତି, ନିୟମକୁ ମାନିବାକୁ ଜିଲ୍ଲାପାଳ ନିବେଦନ କରିବା ସହ ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମାସ୍କ ବାଣ୍ଟିଛନ୍ତି । ଶୁକ୍ରବାର ସାବିତ୍ରୀ ବ୍ରତ ଅବସରରେ ପ୍ରଶାସନ କଟକଣାକୁ ସାମାନ୍ୟ କୋହଳ ମଧ୍ୟ କରିଥିଲା । କିନ୍ତୁ କଟକଣା କୋହଳ ହେବା ମାତ୍ରେ ଲୋକ ସବୁ ନୀତି ନିୟମକୁ ଉଲ୍ଲଂଘନ କରି ମାର୍କେଟରେ ଦଳ ଦଳ ଯୁବକ ଘୂରି ବୁଲୁଥିବା ଦେଖିଥିଲେ ଜିଲ୍ଲାପାଳ ।

rayagada latest news, social distancing violation in rayagada, rayagada collector, lockdown in rayagada, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ସାମାଜିକ ଦୂରତା ନିୟମ ଅବମାନନା, ରାୟଗଡା ଜିଲ୍ଲାପାଳ, ରାୟଗଡାରେ କୋରୋନା
କୋହଳ କଟକଣାରେ ଅମାନିଆଙ୍କ ରାଜ, ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ

ରାୟଗଡା: ଟିକିଏ କଟକଣା କୋହଳ ହେଲେ ନୀତି ନିୟମ କି ଶୃଙ୍ଖଳାକୁ ମାନୁ ନାହାନ୍ତି ଅମାନିଆ । ନିୟମିତ ମାସ୍କ ପିନ୍ଧିବା, ସମଦୂରତା ରକ୍ଷା କରିବା ପାଇଁ ବାରମ୍ବାର ପ୍ରଶାସନ ପକ୍ଷରୁ ସଚେତନତା ସାଙ୍ଗକୁ ତାଗିଦ କରାଯାଉଥିଲେ ବି ପ୍ରଶାସନ ନିର୍ଦ୍ଦେଶକୁ ଫୁ କରିଛନ୍ତି କିଛି ଅମାନିଆ । ହେଲେ ପ୍ରଶାସନର ପରାମର୍ଶ, ନୀତି ଓ ନିୟମକୁ ମାନୁ ନାହାନ୍ତି ଅମାନିଆ । ବାରମ୍ବାର ତାଗିଦ ପରେ ବି ଲୋକେ ବିନା ମାସ୍କରେ ବଜାରକୁ ଆସିବା ସହ ଗୋଟିଏ ସ୍ଥାନରେ ଜମା ହେଉଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ଲୋକଙ୍କୁ ନୀତି, ନିୟମକୁ ମାନିବାକୁ ଜିଲ୍ଲାପାଳ ନିବେଦନ କରିବା ସହ ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମାସ୍କ ବାଣ୍ଟିଛନ୍ତି । ଶୁକ୍ରବାର ସାବିତ୍ରୀ ବ୍ରତ ଅବସରରେ ପ୍ରଶାସନ କଟକଣାକୁ ସାମାନ୍ୟ କୋହଳ ମଧ୍ୟ କରିଥିଲା । କିନ୍ତୁ କଟକଣା କୋହଳ ହେବା ମାତ୍ରେ ଲୋକ ସବୁ ନୀତି ନିୟମକୁ ଉଲ୍ଲଂଘନ କରି ମାର୍କେଟରେ ଦଳ ଦଳ ଯୁବକ ଘୂରି ବୁଲୁଥିବା ଦେଖିଥିଲେ ଜିଲ୍ଲାପାଳ । ଗଜପତି ଜଙ୍କସନ୍ ଓ କପିଳାସ ଛକ ଅଞ୍ଚଳରେ ଲୋକେ ସାମାଜିକ ଦୂରତାକୁ ନ ମାନି ମନଇଚ୍ଛା ଏକାଠି ଠିଆ ହୋଇ ଜଳଖିଆ ଖାଇବା ସହ ମାର୍କେଟିଂ କରୁଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ।

ନିଜେ ଜିଲ୍ଲାପାଳ ଏହି ସବୁ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ସେହିପରି ଦୈନିକ ବଜାର ମଧ୍ୟ ଜିଲ୍ଲାପାଳ ପରିଦର୍ଶନ କରି ବ୍ୟବସାୟୀ ଓ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ନେଇ ସଚେତନ କରିଥିଲେ । କୋରୋନା ମୁକାବିଲାରେ ଏବେ ସୁଦ୍ଧା ରାୟଗଡ଼ା ଜିଲ୍ଲା ଗ୍ରୀନ ଜୋନରେ ରହିଛି । ହେଲେ ଏପରି ଅମାନିଆଙ୍କ ପାଇଁ ଚିନ୍ତାରେ ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.