ରାୟଗଡା: ଶନିବାର ରାୟଗଡା ପୌରାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ଥିବା ୩୧ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ଘରକୁ ପଠାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ବସ ଓ ଚାରି ଚକିଆ ଯୋଗେ ଘରକୁ ପଠାଯାଇଛି ।
![od_rgd_ _inmatesreturnhome](https://etvbharatimages.akamaized.net/etvbharat/prod-images/0d-rgda-3-returntohome-edited-7202782_02052020222521_0205f_1588438521_66.bmp)
![od_rgd_ _inmatesreturnhome](https://etvbharatimages.akamaized.net/etvbharat/prod-images/0d-rgda-3-returntohome-edited-7202782_02052020222521_0205f_1588438521_466.bmp)
ସହରରେ ରହିଥିବା ଚାରିଟି ସଙ୍ଗରୋଧ କେନ୍ଦ୍ରରେ ଦୀର୍ଘ ୩୦ରୁ ଉର୍ଦ୍ଧ୍ୱ ଦିନ ଧରି ଏମାନେ ରହିଆସୁଥିଲେ । ତେବେ ଏବେ ସେମାନଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ପଠାଯାଇଥିବା ପୌରନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ସୂଚନା ଦେଇଛନ୍ତି ।
ଏମାନଙ୍କ ମଧ୍ୟରେ କଟକ, ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଜିଲ୍ଲାର ଅନ୍ତେବାସୀ ରହିଥିବା ଜଣାପଡିଛି ।
ରାୟଗଡରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ