ରାୟଗଡ଼ା: କାଶୀପୁର ବ୍ଲକରେ ପୁଣିଥରେ ଲେଉଟିଛି ମହାମାରୀ କଲେରା (Diarrhea Outbreak In kashipur) । ଗତ କିଛି ଦିନର ବ୍ୟବଧାନ ପରେ କାଶୀପୁର ବ୍ଲକରେ ପୁଣି ଏକ ମୁଣ୍ଡନେଲା କଲେରା । ମୃତକ ହେଲେ କାଶୀପୁର ବ୍ଳକ ଅନ୍ତର୍ଗତ ହାଡ଼ିଗୁଡ଼ା ପଞ୍ଚାୟତର ଘୁଗୁପୁଟ ଗ୍ରାମର ସଲାଇ ମାଝି । ଫଳରେ ମୃତ୍ୟୁ ସଂଖ୍ୟା ୧୪କୁ ପହଞ୍ଚିଛି ।
ହାଡ଼ିଗୁଡ଼ା ପଞ୍ଚାୟତର ଘୁଗୁପୁଟ ଗ୍ରାମର ସଲାଇ ମାଝି ନାମକ ମହିଳା ଝାଡାବାନ୍ତିରେ ଆକ୍ରାନ୍ତ ହେବାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋରଖପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଟିକିରି ସ୍ୱାସ୍ଥ୍ୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସୋମବାର ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ସଲାଇଙ୍କ ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢନ୍ତୁ-କାଶୀପୁରରେ ହଇଜା ମାଡିବା ପଛର ସତ: ଷ୍ଟୋର ରୁମ ସାଜିଛି ଶୌଚାଳୟ, ପଡିଆ ପାଲଟିଛି ପାଇଖାନା
କାଶୀପୁର ବ୍ଲକରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଏପଟେ ସରକାର ଡାଇରିଆ ନିୟନ୍ତ୍ରଣ ହୋଇଯାଇଥିବା ନେଇ ଡିଣ୍ଡିମ ପିଟୁଥିବା ପ୍ରଶାସନର ଡାଇରିଆ ନିରାକରଣର ବିକଳ ଚିତ୍ର ଦେଖିବାକୁ ମିଳିଛି । ଦୂସିତ ପାଣି ପିଇ ପୁଣି ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେହିପରି ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ମଧ୍ୟ ଦୂସିତ ପାଣି ପିଇ ପ୍ରାୟ ୨୦ଜଣ ଲୋକ ହୋଇଜା ଆକ୍ରାନ୍ତ ହୋଇ ଟିକିରି ଓ ଉଷାପଡା ମେଡିକାଲରେ ଚିକିତ୍ସିତ ହୋଉଛନ୍ତି । ବର୍ତ୍ତମାନ ମୃତ୍ୟୁ ସମଖ୍ୟା ୧୪ରେ ପହଞ୍ଚିଛି ।
ଇଟିଭି ଭାରତ, ରାୟଗଡା