ETV Bharat / state

ଡଙ୍ଗରିଆ ମହିଳାଙ୍କୁ ଲାଞ୍ଚ ମାଗିବା ଘଟଣା, ଖବର ପ୍ରସାରଣ ପରେ ଟିମିଙ୍କୁ ଫେରାଇଲେ ଟଙ୍କା

ଡଙ୍ଗରିଆ ମହିଳାଙ୍କୁ ଟଙ୍କା ଫେରାଇଲେ ଲାଞ୍ଚ ନେଇଥିବା ଦୁଇ ଓପିଲିପି କର୍ମଚାରୀ । ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ। ଅଧିକ ପଢନ୍ତୁ

author img

By

Published : May 14, 2023, 11:59 AM IST

dangaria tribal woman
dangaria tribal woman
dangaria tribal woman

ରାୟଗଡା: ଓପିଲିପି କର୍ମଚାରୀ ଡଙ୍ଗରିଆ ମହିଳାଙ୍କୁ ଲାଞ୍ଚ ମାଗିବା ଘଟଣା । ଖବର ପ୍ରସାରଣ ପରେ ବିରଳ ଜନଜାତି ଡଙ୍ଗରିଆ ମହିଳା ଟିମି ପୁଷିକାଙ୍କୁ ଟଙ୍କା ଫେରାଇଲେ ଓପିଲିପି କର୍ମଚାରୀ । ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗକୁ 24 ଘଣ୍ଟା ନପୁରୁଣୁ ଶନିବାର ଟିମି ପୁଷିକାଙ୍କୁ ଲାଞ୍ଚ ଟଙ୍କା ଫେରସ୍ତ ହୋଇଛି । ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଲାଞ୍ଚ ବାବଦକୁ ଦେଇଥିବା ଟଙ୍କା ନେଇ ଶୁକ୍ରବାର ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ପଠେଇଥିବା ଟଙ୍କା ମିଳିଲା ନା ନାହିଁ ବୋଲି ଟିମି ପୁଷିକା ପ୍ରଶ୍ନ କରିଥିଲା।

ଏହି ସମୟରେ ସେ ଓପିଲିପି କର୍ମଚାରୀ ରମେଶ ନାଲା, ସହଦେବଙ୍କୁ ସେ ଟଙ୍କା ଦେଇଥିବା କହିଥିଲେ । ତେବେ ଅଭିଯୋଗ ପରେ ଏହି ଦୁଇ କର୍ମଚାରୀ ଟିମିଙ୍କ ଘରକୁ ଆସି ୧୧ହଜାର ୫ଶହ ଟଙ୍କା ଫେରାଇବା ସହ ଏକଥା ପ୍ରଘଟ ନକରିବାକୁ ପାଇଁ ମଧ୍ୟ କହିଥିବା ଗଣମାଧ୍ୟମକୁ ଟିମି ସୂଚନା ଦେଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲାଞ୍ଚ ନେଇ ଟିମିଙ୍କୁ ଟଙ୍କା ଫେରାଇବା ପରେ କ୍ଷମା ମାଗିଥିଲେ ଦୁଇ ଓପିଲିପି କର୍ମଚାରୀ । ଏହାପରେ ଏ କଥା ମିଥ୍ୟା ବୋଲି କହିବାକୁ କହିଥିଲେ । ଏନେଇ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଟିମି ପୁଷିକା ।

ରାୟଗଡା ଜିଲ୍ଲାର ନିୟମଗିରି ପାହାଡ ପାଦଦେଶରେ ବାଲାପାଇ ଗାଁ । ବ୍ୟବସାୟ କରିବା ପାଇଁ ଗ୍ରାମର ଟିମି ପୁଷିକାଙ୍କୁ ୨୭ ହଜାର ଟଙ୍କା ଦିଆଯାଇଥିଲା । ଏହି ଟଙ୍କା ଟିମିଙ୍କ ଜମା ଖାତାକୁ ଆସିବା ପରେ ବାବୁମାନେ ଟିମିଙ୍କ ଘର ଦାଣ୍ଡରେ ଆସି ପହଞ୍ଚିଥିଲେ । ଆଉ ଓଜନ କରିବା ପାଇଁ ଡିଜିଟାଲ ନିକିତି ଯାହାର ଦାମ ୭ହଜାର ୯ଶହ ଟଙ୍କା, ସେହିପରି ୫ହଜାର ୫ଶହ ଟଙ୍କା ମୂଲ୍ୟର ଗୋଟିଏ ସାଇକେଲ ଏବଂ ୮ଶହ ଟଙ୍କା ଦେଇ ଦୁଇଟି ଚୌକି କିଣିଦେଇଥିଲ । ପରେ ଆସି ଜମା ଖାତାରେ ଥିବା ଟଙ୍କାରୁ ୬୫୦୦ ଟଙ୍କା ମାଗି ନେଇଥିଲେ। ଏନେଇ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଆଜ୍ଞା ପଇସା ପଠାଇଥିଲି, ତଳେ ମିଳିଲାକି ? ବୋଲି ପ୍ରଶ୍ନ କରିଥିଲେ । ନିକଟରେ ଅଧିକାରୀଙ୍କ ଆଗରେ ରମେଶ ନାଲା, ସହଦେବ ଭଳି କିଛି ବ୍ୟକ୍ତିବିଶେଷଙ୍କ ନାମ ଟିମିଙ୍କ ମୁହଁରୁ ବାରମ୍ବାର କହୁଥିବା ଶୁଣିବାକୁ ମିଳିଥିଲା । ଅଫିସରମାନେ ଏ ଟଙ୍କା ନେବେ ବୋଲି ରମେଶ ଓ ସହଦେବ ତାଙ୍କୁ ଭିଡିଓ କଲ ମାଧ୍ୟମରେ କହିଥିଲେ ବୋଲି ସେ କହିଥିଲେ ।

ମହିଳାଙ୍କ ନିକଟରୁ ଏପରି ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବିଷମକଟକ ବିଡ଼ିଓଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନିଜେ ଅତିରିକ୍ତ ଜିଲ୍ଲାପାଳ ଟିମି ପୁଷିକାଙ୍କ ଘରକୁ ଯାଇଥିଲେ । କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବାଲାପାଇ ଗାଁରେ ପହଞ୍ଚିବା ପୂର୍ବରୁ ଟିମିଙ୍କ ନିକଟରେ ପହଞ୍ଚି ସାରିଥିଲା ଟଙ୍କା । ତେବେ ପ୍ରଥମେ ଟଙ୍କା ନେବା ପରେ ଟଙ୍କା ଫେରାଇବା ସୂଚାଇ ଦେଉଛି ଡିକେଡିଏର ଗୁମର କଥା । ଜିଲ୍ଲାରେ ଡଙ୍ଗରିଆ ମହିଳା ଟିମିଙ୍କ ଏପରି ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସେହି ବ୍ୟକ୍ତି ଯି ଏକି ଗରିବ ଆଦିମ ଜନଜାତିଙ୍କ ସରଳତାର ସୁଯୋଗ ନେଇ ଜିଲ୍ଲାପାଳଙ୍କ ନାରେ ଟଙ୍କା ଆଦାଯ କରୁଛି । କେବଳ ଟିମି ନା ଅନ୍ୟ କାହାଠାରୁ ଏଭଳି ବେଇଆଇନ ଟଙ୍କା ଆଦାୟ ହୋଇଛି ତାହା ତଦନ୍ତ ସାପେକ୍ଷ । ତେବେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.